ETV Bharat / international

ଟ୍ରମ୍ପଙ୍କ ଚେତାବନୀ: ଯୁଦ୍ଧ କଲେ ପୃଥିବୀ ମାନଚିତ୍ରରୁ ଲିଭିଯିବ ଇରାନ

ଟ୍ରମ୍ପ ଇରାନକୁ ଖୋଲାଖୋଲି ଧମକ । ଆମେରିକା ରାଷ୍ଟ୍ରପତି ଟ୍ବିଟ କରି କହିଛନ୍ତି, ଯଦି ଆମେରିକା ସହ ଇରାନ ଯୁଦ୍ଧ କରିବ, ଇରାନ ପୃଥିବୀ ମାନଚିତ୍ରରୁ ଲିଭିଯିବ ।

author img

By

Published : May 20, 2019, 10:05 AM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଇରାନ ସହ ଆମେରିକାର ବୃଦ୍ଧି ପାଉଥିବା ତିକ୍ତତା ଏବେ ଏକ ଭୟଙ୍କର ଯୁଦ୍ଧ ଆଡକୁ ଇସାରା କରୁଛି । ଏପରି ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଇରାନକୁ ସତର୍କ ବାଣୀ ଶୁଣାଇଛନ୍ତି । ଟ୍ରମ୍ପ ଇରାନକୁ ଖୋଲାଖୋଲି ଧମକ ଦେଇଛନ୍ତି । ଟ୍ରମ୍ପ ଟ୍ବିଟ କରି କହିଛନ୍ତି, ଯଦି ଆମେରିକା ସହ ଇରାନ ଯୁଦ୍ଧ କରିବା ପାଇଁ ପ୍ରୟାସ କରିବ, ତେବେ ଇରାନ ପୃଥିବୀ ମାନଚିତ୍ରରୁ ଲିଭିଯିବ । ଆମେରିକା ସହ ଯୁଦ୍ଧ କଲେ ଇରାନର ଅନ୍ତ ସୁନିଶ୍ଚିତ । ଏପରିକି ପୂନର୍ବାର ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାକୁ ନାଲି ଆଖି ଦେଖାଇବାକୁ ଇରାନ ଚେଷ୍ଟା ନ କରୁ ବୋଲି ସତର୍କ ବାଣୀ ଶୁଣାଇଛନ୍ତି ଟ୍ରମ୍ପ ।

us-president
ଫଟୋ ସୌଜନ୍ୟ: ଟ୍ୱିଟର@realDonaldTrump

ଏପରିକି ଇରାନକୁ ଡରାଇବା ପାଇଁ ଆମେରିକା ଯୁଦ୍ଧଜାହାଜ ୟୁଏସଏସ ଆବ୍ରାହମ ଲିଙ୍କନକୁ କାତାରଠାରେ ଥିବା ନିଜର ସାମରିକ ଘାଟିକୁ ପ୍ରେରଣ କରିଛି । ଏଭଳି ପରିସ୍ଥିତିରେ ଉପସାଗରୀୟ ଅଞ୍ଚଳରେ ପୁଣି ଯୁଦ୍ଧର କଳାବାଦଲ ଘନୀଭୂତ ହୋଇଛି । ଇରାନକୁ ଜବାବ ଦେବା ପାଇଁ ଆମେରିକା ଏକ ବଡ ଧରଣର ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଥିବା ଜଣାଯାଉଛି । ଆମେରିକା ନିଜର ବୋମାବର୍ଷୀ ଯୁଦ୍ଧବିମାନ ବି-52 ଆରବର ଫୁଜୈାରାହର ମୁତୟନ ମଧ୍ୟ କରିଛି । ଏହା ପରଠାରୁ ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଆଶଙ୍କା ତୀବ୍ରତର ହୋଇଛି । ଏହା ବ୍ୟତିରେକ ଆମେରିକା ଇରାନର ଇସଲାମିକ୍‌ କ୍ରାନ୍ତିକାରୀ ସେନାକୁ ଆତଙ୍କୀ ସଂଗଠନ ରୂପରେ ନାମିତ କରିଛି ।

ସୂଚନାଯୋଗ୍ୟ କି , ଆମେରିକା ପୂର୍ବ ରାଷ୍ଟ୍ରପତି ବାରାକ ଓବାମା ଇରାନ ସହ ପରମାଣୁ ଚୁକ୍ତି ସ୍ବାକ୍ଷରିତ କରିଥିଲେ । ଯାହାକୁ ଡୋନାଲ୍ଡ ଟ୍ରମ୍ପଙ୍କ ସରକାର କ୍ଷମତାକୁ ଆସିବା ପରେ ୨୦୧୫ରୁ ପୂର୍ବ ଚୁକ୍ତିରୁ ଓହରି ଯାଇଥିଲେ । ଟ୍ରମ୍ପ ସରକାର ଏହି ଚୁକ୍ତିରୁ ଓହରିବା ପରେ ଇରାନ ଉପରେ ଆମେରିକାର ପ୍ରତିବନ୍ଧକ ଲାଗିବା ଆରମ୍ଭ ହୋଇଯାଇଥିଲା । ଏହା ଫଳରେ ଇରାନର ଅର୍ଥବ୍ୟବସ୍ଥା ଧ୍ବସ୍ତ ହେବାକୁ ଲାଗିଥିଲା । ଏପରିକି ତୈଳ ଉତ୍ପାଦକୁ ନେଇ ଆମେରିକା ଇରାନକୁ ଘେରିଥିଲା । ଆମେରିକା ଭାରତ, ଚୀନ, ପାକିସ୍ତାନକୁ ଇରାନରୁ ତୈଳ ଆମଦାନୀ ନକରିବା ପାଇଁ ସତର୍କବାଣୀ ଦେଇଥିଲା । ଏହାପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି ।

Intro:Body:

dsg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.