ETV Bharat / international

କୋରୋନା କୋପରେ କାନ୍ଦୁଛି ଆମେରିକା, 24 ଘଣ୍ଟାରେ 2,333 ମୃତ୍ୟୁ - ଆମେରିକାରେ କୋରୋନା ମୃତ୍ୟୁ

ଗତ 24 ଘଣ୍ଟା ମଧ୍ୟରେ ଆମେରିକାରେ 2,333 ଜଣଙ୍କ ମୃତ୍ୟୁ ହୋଇଥିବା ଜହନ ହକପିନ୍ସ ବିଶ୍ବ ବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଏହାସହ 12 ଲକ୍ଷ 37 ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି 70 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି।

US coronavirus deaths
କୋରୋନା ମାଡରେ ଧରାସାୟୀ ଆମେରିକା, 24 ଘଣ୍ଟାରେ 2,333 ମୃତ୍ୟୁ
author img

By

Published : May 6, 2020, 7:30 AM IST

ୱାସିଂଟନ୍: ଆମେରିକୀୟ ବାସୀଙ୍କୁ ଅଣନିଶ୍ବାସୀ କରିସାରିଲାଣି କୋରୋନା ଭାଇରସ। ଏବେ ପ୍ରତ୍ୟେକ ମୁହୁର୍ତ୍ତକୁ ଆଶଙ୍କା ଓ ଆତଙ୍କିତ ଅବସ୍ଥାରେ ଜୀଉଁଛନ୍ତି ସେଠାକାର ବାସିନ୍ଦା। ଭାଇରସ ସଂକ୍ରମଣ ହାର ଦେଶରେ ଏତେ ମାତ୍ରାରେ ବିସ୍ତାର ଲାଭ କରିବାରେ ଲାଗିଛି ସରକାର ଏକପ୍ରକାର ନାଚାର ପାଲଟିଗଲେଣି।

ଏହି ଅଦୃଶ୍ୟ ଭାଇରସର କରାମତି ଏତେ ଭୟଙ୍କର ଯେ କିଛି ଦିନ ମଧ୍ୟରେ ଏହି ଶକ୍ତିଶାଳୀ ରାଷ୍ଟ୍ରର ଅର୍ଥନୈତିକ ଓ ରାଜନୈତିକ ପୃଷ୍ଟଭୂମିକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଲାଣି। ପ୍ରତ୍ୟେକ ଦିନ ଦେଶରେ ଲକ୍ଷ ଲକ୍ଷ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି। ତେବେ ଗତ ଦୁଇ ଦିନ ହେବ ମୃତ୍ୟୁହାର କିଛି ମାତ୍ରାରେ କମିବା ଦେଶବାସୀଙ୍କୁ ଆଶ୍ବସ୍ଥ କରିଥିବା ବେଳେ ପୁନର୍ବାର ଏହା ବଢିବାରେ ଲାଗିଛି।

ତେବେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 2,333 ଜଣଙ୍କ ମୃତ୍ୟୁ ହୋଇଥିବା ଜହନ ହକପିନ୍ସ ବିଶ୍ବ ବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଏହାସହ 12 ଲକ୍ଷ 37 ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି 70 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି।

ଏତେ ସଂଖ୍ୟକ ଆକ୍ରାନ୍ତଙ୍କ ମଧ୍ୟରୁ 2 ଲକ୍ଷରୁ ଉର୍ଦ୍ଧ୍ବ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ 9 ଲକ୍ଷରୁ ଉର୍ଦ୍ଧ୍ବ ସକ୍ରିୟ ମାମଲା ଦେଶରେ ରହିଛି। ସେଥିମଧ୍ୟରୁ 16 ହଜାର ଆକ୍ରାନ୍ତ ଅତି ସାଙ୍ଘାତିକ ଅବସ୍ଥାରେ ଅଛନ୍ତି। ଗତକାଲି କୋରୋନାରେ 1015 ଲୋକଙ୍କ ମୃତ୍ୟୁ ହୋଇଥଲା ଯାହାକି ବିଗତ କିଛି ଦିନ ମଧ୍ୟରେ ସର୍ବନିମ୍ନ ବୋଲି ରେକର୍ଡ କରିଥିଲା। ଏପଟେ ଏହି ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ଦମ୍ଭୋକ୍ତି ପ୍ରକାଶ କରି କହିଛନ୍ତି ଯେ କୋରୋନା ପ୍ରଭାବରେ ଦେଶରେ 2 ମିଲିୟନ ଲୋକଙ୍କ ମୃତ୍ୟୁ ହେବ। ଭ୍ୟାକ୍ସିନ ଆସିବା ପରେ ମୃତ୍ୟୁ ସଂଖ୍ୟା 75000 ହଜାରୁ 1 ଲକ୍ଷ ମଧ୍ୟରେ ସୀମିତ ରହିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.