ୱାଶିଂଟନ: ଚୀନରେ ବେଜିଂ ସ୍ଥିତ ସାମରିକ ଶାସନ ଅଧିକୃତ 20ଟି କମ୍ପାନୀକୁ ଚୟନ କରି ଏହାର ତାଲିକା ପ୍ରସ୍ତୁତ କରିଛି ଆମେରିକା । ଏହି ତାଲିକାରେ ହୁୱେଇ ସାମିଲ ରହିଥିବା ଜଣା ପଡିଛି । ତାଲିକାଭୁକ୍ତ କମ୍ପାନୀମାନଙ୍କରେ ଆଗାମୀ ଦିନରେ ପ୍ରତିବନ୍ଧକ ଲଗାଇବା ପାଇଁ ସରକାର ଯୋଜନା କରୁଛନ୍ତି । ଏହି କମ୍ପାନଗୁଡିକ ଦ୍ବାରା ଚୀନ ଆମେରିକୀୟ ନିବେଶ ହାସଲ କରିବାକୁ ଚେଷ୍ଟା କରୁଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏମାନଙ୍କ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଘୋଷଣା କରିଛନ୍ତି ।
ଆମେରିକୀୟ ପ୍ରତିରକ୍ଷା ବିଭାଗ ମୁଖ୍ୟାଳୟ ପେଣ୍ଟାଗନ, ଏନେଇ ଆମେରିକାରେ କାର୍ଯ୍ୟରତ କମ୍ୟୁନିଷ୍ଟ ଚାଇନିଜ ମିଲିଟାରୀ କମ୍ପାନୀମାନଙ୍କର ଏକ ତାଲିକା ପ୍ରସ୍ତୁତ କରିଛି । ଏହି ତାଲିକାରେ ଚୀନ ସରକାରୀ, ସାମରିକ ପ୍ରଶାସନ ଓ ପ୍ରତିରକ୍ଷା ବିଭାଗ ଦ୍ବାରା ପରିଚାଳିତ, ଅଧିକୃତ ଓ ଚୀନର ସହଯୋଗରେ ପରିଚାଳିତ କମ୍ପାନୀମାନଙ୍କୁ ସ୍ଥାନିତ କରାଯାଇଛି । ଏହି ତାଲିକାରେ ରହିଛି ଆଭିଏସନ ଇଣ୍ଡଷ୍ଟ୍ରି କର୍ପୋରେସନ ଅଫ ଚାଇନା, ଚାଇନା ଏରୋସ୍ପେଶ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କର୍ପୋରେସନ, ଚାଇନା ଏରୋସ୍ପେଶ ସାଇନ୍ସ ଆଣ୍ଡ ଇଣ୍ଡଷ୍ଟ୍ରି କର୍ପୋରେସନ, ଚାଇନା ଇଲେକ୍ଟ୍ରୋନିକ୍ସ ଟେକ୍ନୋଲୋଜି ଗ୍ରୁପ କର୍ପୋରେସନ ଆଦି ସାମିଲ ରହିଛି ।
ଏନେଇ ପେଣ୍ଟାଗନ ମୁଖପାତ୍ରଙ୍କ କହିବା ଅନୁଯାୟୀ ଚୀନ ନିଜ ନାଗରିକ ଓ ସାମରିକ କ୍ଷେତ୍ର ମଧ୍ୟରେ ଥିବା ତଫାତ୍କୁ ହଟାଇବାକୁ ଚେଷ୍ଟା କରୁଛି । ତେଣୁ ଅପରପକ୍ଷର ରାଷ୍ଟ୍ରର ନୀତି ଗୁରୁତର ସ୍ଥିତି କରିପାରେ ଜାଣି ଆମେରିକାର ଏହି ପଦକ୍ଷେପ ଅତି ଜରୁରୀ ।
@IANS