ETV Bharat / international

ହଂକଂ ସମ୍ବନ୍ଧୀୟ ପ୍ରତିବନ୍ଧକକୁ ୟୁଏସ ହାଉସରେ ଅନୁମୋଦନ - ହଂକଂ ପ୍ରତି ୟୁଏସର ବ୍ୟବହାର

ଆମେରିକାର ଗଣତାନ୍ତ୍ରିକ ସଭା ତଥା ପ୍ରତିନିଧିମାନଙ୍କ ୟୁଏସ ହାଉସରେ ଗୁରୁବାର ହଂକଂ ସମ୍ବନ୍ଧୀୟ ପ୍ରତିବନ୍ଧକକୁ ଅନୁମୋଦନ ମିଳିଛି । ବୁଧବାର ବେଜିଂ ଦ୍ବାରା ପ୍ରଣୟନ ହୋଇଥିବା ହଂକଂର ଅଟୋନୋମି ଆକ୍ଟକୁ ସାରା ବିଶ୍ବରେ ନିନ୍ଦା କରାଯାଇଛି । ଅଧିକ ପଢ଼ନ୍ତୁ...

hong kong related sanctions, us house, us's relation with hong kong, hong kong america relation, ହଂକଂ ସମ୍ବନ୍ଧୀୟ ପ୍ରତିବନ୍ଧକ, ୟୁଏସ ହାଉସ, ହଂକଂ ପ୍ରତି ୟୁଏସର ବ୍ୟବହାର, ହଂକଂ-ଆମେରିକା ସମ୍ପର୍କ
ହଂକଂ ସମ୍ବନ୍ଧୀୟ ପ୍ରତିବନ୍ଧକକୁ ୟୁଏସ ହାଉସରେ ଅନୁମୋଦନ
author img

By

Published : Jul 3, 2020, 2:13 AM IST

ୱାଶିଂଟନ: ଆମେରିକାର ଗଣତାନ୍ତ୍ରିକ ସଭା ତଥା ପ୍ରତିନିଧିମାନଙ୍କ ୟୁଏସ ହାଉସରେ ଗୁରୁବାର ହଂକଂ ସମ୍ବନ୍ଧୀୟ ପ୍ରତିବନ୍ଧକକୁ ଅନୁମୋଦନ ମିଳିଛି । ବୁଧବାର ବେଜିଂ ଦ୍ବାରା ପ୍ରଣୟନ ହୋଇଥିବା ହଂକଂର ଅଟୋନୋମି ଆକ୍ଟକୁ ସାରା ବିଶ୍ବରେ ନିନ୍ଦା କରାଯାଇଛି । ଏହି ନୂଆ ସୁରକ୍ଷା ଆଇନକୁ ଅଚାନକ ପ୍ରଣୟନ କରାଯାଇଥିବା ବେଳେ ଏହି ନିୟମ ଦ୍ବାରା ହଂକଂର ଗଣତନ୍ତ୍ର ସମର୍ଥକଙ୍କ ଉପରେ ଦମନ କରୁଥିବା ଚୀନୀ ଅଧିକାରୀଙ୍କ ସମ୍ପର୍କିତ ବ୍ୟାଙ୍କରେ ପ୍ରତିବନ୍ଧକ ଲାଗୁ ହୋଇଛି ।

ଏହା ଅତି ବର୍ବର ଓ ହଂକଂବାସୀଙ୍କ ସ୍ବାଧୀନତା ବିରୋଧୀ ଆଇନ ହୋଇଥିବା ବେଳେ ଏହା ହଂକଂବାସୀଙ୍କୁ ପ୍ରତିଶୃତି ମିଳିଥିବା ସ୍ବାଧୀନତାକୁ କ୍ଷୁର୍ଣ୍ଣ କରୁଛି ବୋଲି ସୂଚନା ଦେଇଛନ୍ତି ହାଉସ ମୁଖପାତ୍ର ନାନସୀ ପେଲୋସୀ । ସେ ଏହା ମଧ୍ୟ କହିଛନ୍ତି କି ଚୀନ ଦ୍ବାରା ପ୍ରଣୟନ ହୋଇଥିବା ଜାତୀୟ ସୁରକ୍ଷା ଆଇନ ପ୍ରତି ଦିନକୁ ଦିନ ବଢୁଥିବା ପ୍ରତିବାଦକୁ ରୋକିବା ପାଇଁ ଏହା ଚୀନର ଏକ ଚରମ ପଦକ୍ଷେପ । ଏହାର ଉଦ୍ଦେଶ୍ୟ ହେଉଛି କେବଳ ହଂକଂବାସୀଙ୍କ ଗଣତନ୍ତ୍ର ସମର୍ଥନ ମନୋବଳକୁ ଭାଙ୍ଗିବା ।

ତେବେ ଏପରି ହେବା ପୂର୍ବରୁ ହିଁ ଆମେରିକା ହଂକଂକୁ ଏକ ସ୍ବତନ୍ତ୍ର ସହର ଭାବେ ବ୍ୟବହାର କରିବା ବନ୍ଦ କରିସାରିଥିଲା । ଏହା ହଂକଂକୁ ପ୍ରତିରକ୍ଷା ସାମଗ୍ରୀ ଓ ଅନ୍ୟାନ୍ୟ ଟେକ୍ନୋଲୋଜି ସାମଗ୍ରୀ ଯୋଗାଣ ବନ୍ଦ କରିସାରିଥିଲା । ତେବେ ମଙ୍ଗଳବାର ବିଳମ୍ବିତ ରାତିରେ ଲାଗୁ ହୋଇଥିବା ଚୀନ ସୁରକ୍ଷା ଆଇନ ଅନୁଯାୟୀ ଅପରାଧକୁ 4ଟି ବିଭାଗରେ ବିଭକ୍ତ କରାଯାଇଛି । ସେ ହେଉଛି ଜାତୀୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିବା ପାଇଁ ବିଚ୍ଛିନ୍ନତା, ବିଦ୍ରୋହ, ଆତଙ୍କବାଦ ଓ ବିଦେଶ ବା ବାହ୍ୟ ଦେଶ ବା ଉପାଦାନ ସହ ସମ୍ପର୍କ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.