ETV Bharat / international

କୋଭିଡ-19ରୁ ସୁସ୍ଥ ବ୍ୟକ୍ତିଙ୍କ ପ୍ଲାଜମା ଅନ୍ୟ ଆକ୍ରାନ୍ତଙ୍କୁ ଦେବ ଜୀବନ ଦାନ - ଆମେରିକୀୟ ସଂସ୍ଥାଙ୍କ ମିଳିତ କ୍ୟାମ୍ପେନ

ଆମେରିକାରେ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌, ଫିଲାଣ୍ଟ୍ରୋପିକ ଅର୍ଗାନାଇଜେସନ, ସର୍ଭାଇଭର ଗ୍ରୁପ ଓ ଅନ୍ୟ କମ୍ପାନୀର ମିଳିତ ସହଯୋଗରେ ଆରମ୍ଭ କରିଛନ୍ତି ଏକ ଭିନ୍ନ କ୍ୟାମ୍ପେନ । ଏହି କ୍ୟାମ୍ପେନକୁ ଦେଶର ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚାଇବା ସହ କୋରୋନାରୁ ସୁସ୍ଥତା ଲାଭ କରିଥିବା ବ୍ୟକ୍ତିଙ୍କୁ ନିଜ ପ୍ଲାଜମା ଦାନ କରିବା ପାଇଁ ଅନୁରୋଧ କରାଯାଉଛି । ଅଧିକ ପଢ଼ନ୍ତୁ...

COVID-19 survivors, palsma donation, US coalition launches campaign, campaign for survivors to donate plasma, କୋଭିଡ-19ରୁ ସୁସ୍ଥ ବ୍ୟକ୍ତି, ପ୍ଲାଜମା ଦାନ, ଆମେରିକୀୟ ସଂସ୍ଥାଙ୍କ ମିଳିତ କ୍ୟାମ୍ପେନ, ପ୍ଲାଜମା ଦାନ ପାଇଁ କ୍ୟାମ୍ପେନ
କୋଭିଡ-19ରୁ ସୁସ୍ଥ ବ୍ୟକ୍ତିଙ୍କ ପ୍ଲାଜମା ଅନ୍ୟ ଆକ୍ରାନ୍ତଙ୍କୁ ଦେବ ଜୀବନ ଦାନ
author img

By

Published : Jun 2, 2020, 7:59 PM IST

Updated : Jun 2, 2020, 10:48 PM IST

ୱାଶିଂଟନ: ଆମେରିକାରେ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌, ଫିଲାଣ୍ଟ୍ରୋପିକ ଅର୍ଗାନାଇଜେସନ, ସର୍ଭାଇଭର ଗ୍ରୁପ ଓ ଅନ୍ୟ କମ୍ପାନୀର ମିଳିତ ସହଯୋଗରେ ଆରମ୍ଭ କରିଛନ୍ତି ଏକ ଭିନ୍ନ କ୍ୟାମ୍ପେନ । ପୂର୍ବରୁ ପରୀକ୍ଷା ଦ୍ବାରା ଜଣା ପଡିଛି କି କୋଭିଡ-19 ଆକ୍ରାନ୍ତଙ୍କ ଦେହରେ ଥିବା ରକ୍ତ ପ୍ଲାଜମାରେ ଆଣ୍ଟିବଡି ସୃଷ୍ଟି ହୋଇଥାଏ । ଯାହାଦ୍ବାରା ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରରେ କୋରୋନା ଭୂତାଣୁ ନିଷ୍କ୍ରିୟ ହୋଇଯାଆନ୍ତି । ଫଳସ୍ବରୂପ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇପାରିଥାଏ । ତେଣୁ କୋରୋନାରୁ ମୁକ୍ତ ବା ସୁସ୍ଥ ହୋଇସାରିଥିବା ବ୍ୟକ୍ତିଙ୍କୁ ନିଜ ପ୍ଲାଜମା ଦାନ କରିବା ପାଇଁ ଏହି କ୍ୟାମ୍ପେନ ଆରମ୍ଭ କରାଯାଇଛି ।

ଆମେରିକାରେ ଆରମ୍ଭ ଏହି କ୍ୟାମ୍ପେନର ନାମ ରହିଛି ‘ଦି ଫାଇଟ ଇଜ ଇନ ୟୁଏସ’ । ଏହି କ୍ୟାମ୍ପେନକୁ ଦେଶର ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚାଇବା ସହ କୋରୋନାରୁ ସୁସ୍ଥତା ଲାଭ କରିଥିବା ବ୍ୟକ୍ତିଙ୍କୁ ନିଜ ପ୍ଲାଜମା ଦାନ କରିବା ପାଇଁ ଅନୁରୋଧ କରାଯାଉଛି । ବର୍ତ୍ତମାନ ଏହି କ୍ୟାମ୍ପେନ ଦୁଇଟି ଡେଡଲାଇନ ନେଇ କାର୍ଯ୍ୟ କରୁଛି । ପ୍ରଥମଟି ହେଉଛି କୋରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତଙ୍କ ଦେହରୁ ଦୁଇ ମାସ ମଧ୍ୟରେ ପ୍ଲାଜମା ସଂଗ୍ରହ କରିବା । ଏହି ସମୟ ମଧ୍ୟରେ ପ୍ଲାଜମାରେ ଆଣ୍ଟିବଡି ସକ୍ରିୟ ରହିଥିବା ନେଇ ମଧ୍ୟ ସ୍ପଷ୍ଟ ହେବା ଦରକାର । ଦ୍ବିତୀୟ ଡେଡଲାଇନ ହେଉଛି ଏହି ଭୂତାଣୁ ପରିବେଶର ତାପମାତ୍ରା ଅନୁଯାୟୀ ସକ୍ରିୟ ହେଉଥିବାରୁ ଶୀତ ଋତୁ ଆରମ୍ଭ ପୂର୍ବରୁ ଏହାର ନିରାକରଣ ଖୋଜି ବାହାର କରିବା ।

