ETV Bharat / international

ଘନଉଛି ଚୀନ ପ୍ରତି ବିପଦ, ଆମେରିକା ବାଣିଜ୍ୟ ବିଭାଗର ବ୍ଲାକଲିଷ୍ଟରେ ଚୀନର 33 କମ୍ପାନୀ - 33 Chinese companies

ଅର୍ଥନୈତିକ କଳା ତାଲିକାରେ ସାମିଲ ହୋଇଛି 33 ଚୀନ କମ୍ପାନୀ। ବେଜିଂକୁ ଏହାର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଗୁପ୍ତଚର କାର୍ଯ୍ୟରେ ସାହାଯ୍ୟ କରୁଥିବା କିମ୍ବା ଚୀନ୍‌ର ସୈନ୍ୟବାହିନୀ ସହ ଜଡିତ ଥିବା କମ୍ପାନୀଗୁଡିକ ଉପରେ ଏହି କଟକଣା ଲଗାଯାଇଛି। ଯାହାଫଳରେ 33 ଟି ଚାଇନିଜ୍ ଫାର୍ମ ଏବଂ ଅନୁଷ୍ଠାନ ଇକୋନୋମିକ୍ ବ୍ଲାକ୍ ଲିଷ୍ଟରେ ଯୋଡି ହୋଇଛନ୍ତି।

US blacklists 33 Chinese companies
ଘନଉଛି ଚୀନ ପ୍ରତି ବିପଦ, ଆମେରିକା ବାଣିଜ୍ୟ ବିଭାଗର ବ୍ଲାକ୍ ଲିଷ୍ଟରେ 33 ଚାଇନା କମ୍ପାନୀ
author img

By

Published : May 23, 2020, 12:05 PM IST

ୱାସିଂଟନ୍: ବିଶ୍ବବାସୀଙ୍କୁ ସଙ୍କଟରେ ପକାଇଥିବା ଚୀନ ଉପରକୁ ଏବେ ଗୋଟିଏ ପରେ ଗୋଟିଏ ବିପଦ ମାଡିଆସୁଛି। ଆଗାମୀ ଦିନରେ ଦେଶର ପରିସ୍ଥିତି ଶୋଚନୀୟ ହେବାକୁ ଥିବାବେଳେ ବର୍ତ୍ତମାନ ସ୍ଥିତି ସାଙ୍ଘାତିକ ହେବାକୁ ଯାଉଛି।

କୋରୋନାର ଉତ୍ପତି ସ୍ଥଳ ଥିବା ଏହି ଦେଶ ଉପରେ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଖପ୍ପା। ଟ୍ରମ୍ପ ପ୍ରତି ମୁହୁର୍ତ୍ତରେ ଚୀନକୁ ଧମକ ଦେବା ସହ ମହାମାରୀ ପଛର ପ୍ରକୃତ ଘଟଣାର ପର୍ଦ୍ଦାଫାଶ କରିବାକୁ ଚେତାବନୀ ଦେଇଛନ୍ତି। ତେବେ ପରିସ୍ଥିତି କେଉଁ ଆଡକୁ ମୁହାଁଇବ ତାହା ସମୟ ସାପେକ୍ଷ ହୋଇଥିବା ବେଳେ ଏବେ ଅର୍ଥନୈତିକ କଳା ତାଲିକାରେ ସାମିଲ ହୋଇଛି 33 ଚୀନ କମ୍ପାନୀ।

ବେଜିଂକୁ ଏହାର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଗୁପ୍ତଚର କାର୍ଯ୍ୟରେ ସାହାଯ୍ୟ କରୁଥିବା କିମ୍ବା ଚୀନ୍‌ର ସୈନ୍ୟବାହିନୀ ସହ ଜଡିତ ଥିବା କମ୍ପାନୀଗୁଡିକ ଉପରେ ଏହି କଟକଣା ଲଗାଯାଇଛି। ଯାହାଫଳରେ 33 ଟି ଚାଇନିଜ୍ ଫାର୍ମ ଏବଂ ଅନୁଷ୍ଠାନ ଇକୋନୋମିକ୍ ବ୍ଲାକ୍ ଲିଷ୍ଟରେ ଯୋଡି ହୋଇଛନ୍ତି।

ଆମେରିକାର ବାଣିଜ୍ୟ ବିଭାଗର ଏହି ପଦକ୍ଷେପ ଟ୍ରମ୍ପ ପ୍ରଶାସନର ଚୀନ୍ ଉପରେ କଟକଣା ଲଗାଇବା ଏବଂ ହଂକଂ ଉପରେ ଜାତୀୟ ସୁରକ୍ଷା ଆଇନ ଲାଗୁ କରିବାର ଦିନକ ପରେ ଆସିଛି।

ବାଣିଜ୍ୟ ବିଭାଗର ଏକ ବିବୃତ୍ତିରେ କୁହାଯାଇଛି ଯେ, ଚୀନ୍‌ର ଦମନ ଅଭିଯାନରେ ହୋଇଥିବା ମାନବିକ ଅଧିକାରର ଉଲ୍ଲଂଘନ ତଥା ଅପବ୍ୟବହାରରେ ସମ୍ପୃକ୍ତ ଥିବା ହେତୁ କମ୍ପାନୀ ତଥା ଅନୁଷ୍ଠାନ ପ୍ରତି ଏପରି ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି।

ଚୀନ୍‌ର ଉଚ୍ଚ ବୈଷୟିକ ନୀରିକ୍ଷଣକୁ ସକ୍ଷମ କରିବା ପାଇଁ ସର୍ବନିମ୍ନ ସାତୋଟି ସଂସ୍ଥାକୁ କମ୍ପାନୀକୁ ମଞ୍ଜୁର କରାଯାଇଥିଲା। ଆମେରିକାର ବାଣିଜ୍ୟ ବିଭାଗ ଚୀନ୍ ସୈନ୍ୟବାହିନୀର ବ୍ୟବହାର ପାଇଁ ବିଭିନ୍ନ ସାମଗ୍ରୀ କ୍ରୟକୁ ଯୋଗାଇ ଦେବା ପାଇଁ ଏହି ତାଲିକାରେ ଅନ୍ୟ 24 କମ୍ପାନୀକୁ ସାମିଲ କରାଯାଇଥିଲା।

2019 ରେ, ସେହିଭଳି ଚୀନର 28ଟି ସିକ୍ୟୁରୁଟି ବ୍ୟୁରୋ ଏବଂ କମ୍ପାନୀ ଅନ୍ୟ ଏକ ବ୍ଲାକ ଲିଷ୍ଟରେ ଯୋଡି ହୋଇଥିଲେ। ଏହି କମ୍ପାନୀଗୁଡିକ ନାବାଳକ ଉଇଗୁରୁ ସମ୍ପ୍ରଦାୟକୁ ଅସଦାଚରଣ କରିଥିବା ସନ୍ଦେହ କରାଯାଉଥିଲା । ଏହି ତାଲିକାରେ ଚାଇନାର କେତେକ ଇଣ୍ଟେଲିଜେନ୍ସ ଷ୍ଟାର୍ଟଅପ୍ ଓ ଭିଡିଓ ସର୍ଭିଲାନ୍ସ କମ୍ପାନୀ ଅନ୍ତର୍ଭୁକ୍ତ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.