ETV Bharat / international

ଭାରତ ସମେତ 9 ରାଷ୍ଟ୍ର ତୁଳନାରେ ଅଧିକ କୋରୋନା ଟେଷ୍ଟିଂ କରିଛି ଆମେରିକା: ଟ୍ରମ୍ପ - US did more COVID-19 tests

ଆମେରିକାର ଦାବି ଅଧିକ ଅଧିକରୁ ଅଧିକ କୋରୋନା ପରୀକ୍ଷା କରିବା ଦ୍ବାରା ଏଠାରେ ଅଧିକ ସଂକ୍ରମିତ ଥିବା ଜଣାପଡୁଛି । ଏଯାବତ ଭାରତ ସମେତ 10 ଦେଶ ତୁଳନାରେ ଆମେରିକାରେ ଅଧିକ ଟେଷ୍ଟିଂ କରାଯାଇଛି । ଅଧିକ ପଢନ୍ତୁ...

COVID-19 tests
କୋରୋନା ଟେଷ୍ଟିଂ
author img

By

Published : Apr 20, 2020, 5:44 PM IST

ୱାଶିଂଟନ: ଆମେରିକାରେ କୋରୋନା ସ୍ଥିତି ସଂଗୀନ । ବିଶ୍ବର ଶକ୍ତିଶାଳୀ ଦେଶ ଆମେରିକା କୋଭିଡ-19 ଦ୍ବାରା ସର୍ବାଧିକ ପ୍ରଭାବିତ ହୋଇଛି । 7 ଲକ୍ଷରୁ ଊର୍ଦ୍ଧ୍ବ ସଂକ୍ରମିତ ଥିବାବେଳେ 40 ହଜାରରୁ ଅଧିକ ଲୋକଙ୍କର ଜୀବନ ଗଲାଣି । ସେପଟେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହୁଛନ୍ତି ଭାରତ ସମେତ 9ଟି ରାଷ୍ଟ୍ର ଅପେକ୍ଷା ଆମେରିକାରେ କରାଯାଉଛି ଅଧିକ ଟେଷ୍ଟିଂ ।

ଫ୍ରାନ୍ସ, ବ୍ରିଟେନ, ସାଉଥ କୋରିଆ, ଜାପାନ, ସିଙ୍ଗାପୁର, ଭାରତ, ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ସ୍ବିଡେନ ଓ କାନାଡା ଭଳି ଦେଶକୁ ପଛରେ ପକାଇ ଆମେରିକା 4.8 ମିଲିୟନ ଟେଷ୍ଟିଂ କରିସାରିଲାଣି । ତେବେ ଅଧିକରୁ ଅଧିକ ଟେଷ୍ଟିଂ କରାଯାଉଥିବାରୁ ଏଠାରେ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି ପୁଣି ଥରେ ଏହି କଥାକୁ ଦୋହରାଇଛନ୍ତି ଟ୍ରମ୍ପ । ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶରେ କରୋନା ଭାଇରସ୍ ମାମଲାକୁ ରୋକିବା ଲକଡାଉନ୍ ପଦକ୍ଷେପ ସହାୟକ ହୋଇଛି । ଆଗକୁ ନିଶ୍ଚୟ ଏହି ଯୁଦ୍ଧରେ ବିଜୟୀ ହେବୁ ।

ଆମେରିକାର ନ୍ୟୁୟର୍କ ସିଟିରେ 242,000 କୋରୋନା ମାମଲା ମଧ୍ୟରୁ 17600 ଜଣଙ୍କର ମୃତ୍ୟୁ ହୋଇଛି । ଗତ 8 ଦିନ ମଧ୍ୟରେ କୋରୋନା ସଂକ୍ରମଣ 50 ପ୍ରତିଶତ ହ୍ରାସ ପାଇଛି । ବିପରୀତ ଦିଗରେ କାମ କରି ଆମେ ଏଥିରେ ଆଶିଂକ ସଫଳତା ପାଇଛୁ ବୋଲି ଟ୍ରମ୍ପ କହିଛନ୍ତି । କୋରୋନା ମୁକାବିଲାରେ ସହଯୋଗ କରୁଥିବା ପ୍ରତିଟି ଆମେରିକାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଟ୍ରମ୍ପ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.