ୱାଶିଂଟନ: ସଙ୍ଗରୋଧରେ ରହିବେନି ଆମେରିକା ଉପରାଷ୍ଟ୍ରପତି ମାଇକ ପେନ୍ସ । ଉପରାଷ୍ଟ୍ରପତିଙ୍କ ସହଯୋଗୀ କୋରୋନା ପଜିଟିଭ ଚିହ୍ନଟ ହେବାପରେ ସେ ସଙ୍ଗରୋଧରେ ରହିବେନି ବୋଲି ଯୋଜନା କରଥିବା ଜଣାପଡିଛି । ତେବେ ସେ ସୋମବାର ହ୍ବାଇଟ ହାଉସରେ ରହିବେ ବୋଲି ଉପରାଷ୍ଟ୍ରପତିଙ୍କ ମୁଖପାତ୍ର ସୂଚନା ଦେଇଛନ୍ତି ।
ଉପରାଷ୍ଟ୍ରପତିଙ୍କ ମୁଖପାତ୍ର ଡେଭିନ୍ ଓ ମଲେ କହିଛନ୍ତି ଯେ ପେନ୍ସ ହ୍ବାଇଟ ହାଉସ ମେଡିକାଲ ୟୁନିଟର ପରାମର୍ଶକୁ ଜାରି ରଖିବେ । ସେ କ୍ବାରେଣ୍ଟାଇନରେ ରହିବେ ନାହିଁ । ସେପଟେ ସେ ପ୍ରତ୍ୟେକ ଦିନ କୋଭିଡ-19 ପରୀକ୍ଷା କରୁଥିବା ବେଳେ ତାଙ୍କ ରିପୋର୍ଟ ନେଗେଟିଭ ରହିଛି । ତେବେ ଆଗାମୀ କିଛିଦିନ ପାଇଁ ତାଙ୍କ କାର୍ଯ୍ୟଭାର କମ ରହିବ ।
ଏଠାରେ ସୂଚନା ଥାଉ ଯେ, ଶୁକ୍ରବାର ପେନ୍ସଙ୍କ ପ୍ରେସ ସେକ୍ରେଟାରୀ କେଟି ମିଲର କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ହ୍ବାଇଟ ହାଉସରେ ଦୁଇ ଦୁଇ ଜଣ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଉପରାଷ୍ଟ୍ରପତି ଓ ଟ୍ରମ୍ପଙ୍କ ପରୀକ୍ଷା କରାଯାଇଥିଲା । ଏବେ ସୁଦ୍ଧା ତାଙ୍କ ରିପୋର୍ଟ ନେଗେଟିଭ ରହିଛି ।