ETV Bharat / international

ଆଫଗାନିସ୍ତାନରେ ତାଲିବାନ ଶାସନ ଫେରିବା ପଛରେ ଆମେରିକା ରାଷ୍ଟ୍ରଦୂତଙ୍କ ହାତ ! - ତାଲିବାନ ଶାସନ

ଇରାକରେ ଆମେରିକାର ବିଫଳତା ଓ ଏବେ ଆଫଗାନିସ୍ତାନରେ ତାଲିବାନର କବଜାକୁ ନେଇ ବିଶ୍ବ ମହାଶକ୍ତି ଉପରେ ଉଠୁଛି ପ୍ରଶ୍ନ । ଆଉ ଏହି ପ୍ରଶ୍ନର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ରହସ୍ୟମୟ ରାଷ୍ଟ୍ରଦୂତ ଜଳମୟ ଖାଲିଲଜାଦ । ଅଧିକ ପଢନ୍ତୁ...

ଆଫଗାନିସ୍ତାନରେ ତାଲିବାନ ଶାସନ ଫେରିବା ପଛରେ ଆମେରିକା ରାଷ୍ଟ୍ରଦୂତଙ୍କ ହାତ !

author img

By

Published : Aug 23, 2021, 9:14 PM IST

ୱାଶିଂଟନ: ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନରେ ତାଲିବାନର ପ୍ରତ୍ୟାବର୍ତ୍ତନକୁ ନେଇ ମାନସମନ୍ଥନ କରୁଛି ସମଗ୍ର ବିଶ୍ବ । ଇରାକରେ ଆମେରିକାର ବିଫଳତା ଓ ଏବେ ଆଫଗାନିସ୍ତାନରେ ତାଲିବାନର କବଜାକୁ ନେଇ ବିଶ୍ବ ମହାଶକ୍ତି ଉପରେ ଉଠୁଛି ପ୍ରଶ୍ନ । ଆଉ ଏହି ପ୍ରଶ୍ନର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ରହସ୍ୟମୟ ରାଷ୍ଟ୍ରଦୂତ ଜଳମୟ ଖାଲିଲଜାଦ ।

ଆଫଗାନିସ୍ତାନର ଆମେରିକାର ବିଶିଷ୍ଟ କୂଟନୀତିଜ୍ଞ ଖାଲିଲଜାଦ ୱାଶିଂଟନର ଆତଙ୍କବାଦ ବିରୋଧୀ ଯୁଦ୍ଧରେ ତାଙ୍କର ଭୂମିକା ପାଇଁ ଦୀର୍ଘ ଦିନ ଧରି ବିବାଦୀୟ ରହିଆସିଛନ୍ତି। ରିପୋର୍ଟ ଅନୁଯାୟୀ, ଖଲିଲଜାଦ ତାଲିବାନ ସହ ଆମେରିକର ଆଲୋଚନାର ନେତୃତ୍ବ ନେଇଥିଲେ ।

ଆମେରିକାର ତାଲିମପ୍ରାପ୍ତ ଆଫଗାନିସ୍ତାନ ସୈନ୍ୟ ବିରୁଦ୍ଧରେ ତାଲିବାନର ଆଶ୍ଚର୍ଯ୍ୟଜନକ ବିଜୟ ପରେ, ଅନେକ ବିଶେଷଜ୍ଞ ଆଫଗାନିସ୍ତାନରେ ତାଲିବାନର ପ୍ରତ୍ୟାବର୍ତ୍ତନ ପାଇଁ ଆମେରିକା ତଥା ବିଶେଷକରି ଖାଲିଲଜାଦଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟ କେତେକ ବିଶେଷଜ୍ଞ ବିଶ୍ବାସ କରନ୍ତି ଯେ ଖଲିଲଜାଦ ତାଙ୍କର ବ୍ୟକ୍ତିଗତ ତଥା ପାରିବାରିକ ସ୍ବାର୍ଥକୁ ପ୍ରୋତ୍ସାହିତ କରିବା ପାଇଁ ଏକ 'ସ୍ବତନ୍ତ୍ର ରାଜନୈତିକ ଏଜେଣ୍ଡା' ଆପଣାଇଥିଲେ ।

