ହାଇଦ୍ରାବାଦ: କୋରୋନା ଆକ୍ରାନ୍ତ ଥିବା ଅନେକ ରୋଗୀଙ୍କ ଠାରେ ଅସ୍ବାଭାବିକ ରକ୍ତ ଜମାଟ ବାନ୍ଧିବା ପରେ ଆମେରିକାର ଇମୋରୀ ୟୁନିଭରସିଟି (ହସ୍ପିଟାଲ ଆଣ୍ଡ ଏଜୁକେସନ)ର ଡାକ୍ତରମାନେ ବିଶ୍ବାସ କରନ୍ତି ଯେ ବୋଧହୁଏ ରୋଗୀଙ୍କ ରକ୍ତର ଘନତା ହାଇପରଭାଇସ୍କୋସିଟି ଭାବରେ ଜଣାଶୁଣା । ଯାହା ଇମଫ୍ଲାମେସନ ଏବଂ ଜମାଟ ବାନ୍ଧିବା ସହିତ ସଂଯୋଗ ଥାଇପାରେ।
ତେବେ ଏତେ ସଂଖ୍ୟକ କୋରୋନା ରୋଗୀଙ୍କର ଆଟିପିକାଲ ରକ୍ତ ଜମାଟ ବାନ୍ଧିବା ଏକ ରହସ୍ୟ ହୋଇ ରହିଛି। ସେଥିପାଇଁ ଏହା କଣ ପାଇଁ ଘଟୁଛି ତାହା ବୁଝିବା ପାଇଁ ଆମକୁ ଚେଷ୍ଟିଙ୍ଗ ଷ୍ଟ୍ରାଟେଜି ଠାରୁ ଅଧିକ ଭାବିବା ଆବଶ୍ୟକ ରହିଛି ବୋଲି ଚେରିଲ୍ ମାୟର, ଏମଡି, ପିଏଚଡା, କୋଏଗୁଲେସନ୍ ଏବଂ ଟ୍ରାନ୍ସଫ୍ୟୁଜନ୍ ମେଡିସିନର ସହକାରୀ ପ୍ରଫେସର କୁହନ୍ତି।
ନିମୋନିଆରେ ପୀଡିତ କୋରୋନା ରୋଗୀ ଯେଉଁମାନେ ଇମୋରୀ ଆଇସିୟୁରେ ଭର୍ତ୍ତି ହୋଇଥିଲେ । କ୍ଲିନିକାଲ ବିଶେଷଜ୍ଞମାନେ ସେମାନଙ୍କର 15ଟି ପ୍ଲାଜମା ଭିସ୍କୋସିଟି (ରକ୍ତ ପ୍ଲାଜାର ଘନତା) ପରୀକ୍ଷା କରିଥିଲେ। ସମସ୍ତଙ୍କର ପ୍ଲାଜମା ଭିସ୍କୋସିଟି ସ୍ତର ସାଧାରଣ ସ୍ତରଠାରୁ ଅଧିକ ଥିଲା । ଅସୁସ୍ଥ ରୋଗୀମାନଙ୍କର ସର୍ବାଧିକ ପ୍ଲାଜମା ଭିସ୍କୋସିଟି ସ୍ତର ଥିଲା । ସେମାନଙ୍କର ସାଧାରଣ ସ୍ତରଠାରୁ ଦୁଇଗୁଣ ଅଧିକ ଏବଂ ରକ୍ତ ଜମାଟ ବାନ୍ଧିବାର ସମ୍ଭାବନା ମଧ୍ୟ ଅଧିକ ଥିଲା । କୋରୋନା ରୋଗୀଙ୍କର ରକ୍ତ ଜମାଟ ବାନ୍ଧିବା ଦୂର କରିବା ପାଇଁ ଔଷଧ ଲେଖିବା ସତ୍ତ୍ବେ ରକ୍ତଜମାଟ ବାନ୍ଧିବା ମଧ୍ୟ ଅସ୍ୱାଭାବିକ ଅଟେ ବୋଲି ମାୟର କୁହନ୍ତି ।
ମାୟର ଜାଣିବାକୁ ପାଇଲେ ଯେ, ଫାଇବ୍ରିନୋଜେନ ପ୍ଲାଜମା ଭିସ୍କୋସିଟି ବଢାଇବାରେ ସାହାଯ୍ୟ କରେ । ସେଥିପାଇଁ ଏକ ଟିମ ରକ୍ତର ଘନତା ନିର୍ଣ୍ଣୟ କରିବାରେ ସାହାଯ୍ୟ କରିବା ପାଇଁ ଗ୍ଲାସ୍ ଟ୍ୟୁବ୍ ସହିତ ଏକ ପୁରୁଣା ଲାବ୍ରୋଟୋରୀ ସାହାଯ୍ୟରେ ଭିସ୍କୋସିଟି ପରିକ୍ଷଣ କରିଥିଲେ । ଏହି ନୂତନ ରିସର୍ଚ୍ଚ ଉପରେ ଆଧାର କରି ଟିମ୍ ସକ୍ରିୟ ଭାବରେ ବିକଳ୍ପ ଚିକିତ୍ସା ରିସର୍ଚ୍ଚ କରୁଛି ।