ETV Bharat / international

ହସ୍ପିଟାଲରେ ହଇଚଇ, କୋରୋନା ରୋଗୀଙ୍କୁ 8.14 କୋଟିର ବିଲ୍ - US: Corona infected patient handed over bill of Rs 8.14 crore

ମହାମାରୀର ଦୀର୍ଘଦିନ ଲଢେଇରେ ବିଜୟ ଲାଭ କରି ସୁସ୍ଥ ହୋଇଥିବା କୋରୋନା ଆକ୍ରାନ୍ତ ବଞ୍ଚିବାକୁ ଘୃଣା କରିଛନ୍ତି ଓ ନିଜକୁ ଦୋଷୀ ଭାବିଛନ୍ତି। କାରଣ ସୁସ୍ଥ ହେବା ପରେ ଚିକିତ୍ସା ଖର୍ଚ୍ଚ ବାବଦ ବ୍ୟକ୍ତି ଜଣଙ୍କୁ ଭରିବାକୁ ପଡିଛି 8.14 କୋଟିର ବିଲ୍।

ଆମେରିକା ହସ୍ପିଟାଲରେ ହଇଚଇ, ସୁସ୍ଥ କୋରୋନା ରୋଗୀଙ୍କୁ 8.14 କୋଟିର ବିଲ୍

author img

By

Published : Jun 15, 2020, 12:19 PM IST

Updated : Jun 15, 2020, 12:48 PM IST

ୱାସିଂଟନ୍: ଆମେରିକାରେ ସଂକ୍ରମଣ ଲହଡି ଭାଙ୍ଗୁଛି। ପ୍ରତ୍ୟେକ ଦିନ ହଜାର ହଜାର ଆକ୍ରାନ୍ତ ବାହାରୁଥିବା ବେଳେ ହସ୍ପିଟାଲରେ ଭର୍ତ୍ତି ହେବାକୁ ସ୍ଥାନ ନାହିଁ। ତେବେ ଏହି ସମୟରେ ଆମେରିକା ଭଳି ଶକ୍ତିଶାଳୀ ଦେଶରେ ବେରୋଜଗାର ମଧ୍ୟ ଉତ୍କଟ ରୂପ ଧାରଣ କଲାଣି। ଲୋକେ ବଞ୍ଚିବା ପାଇଁ ବର୍ତ୍ତମାନ ସଙ୍ଘର୍ଷ କରୁଛନ୍ତି। ହେଲେ ମହାମାରୀର ଦୀର୍ଘଦିନ ଲଢେଇରେ ବିଜୟ ଲାଭ କରି ସୁସ୍ଥ ହୋଇଥିବା କୋରୋନା ଆକ୍ରାନ୍ତ ବଞ୍ଚିବାକୁ ଘୃଣା କରିଛନ୍ତି ଓ ନିଜକୁ ଦୋଷୀ ଭାବିଛନ୍ତି।

ସ୍ବିଡେନରୁ ଏଭଳି ଏକ ଆଶ୍ଟର୍ଯ୍ୟକର ଖବର ସାମ୍ନାକୁ ଆସିଛି। ଯେଉଁଠି ଜଣେ କୋରୋନା ରୋଗୀର ମେଡିକାଲ ବିଲ୍ ଶୁଣିଲେ ଆପଣଙ୍କ ହୋସ ଉଡିଯିବ। ଆରୋଗ୍ୟ ଲାଭ କରି ବ୍ୟକ୍ତି ଜଣକ ଘରକୁ ଫେରିବାକୁ ପ୍ରସ୍ତୁତ ହେଉଥିବା ବେଳେ ମେଡିକାଲ ପକ୍ଷରୁ ହାତରେ ଧରାଇ ଦିଆଯାଇଥିଲା ଏକ ଲମ୍ବା ଚଉଡା ବିଲ୍। ଯାହାଫଳରେ ସଂକ୍ରମିତ ରୋଗୀ 11 ମିଲିୟନ୍ ଡଲାର୍ (ପ୍ରାୟ 8.14 କୋଟି) ବିଲ୍ ପ୍ରଦାନ କରି ସଦମାକୁ ଚାଲିଯାଇଛନ୍ତି। ଏହି ବ୍ୟକ୍ତି ଜଣକ ହେଲେ ଆମେରିକାର ମିଚେଲ୍ ଫ୍ଲୋର।

ସୂଚନା ଥାଉକି, ରୋଗୀ ଜଣକ ସ୍ୱିଡେନ ମେଡିକାଲରେ 62 ଦିନ ଧରି କୋରୋନା ଭାଇରସ ସହିତ ସଂଗ୍ରାମ କରୁଥିଲେ। ଏବଂ ହସ୍ପିଟାଲରେ ଦୀର୍ଘଦିନର ଚିକିତ୍ସା ପରେ ଆରୋଗ୍ୟ ଲାଭ କରିଛନ୍ତି ସତ ହେଲେ ବିଲ ଦେଖିବା ପରେ ଆହୁରୀ ଅସୁସ୍ଥ ଅନୁଭବ କରୁଛନ୍ତି।

ଖବରକାଗଜ ଅନୁଯାୟୀ, ବ୍ୟକ୍ତି ଜଣକ ସ୍ୱାସ୍ଥ୍ୟ ବୀମା ରହିଛି, ଯେଉଁଥିରେ ଛଅ ହଜାର ଡଲାର କାଟିବା ପରେ ସାଧାରଣତଃ ଅନ୍ୟ ସମସ୍ତ ଖର୍ଚ୍ଚ ହସ୍ପିଟାଲ ପକ୍ଷରୁ ବହନ କରିବାର ବ୍ୟବସ୍ଥା ରହିଛି। କୋଭିଡ -19 ରୋଗୀଙ୍କ ଚିକିତ୍ସା ପାଇଁ ଆମେରିକା କଂଗ୍ରେସ (ସଂସଦ) ସ୍ବତନ୍ତ୍ର ଆଇନ ପ୍ରଣୟନ କରିଛି । ଏବଂ ଏହା ସମ୍ଭବ ଯେ ବ୍ୟକ୍ତିଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ।

Last Updated : Jun 15, 2020, 12:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.