ETV Bharat / international

'ଭାରତକୁ ସାହାଯ୍ୟ ପାଇଁ ଆମେରିକା ପ୍ରତିବଦ୍ଧ'

ବର୍ତ୍ତମାନ ସାରା ଭାରତରେ କୋରୋନାର କରାଳ ରୂପ ଦେଖାଦେଇଛି । ଏପରିସ୍ଥଳେ ଆମେରିକା ଭାରତକୁ ସମସ୍ତ ସହାୟତା ଯୋଗାଇଦେବା କ୍ଷେତ୍ରରେ ନିବିଡ ଭାବେ କାର୍ଯ୍ୟ କରୁଛି । ଅଧିକ ପଢନ୍ତୁ...

us helps to india
us helps to india
author img

By

Published : May 12, 2021, 12:09 PM IST

ୱାସିଂଟନ: କୋରୋନାର ଦ୍ବିତୀୟ ଲହର ବର୍ତ୍ତମାନ ଭାରତରେ ତାଣ୍ଡବଲୀଳା ରଚୁଛି । ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟକ ଲୋକ ସଂକ୍ରମିତ ହେଉଥିବାବେଳେ ଶହ ଶହ ସଂଖ୍ୟାରେ ମୃତ୍ୟୁ ଘଟୁଛି । ଇତିମଧ୍ୟରେ ଦେଶର ଅର୍ଥବ୍ୟବସ୍ଥା ମଧ୍ୟ ଭୁଷୁଡିବାରେ ଲାଗିଲାଣି । ଏପରିସ୍ଥଳେ ସାରା ବିଶ୍ବରୁ ବର୍ତ୍ତମାନ ଭାରତକୁ ସହାୟତାର ସୁଅ ଛୁଟୁଛି । ସେହିଭଳି ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ମଧ୍ୟ ଭାରତର ଏଭଳି ସଙ୍କଟ ସମୟରେ ଜରୁରୀକାଳୀନ ଆବଶ୍ୟକତା ଯୋଗାଇବା ଦିଗରେ ଘନିଷ୍ଠ ଭାବେ କାର୍ଯ୍ୟ କରୁଛି ବୋଲି ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଭାରତକୁ ଆମେରିକାର ସହାୟତା
ଭାରତକୁ ଆମେରିକାର ସହାୟତା

ଆମେରିକା ସରକାର ଭାରତକୁ 100 ମିଲିୟନ ଡଲାର ବା 10 କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିବାବେଳେ ଆମେରିକାର ଘରୋଇ କ୍ଷେତ୍ରରୁ ମୋଟ 400 ମିଲିୟନ ଡଲାର ସହାୟତା ଭାରତକୁ ମିଳିଛି । ଏନେଇ ଆମେରିକାର ପ୍ରଦେଶ ବିଭାଗର ମୁଖପାତ୍ରନେଡ ପ୍ରାଇସ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଗଣାମଧ୍ୟମକୁ କହିଛନ୍ତି ।

ଭାରତକୁ ଆମେରିକାର ସହାୟତା
ଭାରତକୁ ଆମେରିକାର ସହାୟତା

ନିକଟରେ ଆମେରିକାର ସର୍ବୋଚ୍ଚ ସିନେଟର ମାର୍କ ୱାର୍ଣ୍ଣର ଭାରତୀୟ ରାଷ୍ଟ୍ରଦୂତ ତାରଞ୍ଜିତ ସିଂ ସାନ୍ଧୁଙ୍କ ସହ କଥା ହୋଇଥିଲେ ଏବଂ ଭାରତକୁ ସହାୟତା ପାଇଁ ଆମେରିକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧତାକୁ ନିଶ୍ଚିତ କରିଥିଲେ । ଏନେଇ ସାନ୍ଧୁ ମଧ୍ୟ ଟ୍ବିଟ୍ ଯୋଗେ ତାଙ୍କୁ କୃତଜ୍ଞତା ଜଣାଇଥିଲେ ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.