ETV Bharat / international

'ରାଷ୍ଟ୍ରପତି ନିର୍ବାଚନ ପାଇଁ ଚୀନକୁ ଘୃଣା କରିବା ମୁଖ୍ୟ ପ୍ରସଙ୍ଗ ପାଲଟିଛି ' - ଚୀନ ଏବଂ ଆମେରିକା ମଧ୍ୟରେ ବିବାଦ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଚୀନକୁ କିଏ ଅଧିକ ଟାର୍ଗେଟ କରୁଛି ସେନେଇ ପ୍ରତିଯୋଗୀତା ଚାଲିଛି । କିଏ ଚୀନ ବିରୋଧରେ ଅଧିକ ଶକ୍ତ ଆଭିମୁଖ୍ୟ ଗ୍ରହଣ କରିବ ସେନେଇ ପ୍ରତିଯୋଗୀତା ଚାଲିଛି ବୋଲି ୱିଲିୟମ୍ ପେସେକ ମତ ପ୍ରକାଶ କରିଛନ୍ତି ।

ଆମେରିକା ରାଷ୍ଟ୍ରପତି  ନିର୍ବାଚନ
ଆମେରିକା ରାଷ୍ଟ୍ରପତି ନିର୍ବାଚନ
author img

By

Published : Jul 18, 2020, 12:50 PM IST

ୱାଶିଂଟନ: ବିଭିନ୍ନ ପ୍ରସଙ୍ଗକୁ ନେଇ ଚୀନ ଏବଂ ଆମେରିକା ମଧ୍ୟରେ ଏବେ ବିବାଦ ଚରମ ସୀମାରେ ପହଞ୍ଚିଛି । ଧୀରେ ଧୀରେ ଏବେ ଏହା ଆମେରିକାର ନିର୍ବାଚନୀ ପ୍ରସଙ୍ଗ ପାଲଟିବାରେ ଲାଗିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଚୀନକୁ କିଏ ଅଧିକ ଟାର୍ଗେଟ କରୁଛି ସେନେଇ ପ୍ରତିଯୋଗୀତା ଚାଲିଛି । କିଏ ଚୀନ ବିରୋଧରେ ଅଧିକ ଶକ୍ତ ଆଭିମୁଖ୍ୟ ଗ୍ରହଣ କରିବ ସେନେଇ ପ୍ରତିଯୋଗୀତା ଚାଲିଛି ବୋଲି ୱିଲିୟମ୍ ପେସେକ ମତ ପ୍ରକାଶ କରିଛନ୍ତି ।

ଆମେରିକାରେ ଚଳିତ ବର୍ଷ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ହେବ । ଏହି ନିର୍ବାଚନରେ ଟ୍ରମ୍ପ ରିପବ୍ଲିକ ପାର୍ଟି ପକ୍ଷରୁ ପ୍ରାର୍ଥୀ ହୋଇଥିବା ବେଳେ ଜୋ ବିଡେନ ବିରୋଧୀ ଡେମୋକ୍ରେଟିକ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇଛନ୍ତି । ତେବେ କୋରୋନା ଭାଇରସ୍ ମହାମାରୀ ଠାରୁ ଆରମ୍ଭ କରି ହଂକଂ ପ୍ରସଙ୍ଗକୁ ନେଇ ଆମେରିକା ଏବଂ ଚୀନ ମଧ୍ୟରେ ସମ୍ପର୍କ ଖରାପ ହୋଇଛି । ଏକ ଆର୍ଟିକାଲନରେ ପେସେକ କହିଛନ୍ତି,ଆମେରିକା ନିର୍ବାଚନରେ ଏବେ ଚୀନ ମୁଖ୍ୟ ପ୍ରସଙ୍ଗ ପାଲଟିଛି । ଯେଉଁଠି ଉଭୟ ଟ୍ରମ୍ପ ଏବଂ ବିଡେନ ଚୀନକୁ କିଏ ଅଧିକ ଘୃଣା କରୁଛି ସେନେଇ ନିର୍ବାଚନୀ ପ୍ରଚାର ହେଉଛି ।

