ETV Bharat / international

ଭାରତୀୟଙ୍କୁ ଆମେରିକା ମନା, ଯାତ୍ରା ଉପରେ ଲାଗିଲା କଟକଣା - ଭାରତରୁ ସମସ୍ତ ଯାତ୍ରା ବାତିଲ

କୋରୋନା ସଂକ୍ରମଣର ଭୟାବହ ସ୍ଥିତିରେ ରହିଥିବାରୁ ଆମେରିକା ଭାରତରୁ ସମସ୍ତ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛି । ଅଧିକ ପଢନ୍ତୁ...

ଭାରତରୁ ସମସ୍ତ ଯାତ୍ରାକୁ ବାତିଲ କଲା ଆମେରିକା
ଭାରତରୁ ସମସ୍ତ ଯାତ୍ରାକୁ ବାତିଲ କଲା ଆମେରିକା
author img

By

Published : May 1, 2021, 1:56 PM IST

ୱାଶିଂଟନ: ଭାରତରେ କୋରୋନାର ସୁନାମି ରୂପ ଦେଖିବାକୁ ମିଳିବା ପରେ ଅନ୍ୟ ଦେଶଗୁଡ଼ିକ ପରେ ଆମେରିକା ଭାରତରୁ ସମସ୍ତ ଯାତ୍ରା ଉପରେ କଟକଣା ଲଗାଇଛି । ଏହି ନିୟମ ଆମେରିକୀୟ ନାଗରିକ, ଆଇନଗତ ସ୍ଥାୟୀ ବାସିନ୍ଦାଙ୍କ ବ୍ୟତୀତ ଅନ୍ୟ ଭାରତୀୟଙ୍କ ଉପରେ ଲାଗୁ କରାଯିବ । ତେବେ ଆସନ୍ତା ମଙ୍ଗଳବାରଠାରୁ ଏହି ନିୟମକୁ ଲାଗୁ କରିବା ଆମେରିକା ।

ଭାରତରେ କୋରୋନାର ଭୟଙ୍କର ରୂପ ଦେଖି ବିମାନ ସେବାକୁ ବନ୍ଦ କରିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଦେଶ । ଆମେରିକା ମଧ୍ୟ ଏଥିରେ ସାମିଲ ହୋଇଛି । ତେବେ ନିଜ ଦେଶରେ ସଂକ୍ରମଣକୁ ଏଡାଇବା ପାଇଁ ବାଇଡେନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ଏ ସମ୍ପର୍କରେ ହ୍ବାଇଟ ହାଉସ ପ୍ରେସ ସେକ୍ରେଟାରୀ ଜେନ ସାକି ସୂଚନା ଦେଇଛନ୍ତି ।

ଗତ 24 ଘଣ୍ଟାରେ ଦେଶରେ 4 ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏପ୍ରିଲରେ ଭାରତରେ କୋରୋନା ମାମଲା ବଢୁଥିବାରୁ ଆମେରିକା ଭାରତକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଏକ କଡା ଚେତାବନୀ ଦେଇଛି । ଟିକା ନେବା ପରେ ମଧ୍ୟ ଭାରତକୁ ଯାତ୍ରା ନ କରିବା ପାଇଁ ବାରଣ କରିଛନ୍ତି ଆମେରିକା ସରକାର ।

ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଅନେକ ଦେଶ ଭାରତରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । କାନାଡା ଏବଂ ୟୁଏଇ ଭାରତରୁ ଯାତ୍ରୀବାହୀ ବିମାନକୁ ସାମୟିକ ଭାବେ ବାରଣ କରିଛନ୍ତି । ସେପଟେ ଭାରତ ୟୁକେର ଯାତ୍ରା ତାଲିକାର ରେଡ ଜୋନରେ ରହିଛି । ସେପଟେ ଭାରତରେ ଥିବା ଅଷ୍ଟ୍ରେଲିଆ ନାଗରିକମାନେ ଦେଶକୁ ଫେରିପାରିବେ ନାହିଁ ବୋଲି ଅଷ୍ଟ୍ରେଲିଆ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.