ETV Bharat / international

ଆମେରିକାରେ ମୃତ୍ୟୁର ବନ୍ୟା, କୋରୋନା ନେଲାଣି 85 ହଜାର ପ୍ରାଣ - US records 1,754 #coronavirus deaths in 24 hours

ଗତ 24 ଘଣ୍ଟାରେ ଆମେରିକାରେ ପାଖାପାଖି 1754 ଲୋକଙ୍କ ମୃତ୍ୟୁ ହୋଇଛି। ଦେଶରେ ସର୍ବମୋଟ ମୃତ୍ୟୁସଂଖ୍ୟା 85 ହଜାର ପାର୍। ଅଧିକ ଖବର ପଢନ୍ତୁ...

america
ଆମେରିକାରେ ମୃତ୍ୟୁର ବନ୍ୟା, କୋରୋନା ନେଲାଣି 85 ହଜାର ପ୍ରାଣ
author img

By

Published : May 15, 2020, 9:18 AM IST

ୱାସିଂଟନ: କୋରୋନ ମହାମାରୀର ଅନ୍ଧକାରରେ ସାରା ବିଶ୍ବ। ଯାହା ବିଶ୍ବରେ ତୃତୀୟ ବିଶ୍ବଯୁଦ୍ଧର ପରସ୍ଥିତି ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କୋଭିଡ୍ ଯୁଦ୍ଧରେ ଧରାଶାୟୀ ମାନବ ସମାଜ। ଭ୍ୟାକ୍ସିନ ଅପେକ୍ଷାରେ ବୈଜ୍ଞାନିକ ଓ ଗବେଷକ।

ବିଂଶ ଶତାଦ୍ଦୀରେ ମହାମାରୀରେ ମଣିଷ ମଡକ କଥାଟି ଏକପ୍ରକାର ଅଭୂତପୂର୍ବ, ଅଶ୍ରୂତପୂର୍ବ ଓ ଅପରିକଳ୍ପନୀୟ ମନେ ହେଉଛି। ତେବେ ଏହି ଅଦୃଶ୍ୟ ମହାମାରୀର ଅଧିକ କ୍ଷତି ସହୁଛି ଶକ୍ତିଶାଳୀ ଦେଶ ଆମେରିକା।

ମୃତ୍ୟୁର ତାଣ୍ଡବ ରଚୁଥିବା ଏହି ମହମାରୀ ଆମେରିକାରେ ଗଡୁଛି ହଜାର ହଜାର ମୁଣ୍ଡ। କିଛି ଦିନ ହେବ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ବେଳେ ପୁଣି ଏହା ବୃଦ୍ଧି ପାଇବାରେ ଲାଗିଛି। ତେବେ ଗତ 24 ଘଣ୍ଟାରେ ଆମେରିକାରେ ପାଖାପାଖି 1754 ଲୋକଙ୍କ ମୃତ୍ୟୁ ହୋଇଛି।

ଦେଶରେ ସର୍ବମୋଟ ମୃତ୍ୟୁସଂଖ୍ୟା 85 ହଜାରରେ ପହଞ୍ଚିଲାଣି ବୋଲି ଜହନ ହକପିନ୍ସ ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଏହାସହ ୱାଲର୍ଡ ମିଟର ୱେବସାଇଟରେ ପ୍ରକାଶିତ ତଥ୍ୟ ଅନୁସାରେ ଦେଶରେ 14 ଲକ୍ଷ 57 ହଜାର 193 ମାମଲା ରହିଛି। ସେଥିମଧ୍ୟରୁ 3 ଲକ୍ଷ 18 ହଜାର 27 ଲୋକ ସୁସ୍ଥ ହୋଇସାରିଲେଣି।

ବର୍ତ୍ତମାନ ଦେଶରେ 10 ଲକ୍ଷ 52 ହଜାର 358 ରୋଗୀ ଆକ୍ରାନ୍ତ ଅଛନ୍ତି। ସେଥିମଧ୍ୟରୁ 16 ହଜାର 240 ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି। ସୂଚନା ଥାଉକି, ଆମେରିକାର ସବୁଠୁ ସମ୍ଭାନ୍ତ ତଥା ପ୍ରତିପତ୍ତିର ଶୀର୍ଷରେ ଥିବା ନ୍ୟୁୟର୍କରେ ମଧ୍ୟ ମୃତ୍ୟୁସଂଖ୍ୟା ଅସମ୍ଭାଳ। ଏବେ ସୁଦ୍ଧା ସେଠାରେ 25 ହଜାର ଲୋକଙ୍କ ପ୍ରାଣ ନେଲାଣି ଏହି କୋଭିଡ୍ 19।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.