ଆଫଗାନିସ୍ତାନରେ ବିଶୃଙ୍ଖଳା ଏବଂ ବିନାଶ ପାଇଁ ଦାୟୀ ଜଣେ ବ୍ୟକ୍ତି ଜମୟ ଖାଲିଲଜାଦ ବୋଲି ଦାବି ହେଉଛି। ଆର୍ଥିକ ଦୁର୍ନୀତି ଅଭିଯୋଗରେ ତାଙ୍କୁ ଅନୁସନ୍ଧାନ କରାଯିବା ଉଚିତ ବୋଲି ଅନେକ ଅଭିଯୋଗ କରୁଛନ୍ତି । 2014ରେ ଖଲିଲଜାଦଙ୍କ ସହ ଜଡିତ ଆର୍ଥିକ ମାମଲା ଅନୁସନ୍ଧାନର ବିଷୟ ହୋଇଥିଲା, ଯାହା ଆମେରିକାର ନ୍ୟାୟ ବିଭାଗର ସୂଚନାକୁ ଆଧାର କରି ଇରାକ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ବ୍ୟବସାୟିକ କାର୍ଯ୍ୟକଳାପରୁ ବଞ୍ଚିତ ହେବା ପରେ ୟୁରୋପୀୟ ଦେଶରେ ତାଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ଫ୍ରଜ୍ କରାଯାଇଥିଲା । ଅର୍ଥ ହେରଫେର ନେଇ ଥିଲା ସନ୍ଦେହ ।

2009 ଆଫଗାନିସ୍ତାନ ନିର୍ବାଚନରେ ​​ଖଲିଲଜାଦ ଚ୍ୟାଲେଞ୍ଜ କରିବାକୁ ଚାହୁଁଥିଲେ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିବାର ସମୟସୀମାକୁ ହାତଛଡ଼ା କରିଥିଲେ। ଆମେରିକାର ବୈଦେଶିକ ସଚିବ ପଦ ପାଇଁ ଖଲିଲଜାଦଙ୍କ ନାଁକୁ ବିଚାର କରିଥିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ସୋଭିଏତ୍ ଏବଂ ଆମେରିକୀୟମାନଙ୍କ ପୂର୍ବରୁ ବ୍ରିଟିଶମାନେ ମଧ୍ୟ ଆଫଗାନିସ୍ତାନ ଉପରେ ଆକ୍ରମଣ କରିଥିଲେ। ତାଙ୍କର ରାଜନାତିକ ଏଜେଣ୍ଡା ଆଫଗାନିସ୍ତାନ ଯୋଦ୍ଧା ସହିତ ସମାନ । ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ସହିତ ୱାଶିଂଟନରେ ଖଲିଲଜାଦଙ୍କ ରାଜନୈତିକ ମୂଲ୍ୟ ବଢିପାରେ, କାରଣ ତାଲିବାନ ପରବର୍ତ୍ତୀ ସମୟରେ କଣ କରିପାରିବ ସେ ବିଷୟରେ ତାଙ୍କ ବ୍ୟତୀତ ଅନ୍ୟ କୌଣସି ଆମେରିକୀୟଙ୍କର ଧାରଣା ନାହିଁ। ସେଥିପାଇଁ ଆମେରିକା ରାଷ୍ଟ୍ରପତି ବାଇଡେନ ତାଙ୍କୁ ରାଷ୍ଟ୍ରଦୂତ ରଖିଛନ୍ତି । କାରଣ ସେ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ ତାଲିବାନ ସହ ସିଧାସଳଖ ଆଲୋଚନା କରିପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.