ETV Bharat / international

ଡ୍ରାଗନକୁ ଝଟ୍‌କା, ଆମେରିକାରେ ପୁଣି 24 ଚୀନ କମ୍ପାନୀ ବ୍ୟାନ

author img

By

Published : Aug 28, 2020, 6:36 AM IST

ଆମେରିକା ଏବଂ ଚୀନ୍ ମଧ୍ୟରେ ଚାଲିଥିବା ତିକ୍ତତା ଥମିବାର ନା ଧରୁନାହିଁ । ଆମେରିକା ଆହୁରି 24ଟି ଚାଇନିଜ୍ କମ୍ପାନୀ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଆମେରିକାରେ ପୁଣି 24 ଚୀନ କମ୍ପାନୀ ବ୍ୟାନ
ଆମେରିକାରେ ପୁଣି 24 ଚୀନ କମ୍ପାନୀ ବ୍ୟାନ

ୱାଶିଂଟନ୍: ଆମେରିକା ଏବଂ ଚୀନ୍ ମଧ୍ୟରେ ଚାଲିଥିବା ତିକ୍ତତା ଥମିବାର ନା ଧରୁନାହିଁ । ଯଦିଓ ଉଭୟ ଦେଶ ଦାବି କରୁଛନ୍ତି ଯେ ଦ୍ବିପାକ୍ଷିକ ଆଲୋଚନା ଭଲ ଚାଲିଛି, କିନ୍ତୁ ଆମେରିକାର ନିଷ୍ପତ୍ତି ବର୍ତ୍ତମାନ ଭଲ ପରିସ୍ଥିତି ଥିବା ଭଳି ନଜର ଆସୁନାହିଁ । ସାଉଥ୍ ଚାଇନା ସି, ହଂକଂ ଏବଂ ତାଇୱାନ ଭଳି ପ୍ରସଙ୍ଗ ପରେ ଦୁଇ ଦେଶ ମଧ୍ୟ ପରସ୍ପର ବିରୋଧରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିଛନ୍ତି । ଏହି କ୍ରମରେ ଆମେରିକା ଆହୁରୀ 24ଟି ଚାଇନିଜ୍ କମ୍ପାନୀ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି ।

ଚୀନ୍ ସୈନ୍ୟବାହିନୀ ସହିତ ସିଧାସଳଖ କାମ କରୁଥିବା ସେହି ଚାଇନିଜ୍ କମ୍ପାନୀଗୁଡ଼ିକୁ ଆମେରିକା ଟାର୍ଗେଟ କରୁଛି। ଏଥର ମଧ୍ୟ ଚୀନ୍‌ର 24ଟି କମ୍ପାନୀ ନିଷିଦ୍ଧ ତାଲିକାରେ ରଖିଛି । ଏହି କମ୍ପାନୀଗୁଡିକ ଆମେରିକାରେ ସେମାନଙ୍କର ବ୍ୟବସାୟ କରିବାକୁ ସମର୍ଥ ହେବେ ନାହିଁ । ଏହା ବ୍ୟତୀତ ଏହି କମ୍ପାନୀ ଏବଂ ସେମାନଙ୍କ ସହ ଜଡିତ ଲୋକଙ୍କ ବିରୋଧରେ ମଧ୍ୟ କଠୋର ଅନୁସନ୍ଧାନ କରାଯିବ ।

ଆମେରିକା ଅଭିଯୋଗ କରିଛି ଯେ ଏହି କମ୍ପାନୀଗୁଡିକ ଦକ୍ଷିଣ ଚୀନ୍ ସାଗରରେ ଏକ ଅର୍ଟିଫିସିଆଲ୍ ଦ୍ୱୀପ ସୃଷ୍ଟି କରି ସାମରିକ ବେସ ନିର୍ମାଣ କରିବାରେ ସାହାଯ୍ୟ କରନ୍ତି । ଅନ୍ତର୍ଜାତୀୟ ଜଳରେ ଦ୍ୱୀପପୁଞ୍ଜ ନିର୍ମାଣ ପାଇଁ ଚୀନ୍ ମଧ୍ୟ ଅନେକ ଥର ସମାଲୋଚିତ ହୋଇଛି। ଏହା ବ୍ୟତୀତ ସାମୁଦ୍ରିକ ବ୍ୟାପାର ଟ୍ରିବ୍ୟୁନାଲ ମଧ୍ୟ ଚୀନ୍ ବିରୋଧରେ ନିଷ୍ପତ୍ତି ନେଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.