ପେସେକ ଆହୁରି କହିଛନ୍ତି ଯେ, ଟ୍ରମ୍ପ ପ୍ରଶାସନ ଆମେରିକା ସହିତ ହଂକଂର ସ୍ବତନ୍ତ୍ର ସ୍ଥିତିକୁ ସମାପ୍ତ କରିଛନ୍ତି, ଯାହା ସହରକୁ ଟେକ୍ନୋଲୋଜି ଏବଂ ପ୍ରତିରକ୍ଷା ଭଳି ପ୍ରମୁଖ ଆମେରିକୀୟ କ୍ଷେତ୍ରକୁ ସିଧାସଳଖ ପ୍ରବେଶ ଅନୁମତି ଦେଇଛି। ଏହା ବ୍ୟତୀତ ପୂର୍ବତନ ବ୍ରିଟିଶ କଲୋନୀରେ ବେଜିଂର କଟକଣା ସହ ଜଡିତ ଚୀନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟ୍ରମ୍ପ ପ୍ରଶାସନ ଆଇନ ପ୍ରଣୟନ କରିଛନ୍ତି। ଏଥିସହ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଦିନ ଏକ ଆଇନ ଏବଂ କାର୍ଯ୍ୟନିର୍ବାହୀ ଆଦେଶରେ ହଂକଂବାସୀଙ୍କ ଉପରେ ହେଉଥିବା ଅତ୍ୟାଚାର ପାଇଁ ଚୀନ ଉପରେ ପ୍ରତିବନ୍ଧକକୁ ଅନୁମତି ଦେଇଛନ୍ତି। ଯାହା ଦର୍ଶାଉଛି ଯେ ଟ୍ରମ୍ପ ନିର୍ବାଚନକୁ ଦୃଷ୍ଟିରେ ରଖି ଚୀନ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

ଟ୍ରମ୍ପଙ୍କ କାର୍ଯ୍ୟକଳାପ ଦର୍ଶାଉଛି ଯେ ନଭେମ୍ବର 3 ପର୍ଯ୍ୟନ୍ତ ଚୀନ ପ୍ରତି କିଏ କଠୋର ହୋଇପାରିବ ସେନେଇ ଉଭୟ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଯୋଗୀତା ହେଉଛି ବୋଲି ପେସେକ କହିଛନ୍ତି । ସେ କହିଛନ୍ତି, ଏହି ନିର୍ବାଚନ ପାଇଁ କେନ୍ଦ୍ରୀୟ ପ୍ରଶ୍ନ ହେବା ଉଚିତ ଯେ, ଯୁକ୍ତରାଷ୍ଟ୍ରକୁ ମହାନ ଶକ୍ତି ସଂଗ୍ରାମର ଶୀର୍ଷରେ ରଖିବା ପାଇଁ ସର୍ବୋତ୍ତମ ଯୋଜନା କିଏ ପ୍ରସ୍ତୁତ କରିଛି ? ତେବେ ରାଷ୍ଟ୍ରପତି ପାଇଁ ନିଷ୍ପତ୍ତି ନେବାକୁ ଥିବା ଆମେରିକୀୟମାନେ ହୁଏତ ବିଚାର କରିପାରନ୍ତି ଯେ ଟ୍ରମ୍ପଙ୍କ ଚାରି ବର୍ଷ ଅପେକ୍ଷା ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ବିଡେନଙ୍କୁ ଅଧିକ ଭୟ କରନ୍ତି ବୋଲି ସେ କହିଛନ୍ତି।

ସେପଟେ ବିଡେନ ବେଜିଂ ପ୍ରତି ଡେମୋକ୍ରାଟିକ୍ ପାର୍ଟିର ପାରମ୍ପାରିକ ଆଭିମୁଖ୍ୟକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏହାର ଅର୍ଥ ହେଉଛି ବହୁପକ୍ଷୀୟ ଆଭିମୁଖ୍ୟ ବ୍ୟବହାର କରିବା ଯାହା ମାନବିକ ଅଧିକାର, ପରିବେଶ ଚିନ୍ତା ଏବଂ ସରକାରୀ ସେନ୍ସରକୁ ବାଣିଜ୍ୟ କଥାବାର୍ତ୍ତାର ଶେଷ ଭାଗରେ ରଖିବ ବୋଲି ସେ କହିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.