ETV Bharat / international

ଆଫଗାନିସ୍ତାନରେ ତାଲିବାନ ରାଜ ! ପ୍ରଥମ ଥର ଦେଶକୁ ସମ୍ବୋଧିତ କରିବେ ବାଇଡେନ

author img

By

Published : Aug 16, 2021, 10:15 PM IST

Updated : Aug 16, 2021, 10:55 PM IST

ବନ୍ଧୁକ ମୁନରେ ଗୋଟିଏ ଦେଶରେ କ୍ଷମତା ଦଖଲ ସାରା ବିଶ୍ବ ପାଇଁ ପାଲଟିଛି ଚିନ୍ତାର କାରଣ । ଏହାରି ମଧ୍ୟରେ ବିଶ୍ବର ଶକ୍ତିଶାଳୀ ଦେଶ ଆମେରିକାକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଜୋ ବାଇଡେନ । ଅଧିକ ପଢନ୍ତୁ...

ଆଫଗାନିସ୍ତାନରେ ତାଲିବାନ କବଜା ପରେ ପ୍ରଥମ ଥର ଦେଶକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ବାଇଡେନ

ୱାଶିଂଟନ: ତାଲିବାନର କବଜା ପରେ ଆଫଗାନିସ୍ତାନର ସ୍ଥିତି ଭୟାବହ ରହିଛି । ବନ୍ଧୁକ ମୁନରେ ଗୋଟିଏ ଦେଶରେ କ୍ଷମତା ଦଖଲ ସାରା ବିଶ୍ବ ପାଇଁ ପାଲଟିଛି ଚିନ୍ତାର କାରଣ । ଏହାରି ମଧ୍ୟରେ ବିଶ୍ବର ଶକ୍ତିଶାଳୀ ଦେଶ ଆମେରିକାକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଜୋ ବାଇଡେନ ।

ଭାରତୀୟ ସମୟ ଅନୁଯାୟୀ, ମଙ୍ଗଳବାର ରାତି ଦେଢଟାରେ ହ୍ବାଇଟହାଉସରୁ ଦେଶବାସୀଙ୍କୁ ସମ୍ବୋଧିତ କରିବେ ଆମେରିକା ରାଷ୍ଟ୍ରପତି । ଆଫଗାନିସ୍ତାନରେ ବର୍ତ୍ତମାନର ସ୍ଥିତି ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ସମଗ୍ର ଦେଶକୁ ନିଜ କବଜାକୁ ନେଇସାରିଛି ତାଲିବାନ ।

ହ୍ବାଇଟହାଉସ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଜୋ ବାଇଡେନ ୱାଶିଂଟନର କ୍ୟାମ୍ପ ଡେଭିଡ ରାଷ୍ଟ୍ରପତି ଭବନକୁ ଫେରିବେ ଓ ସୋମବାର ଦ୍ବିପହରରେ ଇଷ୍ଟରୁମରୁ ବୟାନ ଦେବେ । ଆଫଗାନିସ୍ତାନର ଗମ୍ଭୀର ପରିସ୍ଥିତିକୁ ପାଖାପାଖି ଏକ ସପ୍ତାହ ବିତିଯାଇଥିବାବେଳେ ଏହା ପ୍ରଥମ ଥର ବାଇଡେନଙ୍କ ସାର୍ବଜନିକ ବୟାନ ।

ବରିଷ୍ଠ ଆମେରିକୀୟ ସେନା ଅଧିକାରୀଙ୍କ ଅନୁଯାୟୀ, ସୋମବାର ସକାଳେ କାବୁଲ ବିମାନବନ୍ଦରରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ କିଛି ଉଡାଣ ଭରୁଥିବା ଆମେରିକାର ସୈନ୍ୟ ବିମାନରୁ ତଳକୁ ଖସିପଡିଥିଲେ ।

ସେପଟେ ଅନ୍ତଃରାଷ୍ଟ୍ରୀୟ ସମୁଦାୟଙ୍କୁ ଏକଜୁଟ ହେବାକୁ ଅପିଲ କରିଛନ୍ତି ୟୁଏନ ମହାସଚିବ ଆଣ୍ଟୋନିୟୋ ଗୁଟେରେସ । ସଂଘର୍ଷ କାରଣରୁ ହଜାର ହଜାର ଲୋକ ନିଜ ଘର ଛାଡି ପଳାୟନ କରିବାକୁ ବାଧ୍ୟ ହୋଇପଡିଛନ୍ତି । ତେବେ ଶରଣାର୍ଥୀଙ୍କୁ ସ୍ବୀକାର କରିବାକୁ ସମସ୍ତ ଦେଶଗୁଡିକୁ ଅନୁରୋଧ କରିଛି ଜାତିସଂଘ ।

Last Updated : Aug 16, 2021, 10:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.