ତେବେ କ୍ୟାମ୍ପେନରେ ସାମିଲ ସର୍ଭାଇଭର କର୍ପର ପ୍ରତିଷ୍ଠାତା ଡାଏନା ବେରେଣ୍ଟଙ୍କ କହିବା ଅନୁଯାୟୀ କୋଭିଡ-19 ମୁକାବିଲାରେ ସୁସ୍ଥତା ଲାଭ କରିଥିବା ବ୍ୟକ୍ତିଙ୍କ ଦେହରେ ଆଣ୍ଟିବଡି ଯୁକ୍ତ ପ୍ଲାଜମା ଭରପୂର ରହିଥାଏ । ବର୍ତ୍ତମାନ ସମୟ ଆସିଛି ଏହି ହିରୋମାନେ ସ୍ବେଚ୍ଛାକୃତ ଭାବେ ପ୍ଲାଜମା ଦାନ କରି ଅନ୍ୟ ଆକ୍ରାନ୍ତଙ୍କୁ ଜୀବନ ଦାନ କରିବେ । ଯାହା ଅଧିକ ଲୋକଙ୍କୁ ବଞ୍ଚାଇପାରିବା ସହ ଦେଶର କୋରୋନା ସ୍ଥିତିକୁ ମଧ୍ୟ ସୁଧାରିବାରେ ସାହାଯ୍ୟ କରିବ ।

ଏହି କ୍ୟାମ୍ପେନରେ ସାହାଯ୍ୟ କରିବା ପାଇଁ ଯଦି କେହି ବ୍ୟକ୍ତି କୋରୋନାରୁ ସୁସ୍ଥ ହୋଇଥାଆନ୍ତି କିମ୍ବା କେହି ଆପଣଙ୍କ ଚିହ୍ନା ସୁସ୍ଥ ହୋଇଥାଆନ୍ତି ତେବେ ସେମାନେ ‘TheFightIsInUs.org’ ୱେବସାଇଟକୁ ଯାଇପାରିବେ । ଏଠାରେ ସେମାନେ ଦିଆଯାଇଥିବା ତଥ୍ୟ ମୁତାବକ ପ୍ଲାଜମା ଦାନ ପାଇଁ ପ୍ରସ୍ତୁତ କି ନାହିଁ ତାହା ପରୀକ୍ଷା କରିପାରିବେ । ଯଦି ସେମାନେ ପ୍ଲାଜମା ଦାନ ପାଇଁ ଯୋଗ୍ୟ ହୋଇଥାଆନ୍ତି ତେବେ ସେମାନେ ନିକଟସ୍ଥ ବ୍ଲଡ ପ୍ଲାଜମା ଜୋନର ସେଣ୍ଟରକୁ ଯାଇ ଯୋଗାଯୋଗ କରିପାରିବେ ।

ବର୍ତ୍ତମାନ ପ୍ରାୟ 1500ଟି ସ୍ଥାନକୁ ପ୍ଲାଜମା ଦାନ ପାଇଁ ଚିହ୍ନଟ କରାଯାଇଛି । ଅନ୍ୟପଟେ କ୍ୟାମ୍ପେନର ଅଂଶ ଭାବେ ଏହି ଦାନ ହୋଇଥିବା ପ୍ଲାଜମାକୁ ଦୁଇ ପ୍ରକାରରେ ବ୍ୟବହାର କରାଯାଇପାରେ । ପ୍ରଥମ ହେଉଛି ଏହାକୁ ସିଧାସଳଖ ଆକ୍ରାନ୍ତଙ୍କ ଦେହରେ ପ୍ରବେଶ କରାଇବା, ଦ୍ବିତୀୟଟି ହେଉଛି ଏହାକୁ ବ୍ୟବହାର କରି ହାଇପରଇମ୍ୟୁନ ଗ୍ଲୋବୁଲିନ (H-Ig) ନାମକ ଔଷଧ ପ୍ରସ୍ତୁତି । ଯାହାକୁ ଚଳିତବର୍ଷ ଶେଷ ସୁଦ୍ଧା ପରୀକ୍ଷଣ କରାଯାଇପାରେ । ତେବେ ଆମେରିକାରେ ଆରମ୍ଭ ହୋଇଥିବା ଏହି କ୍ୟାମ୍ପେନ ଆଗାମୀ ଦିନରେ ୟୁରୋପ ଯାଏଁ ପରିବର୍ଦ୍ଧିତ କରିବାର ଯୋଜନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 2, 2020, 10:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.