ETV Bharat / international

ଆମେରିକା ନିର୍ବାଚନ: ଭୋଟ ଗଣତିରେ ଜାଲିଆତି ଅଭିଯୋଗ ଆଣିଲେ ଟ୍ରମ୍ପ, ଯିବେ ସୁପ୍ରିମକୋର୍ଟ - ରାଷ୍ଟ୍ରପତି ଟ୍ରମ୍ପ

ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟରାତ୍ରିରେ ଦେଶକୁ ସମ୍ବୋଧିତ କରି ନିର୍ବାଚନ ଜିତିସାରିଥିବା ନେଇ ଦାବି କରିଛନ୍ତି । ଅନ୍ୟପକ୍ଷେ ଭୋଟ ଗଣତିରେ ଜାଲିଆତି ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଟ୍ରମ୍ପ । ଅଧିକ ପଢନ୍ତୁ...

ଆମେରିକା ନିର୍ବାଚନ: ଭୋଟ ଗଣନାରେ ଜାଲିଆତି ଅଭିଯୋଗ ଆଣିଲେ ଟ୍ରମ୍ପ

author img

By

Published : Nov 4, 2020, 3:52 PM IST

ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ଉତ୍ସବର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟରାତ୍ରିରେ ଦେଶକୁ ସମ୍ବୋଧିତ କରି ନିର୍ବାଚନ ଜିତିସାରିଥିବା ନେଇ ଦାବି କରିଛନ୍ତି । ଅନ୍ୟପକ୍ଷେ ଭୋଟ ଗଣତିରେ ଜାଲିଆତି ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ତେବେ ରାଷ୍ଟ୍ରପତି ଟ୍ରମ୍ପ ଏହା ବିରୋଧରେ ସୁପ୍ରିମକୋର୍ଟ ଯିବେ ବୋଲି ଜଣାପଡିଛି ।

ଡୋନାଲ୍ଡ ଟ୍ରମ୍ପ ଆମେରିକାର ନାଗରିକମାନଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ ଆମେ ଏକ ବଡ ଉତ୍ସବ ପାଇଁ ପ୍ରସ୍ତୁତ ହେଉଛୁ, ଆମେ ସବୁକିଛି ଜିତୁଛୁ । ନିର୍ବାଚନର ଫଳାଫଳ ଆଶ୍ଚର୍ଯ୍ୟଜନକ ହେବ ବୋଲି ସେ କହିଛନ୍ତି।

ଆମେରିକାକୁ ସମ୍ବୋଧିତ କରି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ​​ତାଙ୍କ ବିଜୟ ଉପରେ ଆତ୍ମବିଶ୍ବାସ ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ଆମେ ନିର୍ବାଚନରେ ​​ସ୍ପଷ୍ଟ ଭାବେ ଜିତିଛୁ। ଏହି ସମୟ ମଧ୍ୟରେ ଟ୍ରମ୍ପ ଜୋ ବିଡେନଙ୍କ ଉପରେ ତାଙ୍କ ଭୋଟ ଗଣତିରେ ଜାଲିଆତି କରିଥିବା ଅଭିଯୋଗ କରିଛନ୍ତି। ଏହା ବିରୋଧରେ ସେ ସୁପ୍ରିମକୋର୍ଟ ଯିବେ ବୋଲି ଚେତାବନୀ ଦେଇଛନ୍ତି । ପେନସିଲଭାନିଆରେ ରାତାରାତି କାହିଁକି ଭୋଟ ଗଣାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଟ୍ରମ୍ପ ।

ଆମେରିକା ନିର୍ବାଚନରେ ବିଜୟ ଦାବି କରି ଟ୍ରମ୍ପ କହିଛନ୍ତି ଯେ ଆମେ ଟେକ୍ସାସ, ଜର୍ଜିଆ, ଉତ୍ତର କେରୋଲିନାରେ ଜିତିଛୁ। ଆଶା ଅନୁଯାୟୀ ଆମେ ଜିତିବୁ । ଆଶ୍ଚର୍ଯ୍ୟଜନକ ଫଳାଫଳ ଆସିବ । ପେନସିଲଭାନିଆ ବିଜୟ ନେଇ ମଧ୍ୟ ଦାବି କରିଛନ୍ତି ଟ୍ରମ୍ପ ।

ଡେମୋକ୍ରାଟ ପ୍ରାର୍ଥୀ ବିଡେନଙ୍କୁ ଟାର୍ଗେଟ କରି ଟ୍ରମ୍ପ କହିଛନ୍ତି, ସେ କୋର୍ଟକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି । ଟ୍ରମ୍ପଙ୍କ ଅଭିଯୋଗ ପରେ ବର୍ତ୍ତମାନ ପେନସିଲଭାନିଆରେ ଭୋଟ ଗଣନା ବନ୍ଦ ହୋଇଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.