ETV Bharat / international

ମାଲିକଙ୍କ ଘୋଷଣା ଶୁଣି କର୍ମଚାରୀ ସ୍ତବ୍ଧ ! - କମ୍ପାନୀର ନାମ 'ଗ୍ରାଭିଟ୍‌ ପେମେଣ୍ଟସ୍‌'

ଆମେରିକାର ଏକ କମ୍ପାନୀର ସିଇଓ ଡାନ ନିଜର ପ୍ରତିଟି କର୍ମଚାରୀଙ୍କ ଦରମା 10 ହଜାର ଡଲାର ଅର୍ଥାତ 7 ଲକ୍ଷ 10 ହଜାର 505 ବଢାଇବାକୁ ସ୍ଥିର କରିଛନ୍ତି ।

ମାଲିକଙ୍କ ଘୋଷଣା ଶୁଣି କର୍ମଚାରୀ ସ୍ତବ୍ଧ !
author img

By

Published : Sep 27, 2019, 8:22 AM IST

ୱାଶିଂଟନ: 'ଇନକ୍ରିମେଣ୍ଟ' । ଶବ୍ଦଟି ଶୁଣିବା ମାତ୍ରେ ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନକୁ ଲାଗିଯାଏ ଡେଣା । କାରଣ ତମାମ ବର୍ଷର ପରିଶ୍ରମର ଫଳକୁ କାହାର ବା ଅପେକ୍ଷା ନଥାଏ । ମାତ୍ର ଅନେକ ସମୟରେ କମ୍ପାନୀ ଆମକୁ ନିରାଶ କରିଥାଏ । କେତେବେଳେ ଇନକ୍ରିମେଣ୍ଟ ହୋଇନଥାଏ ତ ଆଉ କେତେବେଳେ ଆପଣ ଭାବିଥିବା ଅର୍ଥରାଶି ଆପଣଙ୍କୁ ମିଳିନଥାଏ । ମାତ୍ର ଥରେ ଭାବିଲେ ଯଦି କେବେ ଆପଣ ସ୍ବପ୍ନରେ ସୁଦ୍ଧା ଚିନ୍ତା କରିନଥିବା ଇନକ୍ରିମେଣ୍ଟ ଆପଣଙ୍କୁ ମିଳିଯାଏ, ତେବେ ଆପଣଙ୍କୁ କେମିତି ଲାଗିବ ?

ସେହିପରି ଏକ ଘଟଣା ଘଟିଛି ଆମେରିକାରେ । ଏଠାରେ ଏକ କମ୍ପାନୀରେ କିଛି ଏପରି ଘଟିଛି । ଏହି କମ୍ପାନୀର ନାମ 'ଗ୍ରାଭିଟ୍‌ ପେମେଣ୍ଟସ୍‌'(GravityPymts) । ଆଉ ଏହାର ସିଇଓ ଡାନ ପ୍ରାଇସ । ମିଳିଥିବା ସୂଚନା ଅନୁସାରେ, ଡାନ ନିଜର ପ୍ରତିଟି କର୍ମଚାରୀଙ୍କ ଦରମା 10 ହଜାର ଡଲାର ଅର୍ଥାତ 7 ଲକ୍ଷ 10 ହଜାର 505 ବଢାଇବାକୁ ସ୍ଥିର କରିଛନ୍ତି ।

USA CEO announces 7 lakh increment for all his employees
ମାଲିକଙ୍କ ଘୋଷଣା ଶୁଣି କର୍ମଚାରୀ ସ୍ତବ୍ଧ !

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଏହି କମ୍ପାନୀର ସବୁଠାରୁ କମ ବେତନ ପାଉଥିବା କର୍ମଚାରୀ ବାର୍ଷିକ 28 ଲକ୍ଷ 42 ହଜାର 488 ଟଙ୍କା ରୋଜଗାର କରିଥାଏ । କେବଳ ଏତିକି ନୁହେଁ, ଡାନ ଏହା ମଧ୍ୟ ନିର୍ଣ୍ଣୟ ନେଇଛନ୍ତି ଯେ ଆସନ୍ତା 5 ବର୍ଷରେ କର୍ମଚାରୀଙ୍କ ବେତନ 49 ଲକ୍ଷ 74 ହଜାର 354 ଟଙ୍କା ବଢାଇବେ । ଏହା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଡାନଙ୍କ କମ୍ପାନୀ କ୍ରେଡିଟ୍ କାର୍ଡ ପ୍ରୋସେସିଙ୍ଗ୍‌ର ବ୍ୟବସାୟ କରିଥାଏ । ଏହି କମ୍ପାନୀକୁ ନିକଟରେ ChargeItPro ନାମକ ଆଉ ଏକ କମ୍ପାନୀ ଅଧିଗ୍ରହଣ କରିଛି । ଗ୍ରାଭିଟ୍‌ ପେମେଣ୍ଟସ୍‌(GravityPymts) କମ୍ପାନୀ ଏନେଇ ଆଉ ଏକ ଅଫିସ୍ ମଧ୍ୟ ନିର୍ମାଣ କରିଛି । ଆଉ ସେଠାର ନୂଆ କର୍ମଚାରୀଙ୍କୁ କିଛି ଏପରି ଭାବେ ସ୍ବାଗତ କରାଯାଇଛି ।

ଏହା ସ୍ବାଭାବିକ ଯେ, ଏହି ଖବର ଶୁଣି ଡାନଙ୍କ କମ୍ପାନୀର ପ୍ରତିଟି କର୍ମଚାରୀ ଖୁବ୍ ଖୁସି ଅଛନ୍ତି । ତେବେ ଏନେଇ ଡାନ ନିଜ ପ୍ରତିକ୍ରିୟାରେ କହିଛନ୍ତି, ସେ ଏପରି ବ୍ୟବସ୍ଥାରେ ଖୁବ୍ ଦୁଃଖୀ ଯେଉଁଥିରେ ଜଣେ ଅନେକ ସମ୍ପତ୍ତିର ମାଲିକ ହୋଇଥିବାବେଳେ ଅନ୍ୟ ଜଣଙ୍କ ପାଖରେ କିଛି ବି ନଥାଏ । ସତରେ ଏପରି ଚିନ୍ତାଧାର ରଖୁଥିବା ବ୍ୟକ୍ତି ମହାନ ନିଶ୍ଚୟ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.