ETV Bharat / international

ଆମେରିକାରେ କୋରୋନା ଝଡ, 24 ଘଣ୍ଟାରେ ଗଲା 1800ରୁ ଉର୍ଦ୍ଧ୍ବ ମୁଣ୍ଡ

ଚୀନର ଉହାନରୁ ଉତ୍ପତ୍ତି ହୋଇଥିବା ଏହି ମାରାତ୍ମକ ଭାଇରସ ଆମେରିକାର ମୃତ୍ୟୁର ତାଣ୍ଡବ ରଚିଛି। ଏହି କ୍ରମରେ ଗତ 24 ଘଣ୍ଟାରେ 1800ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଛି।

author img

By

Published : May 14, 2020, 10:05 AM IST

corona
ଆମେରିକାରେ କୋରୋନା ଝଡ

ୱାଶିଂଟନ: ଆମେରିକାକୁ ନାକରେ କନ୍ଦାଇଲାଣି କୋରୋନା ଭାଇରସ । ଚୀନର ଉହାନରୁ ଉତ୍ପତ୍ତି ହୋଇଥିବା ଏହି ମାରାତ୍ମକ ଭାଇରସ ଆମେରିକାର ମୃତ୍ୟୁର ତାଣ୍ଡବ ରଚିଛି। ଏହି କ୍ରମରେ ଗତ 24 ଘଣ୍ଟାରେ 1800ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦେଶବାସୀଙ୍କୁ ଅଣନିଶ୍ବାସୀ କରିଥିବା ଏହି ଅଦୃଶ୍ୟ ମହାମାରୀରେ ଏପର୍ଯ୍ୟନ୍ତ 84 ହଜାର ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି।

ସୂଚନା ଥାଉକି କି, ମାର୍ଚ୍ଚ ମାସ ପରଠୁ ଦେଶରେ ହୁ ହୁ ହୋଇ ବଢିଚାଲିଥିବା ମୃତ୍ୟୁ ସଂଖ୍ୟା ମଧ୍ୟରେ ଗତ ମେ 10 ଓ 11ର କୋରୋନା ମୃତ୍ୟୁସଂଖ୍ୟା ଆମେରିକା ସରକାରଙ୍କୁ ସାମାନ୍ୟ ଆଶ୍ବସ୍ତି ପ୍ରଦାନ କରିଥିଲା । କିନ୍ତୁ ଗତ ମଙ୍ଗଳବାର ଠାରୁ କ୍ରମାଗତ ପୁଣି କୋରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟିବା ଆମେରିକା ସରକାରଙ୍କ ଚିନ୍ତା ବଢାଇଛି ।

ପ୍ରକାଶ ଥାଉକି, ଏବେ ସୁଦ୍ଧା ଆମେରିକାରେ 1,385,834 ନୂଆ କୋରୋନା ମାମଲା ରହିଛି। ସେଥିମଧ୍ୟରୁ 262,225 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ଜହନ ହକପିନ୍ସ ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.