ETV Bharat / international

କ୍ୟାପିଟାଲ ହିଲ୍ ବିଲ୍ଡିଂ ହିଂସା ଘଟଣାର ତଦନ୍ତ କରିବ ଚୟନ କମିଟି

author img

By

Published : Jul 1, 2021, 12:11 PM IST

ଜାନୁଆରୀ 6 ରେ କ୍ୟାପିଟାଲ୍ ହିଲ୍ ବିଲ୍ଡିଂରେ ହୋଇଥିବା ହିଂସା ଘଟଣାର ତଦନ୍ତ ପାଇଁ ଆମେରିକାର ହାଉସରେ ଏକ ଚୟନ କମିଟି ଗଠନ ପାଇଁ ଏକ ସଂକଳ୍ପ ପାରିତ ହୋଇଛି । ଅଧିକ ପଢନ୍ତୁ...

ହିଲ୍ ବିଲ୍ଡିଂ ହିଂସାର ତଦନ୍ତ ପାଇଁ ରିଜୋଲେସନ ପାରିତ

ୱାଶିଂଟନ: ଜାନୁଆରୀ 6 ରେ କ୍ୟାପିଟାଲ୍ ହିଲ୍ ବିଲ୍ଡିଂରେ ହୋଇଥିବା ହିଂସା ଘଟଣାରେ ହେବ ତଦନ୍ତ । ଏ ନେଇ ଆମେରିକାର ହାଉସରେ ଏକ ଚୟନ କମିଟି ଗଠନ ପାଇଁ ଏକ ସଂକଳ୍ପ ପାରିତ ହୋଇଛି । ଏ ନେଇ ୟୁଏସ ହାଇସ 222-190 ଭୋଟ୍ ସହିତ ଏହି ପଦକ୍ଷେପକୁ ଅନୁମୋଦନ କରିଛି ।

ହିଲ୍ ବିଲ୍ଡିଂରେ ହୋଇଥିବା ହିଂସା ଘଟଣାରେ ତଦନ୍ତ ପାଇଁ ଗତମାସରେ ଏକ କମିଟି ଗଠନ ହୋଇଥିଲା । କ୍ୟାପିଟାଲ ହିଲ୍ ବିଲ୍ଡଂ ଘଟଣାର ଅନୁସନ୍ଧାନ ପାଇଁ ପ୍ୟାନେଲ ଲୋକସଭାର 13 ଜଣ ବିଧାୟକଙ୍କୁ ନେଇ ଗଠିତ ହେବ । ଆଠ ଜଣଙ୍କୁ ବାଚସ୍ପତି ନାନସୀ ପେଲୋସି ଏବଂ ପାଞ୍ଚଜଣଙ୍କୁ ଗୃହ ସଂଖ୍ୟାଲଘୁ ନେତା କେଭିନ ମ୍ୟାକକାରିଙ୍କ ପରାମର୍ଶରେ ନିଯୁକ୍ତ କରାଯିବ ।

ଜାନୁଆରୀ 6 ରେ କ୍ୟାପିଟାଲ ବିଲ୍ଡିଂରେ ଘଟିଥିବା ଘଟଣାର ତଥ୍ୟ, ପରିସ୍ଥିତି ଏବଂ କାରଣଗୁଡିକ ଯାଞ୍ଚ କରି ଏକ ରିପୋର୍ଟ ଦେବ ପ୍ୟାନେଲ । ଏହା ଆମେରିକାର କ୍ୟାପିଟାଲ ପୋଲିସ ଏବଂ ଅନ୍ୟାନ୍ୟ ଫେଡେରାଲ, ରାଜ୍ୟ ତଥା ସ୍ଥାନୀୟ ଆଇନ ପ୍ରଣୟନକାରୀ ସଂସ୍ଥାଗୁଡ଼ିକର ପ୍ରସ୍ତୁତି ଏବଂ ପ୍ରତିକ୍ରିୟା ଅନୁସନ୍ଧାନ କରିବ। ।

ଜାନୁଆରୀ 6ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଏକ ଦଳ କ୍ୟାପିଟାଲରେ ପ୍ରବେଶ କରି ଆମେରିକାର ରାଜ୍ୟରୁ ନିର୍ବାଚନ କଲେଜ ଭୋଟ୍ ଗ୍ରହଣ କରୁଥିବା ଆଇନଜୀବୀଙ୍କୁ ବିରୋଧ କରିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.