ୱାଶିଂଟନ: ହ୍ବାଇଟ ହାଉସର ଜଣେ କର୍ମଚାରୀ କୋଭିଡ ସଂକ୍ରମିତ ହୋଇଛନ୍ତି । ଯିଏକି ଡିସେମ୍ବର ୧୭ରେ ବାଇଡେନଙ୍କ ସଂସ୍ପର୍ଶରେ ଆସିଥିଲେ । ଏନେଇ ହ୍ବାଇଟ ହାଉସ ପକ୍ଷରୁ ସୂଚନା ମିଳିଛି ।
ହ୍ବାଇଟ ହାଉସର ଜଣେ ନିୟମିତ କର୍ମଚାରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ତିନି ଦିନ ପୂର୍ବରୁ କର୍ମଚାରୀ ଜଣକ ବାଇଡେନଙ୍କ ସହ ପାଖାପାଖି ଅଧଘଣ୍ଟା ବାର୍ତ୍ତାଳପ କରିଥିଲେ । ଏନେଇ ସୂଚନା ଦେଇଛନ୍ତି ହ୍ବାଇଟ ହାଉସ ମୁଖପାତ୍ର ଜେନ ପାସାକି । ଶନିବାର ବାଇଡେନ କୋଭିଡ ପରୀକ୍ଷା କରିଥିଲେ । ରିପୋର୍ଟ ନେଗେଟିଭ ଆସିଥିଲା । ହ୍ବାଇଟ ହାଉସରେ ସମସ୍ତେ ଟିକା ନେଇ ସାରିଛନ୍ତି ।
ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଠାବ ହୋଇଥିବା କୋରୋନାର ମାରାତ୍ମକ ଓମିକ୍ରନ ଭାରିଏଣ୍ଟ ଏବେ ସାରା ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି । ଶୀତ ଋତୁ ଓମିକ୍ରନ ଆହୁରି ଶକ୍ତିଶାଳୀ ରୂପ ଧାରଣ କରି ଦ୍ରୁତଗତିରେ ମାଡ଼ିବା ସହ ମୃତ୍ୟୁର କାରଣ ସାଜିବାର ଆଶଙ୍କା ରହିଛି ।
ଏହାକୁ ଦୃଷ୍ଟିରେ ରଖି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦେଶବାସୀଙ୍କୁ ଓମିକ୍ରନକୁ ନେଇ ସତର୍କ କରାଇଛନ୍ତି । ଏଥିସହ ଓମିକ୍ରନରୁ ବର୍ତ୍ତିବା ପାଇଁ ସେ ସମସ୍ତଙ୍କୁ ଟିକା ନେବାକୁ ପରାମର୍ଶ ଦେଇଛନ୍ତି ।
@ANI