ETV Bharat / international

ଆମେରିକା ହିଂସା ମୃତ୍ୟୁ ସଂଖ୍ୟା 5 କୁ ବୃଦ୍ଧି - ଆମେରିକା ହିଂସା

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ହିଂସା । ଏହି ହିଂସାରେ ପୂର୍ବରୁ 4 ଜଣ ମୃତ୍ୟୁବରଣ କରିଥିବାବେଳେ ବର୍ତ୍ତମାନ ଆଉ ଜଣେ ମୃତ୍ୟୁବରଣ କରିଛନ୍ତି । ହିଂସାରେ ମୋଟ 5 ଜଣ ମୃତ୍ୟୁବରଣ କରିଛନ୍ତି । ଅଧିକ ପଢନ୍ତୁ...

america violance death increase in five
ଆମେରିକା ହିଂସା ମୃତ୍ୟୁ ସଂଖ୍ୟା 5 କୁ ବୃ୍ଦ୍ଧି
author img

By

Published : Jan 8, 2021, 3:37 PM IST

ୱାସିଂଟନ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ହିଂସା ସୃଷ୍ଟି ହୋଇଛି । ଏହି ହିଂସାରେ ପୂର୍ବରୁ 4 ଜଣ ମୃତ୍ୟୁବରଣ କରିଥିବାବେଳେ ବର୍ତ୍ତମାନ ଆଉ ଜଣେ ମୃତ୍ୟୁବରଣ କରିଛନ୍ତି । ହିଂସାରେ ମୋଟ 5 ଜଣ ମୃତ୍ୟୁବରଣ କରିଛନ୍ତି । ଏହି ଗୁଳିକାଣ୍ଡରେ ଜଣେ ମହିଳାଙ୍କ ମଧ୍ୟ ମୃତ୍ୟୁ ହୋଇଛି, ଯିଏ ଟ୍ରମ୍ପଙ୍କ ଜଣେ ବଡ ସମର୍ଥକ ଥିଲେ ।

ବିଶ୍ବର ସବୁଠୁ ବିତ୍ତଶାଳୀ ଦେଶ ତଥା ଆମେରିକାର ଗତ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳରେ ଆମେରିକାରର ରାଷ୍ଟ୍ରପତି ତଥା ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ଫ ଏଥିରେ ପରାଜୟ ବରଣ କରିଥିଲେ । ଡେମୋକ୍ରାଟ ପ୍ରାର୍ଥୀ ଜୋ ବିଡେନ ବିଜୟଲାଭ କରିଥିଲେ । ବର୍ତ୍ତମାନ ଆମେରିକାରେ ଏହି ରାଷ୍ଟ୍ରପତିଙ୍କ କ୍ଷମତି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ସମୟରେ ଏହି ଫଳାଫଳକୁ ଗ୍ରହଣ ନକରି ଟ୍ରମ୍ପଙ୍କ ସମର୍ଥକ ଆମେରିକାର ସଂସଦ ଗୃହ ତଥା କ୍ୟାପିଟାଲ ଗୃହରେ ପ୍ରବେଶ କରିଥିଲେ ଏବଂ ବ୍ୟାପକ ପରିମାଣରେ ହିଂସା ସୃଷ୍ଟି ହୋଇଛି । ଏହାପରେ ସାରା ବିଶ୍ବରେ ଆମେରିକାର ଏହି ଘଟଣାକୁ ତିବ୍ର ନିନ୍ଦା କରାଯାଇଛି । ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଟ୍ବିଟର, ଫେସବୁକ ଓ ଇନଷ୍ଟାଗ୍ରାମରୁ ବ୍ୟବହାରକୁ ରଦ୍ଦ କରାଯାଇଛି ।

ୱାଶିଂଟନରେ ହିଂସା ଫଳରେ କର୍ଫ୍ୟୁ ଜାରି କରାଯାଇଛି । ଅନ୍ୟପକ୍ଷେ ବାରାକ ଓବାମା ଏହାକୁ ଆମେରିକା ପାଇଁ ଏକ ଅପମାନ ଓ ଲଜ୍ଜାର ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି । ତେବେ ଜାନୁଆରୀ 20ରେ ଜୋ ବାଇଡେନ 78 ତମ ଓ ହାରିସ 56ତମ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.