ETV Bharat / international

କୋଭିଡ-19 ସମ୍ପର୍କୀତ ନିରପେକ୍ଷ ତଦନ୍ତ ଦାବିକୁ ସମର୍ଥନ ଜଣାଇଲା ଆମେରିକା

author img

By

Published : May 19, 2020, 8:24 AM IST

ଅଷ୍ଟ୍ରେଲିଆ ଓ ୟୁରୋପୀୟ ସଂଘ ନେତୃତ୍ବରେ କୋଭିଡ-19 ସମ୍ପର୍କୀତ ନିରପେକ୍ଷ ତଦନ୍ତ ପ୍ରସ୍ତାବ ଉପସ୍ଥାପିତ । ଏହାକୁ ଏବେ ଆମେରିକା ସମର୍ଥନ ଜଣାଇଛି । ପୂର୍ବରୁ 62 ଦେଶ ସମେତ ଭାରତ ମଧ୍ୟ ନିରପେକ୍ଷ ତଦନ୍ତ ଦାବିକୁ ସମର୍ଥନ ଜଣାଇଛି ।

କୋଭିଡ-19 ସମ୍ପର୍କୀତ ନିରପେକ୍ଷ ତଦନ୍ତ ଦାବିକୁ ସମର୍ଥନ ଜଣାଇଲା ଆମେରିକା
କୋଭିଡ-19 ସମ୍ପର୍କୀତ ନିରପେକ୍ଷ ତଦନ୍ତ ଦାବିକୁ ସମର୍ଥନ ଜଣାଇଲା ଆମେରିକା

ୱାଶିଂଟନ: ଚୀନ ଉପରେ ବଢୁଛି ଅନ୍ତର୍ଜାତୀୟ ଚାପ । କୋଭିଡ 19 ସମ୍ପର୍କରେ ନିରପେକ୍ଷ ତଦନ୍ତରେ ସମର୍ଥନ ଜଣାଇଲା ଆମେରିକା । ଅଷ୍ଟ୍ରେଲିଆ ଓ ୟୁରୋପୀୟ ସଂଘଙ୍କ ନେତୃତ୍ବରେ ପ୍ରସ୍ତାବିତ ସଂକଳ୍ପକୁ ପୂର୍ବରୁ ଭାରତ ସମେତ 62 ଦେଶ ସମର୍ଥନ ଜଣାଇଥିଲେ । ଗତ ସୋମବାର ଜେନିଭା ଠାରେ ୱାର୍ଲ୍ଡ ହେଲଥ ଆସେମ୍ବ୍ଲି(WHA) ଏନେଇ ପ୍ରସ୍ତାବ ଦିଆଯାଇଛି ।

କୋଭିଡ -19 ମହାମାରୀର ନିରପେକ୍ଷ ତଦନ୍ତ ପାଇଁ ଅଷ୍ଟ୍ରେଲୀୟଙ୍କ ନେତୃତ୍ବକୁ ସମର୍ଥନକୁ ଜଣାଇ ଏହାକୁ ରିଟ୍ବିଟ କରିଥିଲା ଆମେରିକା । ଏହା ସହ ଏହାକୁ ସମର୍ଥନ କରୁଛି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ମହାମାରୀ କୋରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ଚୀନର ଉହାନ ସହର ହୋଇଥିବାବେଳେ, ଚୀନ ସଠିକ ସମୟରେ ଭୂତାଣୁ ସମ୍ପର୍କୀତ ବିଶ୍ବବାସୀଙ୍କୁ ଜଣାଇନଥିବା ଅଭିଯୋଗ ହୋଇଛି । ଏପରିକି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ ଚୀନ ପ୍ରତି ନରମ ମନଭାବ ରହୁଥିବା ନେଇ ବାରମ୍ବାର ଆମେରିକା ଅଭିଯୋଗ କରିଛି । ଯାହାକୁ ନେଇ ନିରପେକ୍ଷ ତଦନ୍ତ କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଏକ କାର୍ଯ୍ୟକ୍ରମରେ ଏହି ପ୍ରସ୍ତାବ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.