ETV Bharat / international

କୋରୋନୋ ଟିକାକୁ ନେଇ ହ୍ୟୁମାନ୍ ଟ୍ରାଏଲ୍ କଲା ଆମେରିକୀୟ କମ୍ପାନୀ - vaccine for corona

ଚୀନର ଉହାନ ସହରରୁ ବିସ୍ତାରିତ କୋରୋନା ସହ ସମଗ୍ର ବିଶ୍ବ ସଂଘର୍ଷ କରୁଛି। ଏଭଳି ପରିସ୍ଥିତିରେ ଅନେକ ଦେଶ ଏହି ମହାମାରୀ ପାଇଁ ଟିକା ଖୋଜୁଛନ୍ତି। ସାରା ବିଶ୍ବରେ ଥିବା ସମସ୍ତ ଲ୍ୟାବରେ ବୈଜ୍ଞାନିକମାନେ ଯଥାଶୀଘ୍ର ଟିକା ପାଇବା ପାଇଁ ଚେଷ୍ଟା କରୁଛନ୍ତି ।

vaccine
କୋରୋନୋ ଟିକାକୁ ନେଇ ହ୍ୟୁମାନ୍ ଟ୍ରାଏଲ୍
author img

By

Published : May 19, 2020, 11:08 AM IST

ୱାସିଂଟନ: ଚୀନର ଉହାନ ସହରରୁ ବିସ୍ତାରିତ କୋରୋନା ସହ ସମଗ୍ର ବିଶ୍ବ ସଂଘର୍ଷ କରୁଛି। ଏଭଳି ପରିସ୍ଥିତିରେ ଅନେକ ଦେଶ ଏହି ମହାମାରୀ ପାଇଁ ଟିକା ଖୋଜୁଛନ୍ତି। ସାରା ବିଶ୍ବରେ ଥିବା ସମସ୍ତ ଲ୍ୟାବରେ ବୈଜ୍ଞାନିକମାନେ ଯଥାଶୀଘ୍ର ଟିକା ପାଇବା ପାଇଁ ଚେଷ୍ଟା କରୁଛନ୍ତି । ଏହି ସମୟରେ ଆମେରିକାର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ମୋଡର୍ଣ୍ଣା କୋରୋନା ଟିକା ତିଆରି କରିବାର ଆଶା ବଢାଇଛି।

ଟିକା ପ୍ରସ୍ତୁତ ପ୍ରକ୍ରିୟାରେ କମ୍ପାନୀ ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ଅତିକ୍ରମ କରିଛି। କୁହାଯାଉଛି ଯେ କମ୍ପାନୀ ଟିକାକରଣର ହ୍ୟୁମାନ ଟ୍ରାଏଲ ବା ମାନବ ପରୀକ୍ଷା ଆରମ୍ଭ କରିଛି ଓ ମାନବ ପରୀକ୍ଷା ଫଳାଫଳ ଭଲ ମଧ୍ୟ ରହିଛି। ମାନବ କ୍ଲିନିକାଲ ପରୀକ୍ଷଣର ପ୍ରାରମ୍ଭିକ ଫଳାଫଳ ସକରାତ୍ମକ ହେବା ପରେ ଜୁଲାଇରୁ ଟିକା ପରୀକ୍ଷାର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବ ବୋଲି କମ୍ପାନୀ କହିଛି।ସୂଚନାନୁଯାୟୀ, ଯଦି ତୃତୀୟ ପର୍ଯ୍ୟାୟ ସଫଳ ହୁଏ ତେବେ କମ୍ପାନୀ ଟିକା ଲାଇସେନ୍ସ ପାଇଁ ଆବେଦନ କରିପାରିବ।

ପ୍ରକାଶଥାଉକି, ମୋଡର୍ଣ୍ଣା ହେଉଛି ପ୍ରଥମ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଯାହାକି ଏହାର RNA ଆଧାରିତ ଟିକା ଉପରେ ମାନବ ପରୀକ୍ଷା କରିଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ବର୍ଷ ଶେଷ ସୁଦ୍ଧା କୋରୋନା ଟିକା ବାହାରିପାରେ।

ମୋଡର୍ଣ୍ଣା କମ୍ପାନୀ ହେଉଛି ପ୍ରଥମ ଆମେରିକୀୟ କମ୍ପାନୀ ଯାହାକି RNA- ଆଧାରିତ ଟିକା mRNA-1273 ର ମାନବ ପରୀକ୍ଷା ବିଷୟରେ ଘୋଷଣା କରିଥିଲା ​। ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଓ ଇନଫେକସନ୍ ରୋଗ (NIAID) ଦ୍ବାରା ପରିଚାଳିତ ପ୍ରଥମ ପର୍ଯ୍ୟାୟ ଅଧ୍ୟୟନରୁ ଏହାର ଟିକାକରଣର ମାନବ ପରୀକ୍ଷଣରୁ ପଜିଟିଭ୍ ଫଳାଫଳ ବିଷୟରେ କମ୍ପାନୀ ମଧ୍ୟ ତଥ୍ୟ ଘୋଷଣା କରିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.