ETV Bharat / international

କୋଭିଡ ୧୯ ରୋଗୀଙ୍କ ପାଇଁ ଆମେରିକୀୟ ଗବେଷକଙ୍କ ଆଣ୍ଟିବଡି

ମଣିଷ କୋଷିକାରେ ଭାଇରସର ପ୍ରବେଶକୁ ରୋକିବା ହେଉଛି ଆଣ୍ଟିବଡିର କାମ । ପ୍ଲାଜମା ଥେରାପି ଦ୍ବାରା ଏହି ସମ୍ଭାବନା ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...

କୋଭିଡ ୧୯ ରୋଗୀଙ୍କ ପାଇଁ ଆମେରିକୀୟ ଗବେଷକଙ୍କ ଆଣ୍ଟିବଡି
କୋଭିଡ ୧୯ ରୋଗୀଙ୍କ ପାଇଁ ଆମେରିକୀୟ ଗବେଷକଙ୍କ ଆଣ୍ଟିବଡି
author img

By

Published : Apr 27, 2020, 7:07 PM IST

କୋରୋନା ଭୂତାଣୁର ମୁକାବିଲା ପାଇଁ ବିଭିନ୍ନ ଦେଶରେ ଗବେଷଣା ଜାରି ରହିଛି । ଏହିକ୍ରମରେ ଆମେରିକାର ମାଉଣ୍ଟ ସିନାଇ ସ୍ଥିତ ଇକାନ ସ୍କୁଲ୍ ଅଫ ମେଡିସିନର ଏକ ଗବେଷକ ଟିମ୍ ଜେନସ୍କ୍ରିପଟ ସହଯୋଗରେ ସିନ୍ଥେଟିକ ଆଣ୍ଟିବଡି ବିକଶିତ କରୁଛନ୍ତି । ଏନେଇ ଏକ ବିବୃତି ଜାରି କରାଯାଇଛି । କୋଭିଡ ୧୯ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଏହି ଆଣ୍ଟିବଡି ସହାୟକ ହୋଇପାରେ ।

ମଣିଷର ଫୁସଫୁସ କୋଷିକାରେ ଭାଇରସ ପ୍ରବେଶ ରୋକିବାକୁ ଏହି ଆଣ୍ଟିବଡି ବିକଶିତ କରାଯାଉଥିବା ବିବୃତିରେ କୁହାଯାଇଛି । ମଣିଷ କୋଷିକାରେ ଭାଇରସର ପ୍ରବେଶକୁ ରୋକିବା ହେଉଛି ଆଣ୍ଟିବଡିର କାମ । ଅତିରିକ୍ତ କୋଷିକାଗୁଡିକୁ ଭାଇରସ ସଂକ୍ରମଣରୁ ସୁରକ୍ଷା ଦେବା ପାଇଁ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଏହି ଆଣ୍ଟିବଡି ପ୍ରୟୋଗ କରାଯାଇପାରେ । ବିଶ୍ବରେ କୋରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଡାକ୍ତରମାନେ ବ୍ୟବହାର କରୁଥିବା ପ୍ଲାଜମା ଥେରାପି ସହ ଆଣ୍ଟିବଡି ଚିକିତ୍ସାର ସାମଞ୍ଜସ୍ୟ ରହିଛି ।

ପ୍ଲାଜମା ଥେରାପି ଦ୍ବାରା ଏହି ସମ୍ଭାବନା ସୃଷ୍ଟି ହୋଇଛି । ସଂକ୍ରମିତଙ୍କ ଚିକିତ୍ସାରେ ଏହା ବେଶ ସହାୟକ ହୋଇପାରୁଥିବାରୁ ସେଭଳି ଏକ କୌଶଳ ରୋଗୀଙ୍କ କ୍ଷେତ୍ରରେ ପ୍ରୟୋଗ ପାଇଁ ଟାର୍ଗେଟେଡ୍ ଆଣ୍ଟିବଡି ସୃଷ୍ଟି କରାଯାଇଛି । ଏହାଦ୍ବାରା କୋଭିଡ-୧୯ ଭାଇରସକୁ ମଣିଷ କୋଷିକାରେ ପ୍ରବେଶରୁ ରୋକାଯାଇପାରିବ ବୋଲି ଆଶା ରହିଛି ବୋଲି ଡକ୍ଟର ଜୈଦୀ କହିଛନ୍ତି ।

ଡକ୍ଟର ଜୈଦୀ ଆଣ୍ଟିବଡି ସୃଷ୍ଟି ଦିଗରେ ନେତୃତ୍ବ ନେଉଛନ୍ତି । ଜୈଦୀ ଆହୁରି ବି ସୂଚନା ଦେଇଛନ୍ତି ଯେ ଆଣ୍ଟିବଡିର ମାନବ ପରୀକ୍ଷଣ ପାଇଁ କୌଣସି ସମୟସୀମା ନିର୍ଦ୍ଧାରଣ କରିବା କଷ୍ଟକର । ତେବେ ତାଙ୍କ ଟିମ୍ ଆସନ୍ତା ୧୨ ମାସ ମଧ୍ୟରେ ଆଣ୍ଟିବଡିର ମାନବ ପରୀକ୍ଷଣ କରିବାକୁ ଲକ୍ଷ୍ୟ ରଖିଥିବା ଡକ୍ଟର ଜୈଦୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.