ETV Bharat / international

ପାରିବାରିକ ବାତାବରଣରେ ଚିକିତ୍ସିତ ହେଉଛନ୍ତି କୋରୋନା ରୋଗୀ - ପାରିବାରିକ ବାତାବରଣରେ ଚିକିତ୍ସିତ ହେଉଛନ୍ତି କୋରୋନା ରୋଗୀ

କୋଭିଡ-19 ରୋଗୀଙ୍କ ପାଇଁ ଡେଲ୍ ଆଣ୍ଟୋନିଆ ଫିଲ୍ଡ ହସ୍ପିଟାଲରେ ମଙ୍ଗଳବାର ଏହାର ଶଯ୍ୟା ସଂଖ୍ୟା ହ୍ରାସ ପାଇଛି । ପାରିବାରିକ ବାତାବରଣ ଯୋଗୁଁ ଏଠାରେ ରୋଗୀ ସଂଖ୍ୟା କମିବାରେ ଲାଗିଛି ।

Coronavirus patients gets treated in Brazil's field hospital
ପାରିବାରିକ ବାତାବରଣରେ ଚିକିତ୍ସିତ ହେଉଛନ୍ତି କୋରୋନା ରୋଗୀ
author img

By

Published : Jun 10, 2020, 12:20 PM IST

ବ୍ରାସିଲିଆ: କୋଭିଡ-19 ରୋଗୀଙ୍କ ପାଇଁ ଡେଲ୍ ଆଣ୍ଟୋନିଆ ଫିଲ୍ଡ ହସ୍ପିଟାଲରେ ମଙ୍ଗଳବାର ଏହାର ଶଯ୍ୟା ସଂଖ୍ୟା ହ୍ରାସ ପାଇଛି । ଏହି ହସ୍ପିଟାଲରେ ମୋଟ 180 ଶଯ୍ୟା ଓ 20 ଆଇସିୟୁ ମଧ୍ୟରୁ 57 ପ୍ରତିଶତ ହିଁ ଭର୍ତ୍ତି ହୋଇଥିଲା । ଏହି କୋଭିଡ-19 ହସ୍ପିଟାଲ ଏପ୍ରିଲ 14ରେ ଖୋଲାଯାଇଥିଲା ।

ଏଠାରେ ରୋଗୀକୁ ଘରର ମାହୋଲ ଦିଆଯିବା ସହ ସେମାନଙ୍କ ସ୍ବଚ୍ଛତା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥିଲା। ସେଠାରେ ଡାକ୍ତର ଥିବା ଡ଼ଃ ଡେଣ୍ଟେ କହିଛନ୍ତି ଯେ, ଆମକୁ ରୋଗକୁ ନୁହେଁ ରୋଗୀକୁ ଠିକ୍ କରିବାକୁ ଅଛି । ଏଠାରେ ରୋଗୀଙ୍କୁ ସେମାନଙ୍କ ପରିଜନଙ୍କ ସହ ଭିଡିଓ କଲରେ କଥା କରାଯାଏ । ଯାହା ଫଳରେ ରୋଗୀ ମାନସିକ ସ୍ତରରେ ବେଶ ଖୁୁସି ରହିଥାଏ ।

ବ୍ରାଜିଲରେ ମଙ୍ଗଳବାର ସୁଦ୍ଧା ମୋଟ 7 ଲକ୍ଷ 40 ହଜାର ଆକ୍ରାନ୍ତ ସଂଖ୍ୟା ରେକର୍ଡ କରାଯାଇଥିବା ବେଳେ 38 ହଜାର 400ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ବ୍ରାଜିଲରେ ନୂଆ 334ଟି କୋଭିଡ-19 ମୃତ୍ୟୁ ରେକର୍ଡ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.