ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ଆମେରିକାର ଫାଇଜର କମ୍ପାନୀ ଦ୍ବାରା ପ୍ରସ୍ତୁତ ଭ୍ୟାକ୍ସିନର ଯୋଗାଣକୁ ଗ୍ରୀନ ସିଗଲାଲ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) । ଜନସାଧାରଣଙ୍କୁ ନିରପେକ୍ଷ ଭାବରେ କୋଭିଡ-19 ଭ୍ୟାକ୍ସିନ ବଣ୍ଟା ଯାଉ ବୋଲି କହିଛନ୍ତି ହୁ ମହାନିର୍ଦେଶକ ।
ହୁ ମହା ନିର୍ଦେଶକ କହିଛନ୍ତି, ଜନସାଧାରଣଙ୍କୁ ନିରପେକ୍ଷ ଭାବରେ କୋଭିଡ-19 ଭ୍ୟାକ୍ସିନ ବଣ୍ଟା ଯାଉ । ହୁ ପକ୍ଷରୁ ଏହି ବିବୃତ୍ତି ଏପରି ସମୟରେ ଆସିଛି ଯେତେବେଳେ ୟୁରୋପୀୟ ସଂଘ ପାଇଜର କୁ 300 ମିଲିୟନ ଡୋଜ କୋଭିଡ ଟୀକା ଯୋଗାଇବା ପାଇଁ ଗ୍ରୀନ ସିଗନାଲ ଦେଇସାରିଛି ।
ବିଶ୍ବ ସମେତ ସାରା ଦେଶରେ ଜାରି ମହାମାରୀ କୋରୋନା ସଙ୍କଟ ମଧ୍ୟରେ କୋରୋନାକୁ ପ୍ରତିହତ କରିବା ପାଇଁ ନିଜର ଭ୍ୟାକ୍ସିନ 90 ପ୍ରତିଶତ ପ୍ରଭାବଶାଳୀ ବୋଲି ଦାବି କରିଛି ଆମେରିକାର ଔଷଧ କମ୍ପାନୀ ଫାଇଜର । କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ ସେମାନଙ୍କ ଟୀକା ପ୍ରଭାବଶାଳୀ ପ୍ରମାଣିତ ହୋଇଛି । ତଥ୍ୟ ଉପରେ ନଜର ରଖୁଥିବା ଏକ ସ୍ବତନ୍ତ୍ର ମନିଟରିଂ କମିଟି ପକ୍ଷରୁ କରାଯାଇଥିବା ବିଶ୍ଳେଷଣ ଅନୁଯାୟୀ, ଆମେରିକୀୟ କମ୍ପାନୀ ଫାଇଜର ଏବଂ ଜର୍ମାନ ବାୟୋଟେକ୍ନୋଲୋଜି ( ବାୟୋ ଟେକ) ଦ୍ବାରା ବିକଶିତ କୋରୋନା ଭୂତାଣୁ ଟୀକା 90 ପ୍ରତିଶତରୁ ଅଧିକ ପ୍ରଭାବଶାଳୀ ଅଟେ। ଫାଇଜର ସିଇଓ ଆଲବର୍ଟ ବୋରଲା କହିଥିଲେ ଯେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ କୋରୋନାକୁ ରୋକିବା ପାଇଁ ଆମ ଟୀକା ପ୍ରଭାଶାଳୀ ସାବ୍ୟସ୍ତ ହୋଇଛି ।