ETV Bharat / international

ଚାରି ସପ୍ତାହ ପରେ ହ୍ରାସ ପାଇଲା ଆମେରିକାରେ କୋରୋନା ମୃତ୍ୟୁ ହାର - covid 19

ଆମେରିକାରେ ମୃତ୍ୟୁର ଲହଡି ଭାଙ୍ଗୁଛି କୋରୋନା। ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ ବିଶ୍ବରେ ସଂକ୍ରମଣରେ ନିଜର ପ୍ରଥମ ସ୍ଥାନକୁ ବଜାୟ ରଖିଛି ଏହି ଶକ୍ତିଶାଳୀ ରାଷ୍ଟ୍ର। ଆମେରିକାରେ ମୃତ୍ୟୁ ସଂଖ୍ୟା ଗତ ସପ୍ତାହରେ 16% ହ୍ରାସ ପାଇଛି।

ଚାରି ସପ୍ତାହ ପରେ ହ୍ରାସ ପାଇଲା ଆମେରିକାରେ କୋରୋନା ମୃତ୍ୟୁ ହାର

author img

By

Published : Aug 11, 2020, 10:01 AM IST

ୱାଶିଂଟନ: ଆମେରିକାରେ ମୃତ୍ୟୁର ଲହଡି ଭାଙ୍ଗୁଛି କୋରୋନା। ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଥିବା ବେଳେ ବିଶ୍ବରେ ସଂକ୍ରମଣରେ ନିଜର ପ୍ରଥମ ସ୍ଥାନକୁ ବଜାୟ ରଖିଛି ଏହି ଶକ୍ତିଶାଳୀ ରାଷ୍ଟ୍ର। ଆମେରିକାରେ ମୃତ୍ୟୁ ସଂଖ୍ୟା ଗତ ସପ୍ତାହରେ 16% ହ୍ରାସ ପାଇଛି। ଚାରି ସପ୍ତାହ ବୃଦ୍ଧି ପରେ ମୃତ୍ୟୁହାରରେ ଏହା ପ୍ରଥମ ଥର ପାଇଁ ହ୍ରାସ ଘଟିଛି।

ଅଗଷ୍ଟ 9 ଶେଷ ସୁଦ୍ଧା ଦେଶ 376,000 ରୁ ଅଧିକ ନୂତନ କୋଭିଡ୍ 19 ମାମଲା ଚିହ୍ନଟ କରିଛି। ପ୍ରତ୍ୟେକ ଦିନ ଦେଶ ପାଖାପାଖି 53,000 ମାମଲା ନିଶ୍ଚିତ କରୁଥିଲା। ବର୍ତ୍ତମାନ ତିନି ସପ୍ତାହ ପରେ ନୂତନ ମାମଲା ହ୍ରାସ ପାଇଛି, ଯଦିଓ ଆମେରିକା ବିଶ୍ବର ମୋଟ ସଂକ୍ରମିତଙ୍କ 20 ନିୟୁତ ମାମଲାର ଏକ ଚତୁର୍ଥାଂଶ ଅଟେ।

ଗତ ସପ୍ତାହରେ ଆରିଜୋନାରେ ନୂତନ ମାମଲା 48% ରୁ ଅଧିକ ହ୍ରାସ ପାଇଥିଲା ଏବଂ ଅଗଷ୍ଟ 9 ରେ ରାଜ୍ୟ 29 ଜୁନ୍ ଠାରୁ ପ୍ରଥମ ଥର ପାଇଁ 1000 ରୁ କମ୍ ମାମଲା ରିପୋର୍ଟ କରିଥିଲା। ଫ୍ଲୋରିଡା, କାଲିଫର୍ଣ୍ଣିଆ ଏବଂ ଟେନେସିରେ ଗୋଷ୍ଠୀ ସଂକ୍ରମଣ ହାର ବିସ୍ତାର ହୋଇ ରହିଥିଲା। ହେଲେ ଗତ ସପ୍ତାହରେ ସବୁ ରାଜ୍ୟ କମ ମାମଲା ଚିହ୍ନଟ କରିଛି।

କୋଭିଡ-୧୯ ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକାରେ ଏବେ ୫୨ ଲକ୍ଷ ୫୧ ହଜାର ୪୧୬ ଜଣ ଲୋକ ସଂକ୍ରମଣର ଶିକାର ହୋଇଥିବା ବେଳେ ୧ ଲକ୍ଷ ୬୬ ହଜାର ୧୯୨ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ ୨୭ ଲକ୍ଷ ୧୫ ହଜାର ୯୧୨ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨୩ ଲକ୍ଷ ୬୯ ହଜାର ୩୧୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.