ETV Bharat / international

ଆମେରିକା ପାଖରେ ବଳକା ଅଛି 63 ମିଲିୟନ ଡୋଜ୍ HCQ - fda-revoked-its-emergency-use

FDA କୋଭିଡ୍ 19 ସଂକ୍ରମଣର ଜରୁରୀ ଚିକିତ୍ସା ପାଇଁ ମ୍ୟାଲେରିଆ ବିରୋଧୀ ଔଷଧ HCQ ଜରୁରୀ ବ୍ୟବହାର ପାଇଁ ଅନୁମତି ପ୍ରତ୍ୟାହାର କରି ନେଇଛି। ଏହାପରେ ଆମେରିକା ସରକାରଙ୍କ ପାଖରେ 63 ମିଲିୟନ ଡୋଜ୍ ହାଇଡ୍ରୋକ୍ସିଚ୍ଲୋରୋକାଇନ୍ ସଲଫେଟ୍ (HCQ)ବଳକା ରହିଛି।

ଆମେରିକା ପାଖରେ ଗଚ୍ଛିତ ଅଛି 63 ମିଲିୟନ ଡୋଜ୍ HCQ

author img

By

Published : Jun 19, 2020, 2:48 PM IST

ୱାସିଂଟନ୍: ମାରାତ୍ମକ ରୂପ ନେଉଛି କୋଭିଡ୍ ମହାମାରୀ। ଚଳିତ ସପ୍ତାହ ଆରମ୍ଭରେ ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) କୋଭିଡ୍ 19 ସଂକ୍ରମଣର ଜରୁରୀ ଚିକିତ୍ସା ପାଇଁ ମ୍ୟାଲେରିଆ ବିରୋଧୀ ଔଷଧ HCQ ବ୍ୟବହାର ପାଇଁ ଅନୁମତି ପ୍ରତ୍ୟାହାର କରିଛନ୍ତି। ଏହା ପରେ ଆମେରିକା ସରକାରଙ୍କ ପାଖରେ 63 ମିଲିୟନ ଡୋଜ୍ ହାଇଡ୍ରୋକ୍ସିଚ୍ଲୋରୋକାଇନ୍ ସଲଫେଟ୍ (HCQ)କୁ ଜରୁରୀକାଳୀନ ବ୍ୟବହାର ପାଇଁ ଗଚ୍ଛିତ ଅଛି। HCQ ବ୍ୟତୀତ, ସୋମବାର ଏଫଡିଏ ମଧ୍ୟ କ୍ଲୋରୋକାଇନ୍ ଫସଫେଟ୍ (CQ) ବ୍ୟବହାରର ପ୍ରାଧିକରଣକୁ ପ୍ରତ୍ୟାହାର କରିନେଇଛି, ଯାହାକି କୋଭିଡ୍ 19 ଚିକିତ୍ସା ପାଇଁ ପ୍ରତିରୋଧ ଭାବେ ବ୍ୟବହାର କରାଯାଇ ପାରିବ।

ମାର୍ଚ୍ଚ ଶେଷରେ ଆମେରିକାର ସରକାର HCQ ସଂରକ୍ଷଣ କରିବା ଆରମ୍ଭ କରିଥିଲେ, ଯାହାକି କୋରୋନାଭାଇରସ୍ ରୋଗରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରିବାକୁ ଅନୁମତି ଦେଇଥିଲା। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ଔଷଧକୁ ନିଜେ ନେଇଛନ୍ତି। ହେଲେ ଏଫଡିଏର ଚେତାବନୀ ଏହି ଡଗ୍ର୍ସ ହୃଦଘାତ ସୃଷ୍ଟି କରିପାରେ।

ସୋମବାର ଏଫଡିଏ ଏହାର ପ୍ରାଧିକରଣ ପ୍ରତ୍ୟାହାର କରିବା ପୂର୍ବରୁ ଷ୍ଟକ୍ପାଇଲରୁ ପ୍ରାୟ 31 ମିଲିୟନ୍ ଡୋଜ ବଣ୍ଟନ କରାଯାଇଥିଲା । 63 ନିୟୁତ ଡୋଜ ସହିତ, ଷ୍ଟକପାଇଲରେ ବର୍ତ୍ତମାନ ପ୍ରାୟ 2 ନିୟୁତ ଡୋଜ HCQ ରହିଛି ବୋଲି ଡାନକୋ ଉଲ୍ଲେଖ କରିଛନ୍ତି |

କରୋନାଭାଇରସ୍ ଦ୍ୱାରା ବିଶ୍ୱବ୍ୟାପୀ ଆମେରିକା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଦେଶ । ଗତ ବର୍ଷ ଶେଷରେ ଚାଇନାରେ ଏହି ଜୀବାଣୁ ଉତ୍ପନ୍ନ ହୋଇ ସାରା ବିଶ୍ୱରେ ବ୍ୟାପିଗଲା, ତେଣୁ ଆମେରିକାରେ ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ସର୍ବଶେଷ ଆକଳନ ଅନୁଯାୟୀ ଆମେରିକାରେ 2.23 ନିୟୁତରୁ ଅଧିକ ନିଶ୍ଚିତ ମାମଲା ଏବଂ 117,000 ରୁ ଅଧିକ ମୃତ୍ୟୁ ଘଟିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.