ETV Bharat / international

ଆଗାମୀ ଆର୍ଥିକ ବର୍ଷର ଖର୍ଚ୍ଚ ପ୍ୟାକେଜରେ ଆମେରିକା ସିନେଟର ମୋହର - ଆମେରିକା ଲାଟେଷ୍ଟ ନ୍ୟୁଜ୍‌

ଆମେରିକା ପାଇଁ ଆସନ୍ତା ଆର୍ଥିକ ବର୍ଷରେ ଖର୍ଚ୍ଚ ପାଇଁ ପ୍ରସ୍ତୁତ ହୋଇଛି ପ୍ୟାକେଜ । ଯେଉଁଥିରେ ଶୁ୍କ୍ରବାର ମୋହର ମାରିଛି ଆମେରିକା ସିନେଟ । ତେବେ ଏହି ପ୍ୟାକେଜର ମୂଲ୍ୟ 259.5 ବିଲିୟନ ଡଲାର ରଖାଯାଇଛି ।

spending package approved in us house of representative, spending package for 2021 fiscal year, us latest news, spending package of us, ଆମେରିକୀୟ ଲୋକସଭାରେ ଖର୍ଚ୍ଚ ପ୍ୟାକେଜ, 2021 ଆର୍ଥିକ ବର୍ଷ ପାଇଁ ଖର୍ଚ୍ଚ ପ୍ୟାକେଜ, ଆମେରିକା ଲାଟେଷ୍ଟ ନ୍ୟୁଜ୍‌, ଆମେରିକାରେ ଖର୍ଚ୍ଚ ପ୍ୟାକେଜ
ଆଗାମୀ ଆର୍ଥିକ ବର୍ଷର ଖର୍ଚ୍ଚ ପ୍ୟାକେଜରେ ଆମେରିକୀୟ ଲୋକସଭାରେ ମୋହର
author img

By

Published : Jul 25, 2020, 10:23 PM IST

ୱାଶିଂଟନ: ଆମେରିକା ପାଇଁ ଆସନ୍ତା ଆର୍ଥିକ ବର୍ଷରେ ଖର୍ଚ୍ଚ ପାଇଁ ପ୍ରସ୍ତୁତ ହୋଇଛି ପ୍ୟାକେଜ । ଯେଉଁଥିରେ ଶୁକ୍ରବାର ମୋହର ମାରିଛି ଆମେରିକା ସିନେଟ । ତେବେ ଏହି ପ୍ୟାକେଜର ମୂଲ୍ୟ 259.5 ବିଲିୟନ ଡଲାର ରଖାଯାଇଛି । 2021 ଆର୍ଥିକ ବର୍ଷରେ ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚ ହେବାକୁ ଥିବା ଚାରୋଟି ବିଲକୁ ନେଇ ଏହି ପ୍ୟାକେଜ ପ୍ରସ୍ତୁତ କରାଯାଇଛି । ଏଥିରେ ରାଜ୍ୟ ଓ ବୈଦେଶିକ ବ୍ୟାପାର ପାଇଁ ମଧ୍ୟ ବିଲଙ୍କୁ ସାମିଲ କରାଯାଇଥିବା ଜଣାପଡିଛି ।

ମୁଖ୍ୟତଃ କୃଷି, ଅନ୍ତରୀଣ ବ୍ୟାପାର, ପରିବେଶ ଓ ମିଲିଟାରୀ ନିର୍ମାଣ କାର୍ଯ୍ୟ ବାବଦରେ ଖର୍ଚ୍ଚକୁ ଏହି ପ୍ୟାକେଜରେ ପ୍ରାଧାନ୍ୟ ଦିଆଯାଇଛି । ଏଥିସହ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପାଇଁ ପୁଞ୍ଜି ସଂଗ୍ରହ ଦିଗରେ ମଧ୍ୟ ପ୍ୟାକେଜ କାର୍ଯ୍ୟକାରୀ ହେବ । ପ୍ରକାଶ ଥାଉ କି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋରୋନା ସଂକ୍ରମଣ ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଦାୟୀ କହି ଏଥିପ୍ରତି ଫଣ୍ଡିଂକୁ ବନ୍ଦ କରିବା ପାଇଁ ବିଗତ ଦିନରେ ଆହ୍ବାନ ଦେଇଥିଲେ ।

ସେପଟେ ଆମେରିକା ସୀମାରେ ନିଜ ଆଧିପତ୍ୟ ଦର୍ଶାଉଥିବା କାନ୍ଥ ନିର୍ମାଣ ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆପାତକାଳୀନ କାରଣ ଦର୍ଶାଇ ଅନେକ ପାଣ୍ଠିରୁ ଅର୍ଥ ଖାଲି କରିଥିଲେ । ଏହି ଖାଲି ପଡିଥିବା ପାଣ୍ଠିକୁ ନୂତନ ପ୍ୟାକେଜରେ ଭରଣା କରିବାକୁ ମନା କରାଯିବା ସହ ସ୍ବତନ୍ତ୍ର ଭାବେ ଏହି ନିର୍ମାଣ କାର୍ଯ୍ୟରେ ଟ୍ରମ୍ପଙ୍କୁ ସାହାଯ୍ୟ କରିବା ପାଇଁ କୌଣସି ଆର୍ଥିକ ସହାୟତା ମିଳିବ ନାହିଁ ବୋଲି ସ୍ପଷ୍ଟ ହୋଇଛି । ଏହା କେବଳ ଆପାତକାଳନୀ ଜାତୀୟ ଫଣ୍ଡ ଭାବେ କାର୍ଯ୍ୟକାରୀ ହେବ । କୌଣସି ବ୍ୟକ୍ତିଗତ ସ୍ବାର୍ଥ ସିଦ୍ଧି ପାଇଁ ନୁହେଁ ବୋଲି ମଧ୍ୟ ରୋକଠୋକ ଶୁଣାଇ ଦିଆଯାଇଛି ।

ଏନେଇ ଗୃହର ଆବଣ୍ଟନ କମିଟି ଅଧ୍ୟକ୍ଷା ନୀତା ଲୋୱେ କହିଛନ୍ତି କି ନୂଆ ପ୍ୟାକେଜରେ ଆପାତକାଳୀନ ସ୍ଥିତି ଯଥା କୋରୋନା ମହାମାରୀ ଭଳି ସ୍ଥିତିର ମୁକାବିଲା ଓ ଅର୍ଥନୀତିକୁ ପୁଣି ସୁଧାରିବା ପାଇଁ କିଛି ଆର୍ଥିକ ସହାୟତାକୁ ସାମିଲ କରାଯାଇଛି । ଏଥିସହ ରିଲିଫ ଦିଗକୁ ମଧ୍ୟ ଏଥିରେ ଗୁରୁତ୍ବ ଦିଆଯାଇଛି । ଯାହା ବାସ୍ତବରେ ଅତି ପ୍ରଶଂସନୀୟ ପଦକ୍ଷେପ । ସେପଟେ ଆଗାମୀ ସପ୍ତାହରେ ବଳକା 7ଟି ବିଲକୁ ନେଇ ଅନ୍ୟ ଏକ ପ୍ୟାକେଜ ଆଗତ ହେବ ବୋଲି ସେ ସୂଚନା ଦେଇଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.