ୱାଶିଂଟନ: ଏବେ 5 ମିନିଟରେ ହେବ କୋରୋନା ପରୀକ୍ଷା । ଆପଣ ଜାଣିପାରିବେ ଏହି ଭୂତାଣୁ ଆପଣଙ୍କ ଶରୀରରେ ଅଛି କି ନାହିଁ। ଆମେରିକାର ଏକ ଲ୍ୟାବ ପ୍ରସ୍ତୁତ କରିଛି ଏହି ପୋର୍ଟାବଲ ଟେଷ୍ଟ କିଟ । ଆବୋର୍ଟ ଲାବୋରଟୋରୀ ପକ୍ଷରୁ ମିଳିଛି ସୂଚନା ।
ଆମେରିକା ଡ୍ରଗ ଏବଂ ଖାଦ୍ୟ ବିଭାଗର ନିର୍ଦ୍ଦେଶ କ୍ରମେ ଏହା ପ୍ରସ୍ତୁତ କରାଯାଇଛି । ଏହାର ଆକାର ଛୋଟ ଏବଂ ମଲ୍ୟୁକୁଲାର ଟେକନୋଲୋଜିର ବ୍ୟହାର କରାଯାଇ ଏହାକୁ ପ୍ରସ୍ତୁତ କରାଯାଇଛି । ମାତ୍ର 13 ମିନିଟରେ ପରୀକ୍ଷା କରି କୋଭିଡ-19 ନେଗେଟିଭ ବୋଲି ଜଣାପଡିଥିଲା । ଭବିଷ୍ୟତରେ ଏହା କୋରୋନା ଭୂତାଣୁ ଚିହ୍ନଟ କରିବାରେ ସାହାଯ୍ୟ କରିବ ।