ETV Bharat / international

ବିପଦରେ ବନ୍ଧୁ ସାଜିଲା ଆମେରିକା, ପାକିସ୍ତାନକୁ ବଢାଇଲା ସହାୟତାର ହାତ

author img

By

Published : Apr 18, 2020, 9:27 AM IST

କୋରୋନା ସହ ଲଢିବାକୁ ପାକିସ୍ତାନକୁ ଆମେରିକାର ସହଯୋଗ ହାତ। କୋରୋନା ମୁକାବିଲା ପାଇଁ ପାକିସ୍ତାନ ସରକାରଙ୍କୁ 8.4 ମିଲିୟନ ଡଲାର ପ୍ରଦାନ କରିଛି ଆମେରିକା। ଅଧିକ ଖବର ପଢନ୍ତୁ...

US announces $8.4 million aid to Pak
ବିପଦରେ ବନ୍ଧୁ ସାଜିଲା ଆମେରିକା, ପାକିସ୍ତାନକୁ ବଢାଇଲା ସହାୟତାର ହାତ

ଇସଲାମବାଦ୍: କୋରୋନା ସହ ବଳ କଷୁଛି ସାରା ବିଶ୍ବ। କମୁନି ମହାମାରୀ ର ବିସ୍ତାର ବଢୁଛି ମୃତ୍ୟୁସଂଖ୍ୟା। ତେବେ ବର୍ତ୍ତମାନ ସମୟରେ ସହଯୋଗିତା ଓ ସହଭାଗିତାରେ ହିଁ ସମସ୍ତ ଦେଶ ଲଢେଇ କଲେ ହିଁ ଏହି ମହାମାରୀ ଉପରେ ବିଜୟ ଲାଭ କରିହେବ।

ଆମେରିକାରେ ଏହି ଭାଇରସର ସ୍ଥିତି ଅତ୍ୟନ୍ତ ଉଦବେଗଜନକ। ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ହଜାର ହଜାର ପ୍ରାଣ ହରାଇଛନ୍ତି। ଏଭଳି ସମୟରେ ମଧ୍ୟ ଆମେରିକା ବନ୍ଧୁତାର ପରିଚୟ ଦେଇ ପାକିସ୍ତାନକୁ କୋରୋନା ମୁକାବିଲା ପାଇଁ 8.4 ମିଲିୟନ ଆମେରିକୀୟ ଡଲାର ପ୍ରଦାନ କରିଛି। ଏହି ଅର୍ଥରାଶିର ଘୋଷଣା ପାକିସ୍ତାନରେ ଥିବା ଆମେରିକା ଦୂତାବାସ ପଲ ଜନସଙ୍କ ଦ୍ବାରା କରାଯାଇଛି।

ସୂଚନା ଅନୁସାରେ, ପଲ ଜନସ ଏକ ଭିଡିଓରେ ଏହି ବାର୍ତ୍ତା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ''ଆମେରିକା ପାକିସ୍ତାନ ସରକାରଙ୍କ ସହଭାଗିତାରେ କୋରୋନା ଭାଇରସ ସହ ଲଢିବାକୁ 8 ମିଲିୟନ ଆମେରିକୀୟ ଡଲାର ପ୍ରଦାନ କରିଛନ୍ତି। ଯାହା କୋରୋନା ଆକ୍ରାନ୍ତ ଲୋକଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ ହେବ।''

ଏହି ଟଙ୍କାର ପାଖାପାଖି 3 ମିଲିୟନ ଆମେରିକୀୟ ଡଲାରରେ 3 ଟି ନୂଆ ମୋବାଇଲ ଲ୍ୟାବ୍ ପାକିସ୍ତାନରେ ଚିହ୍ନଟ ହୋଇଥିବା କୋରୋନା ହଟସ୍ପଟ ସ୍ଥାନରେ ପ୍ରତିଷ୍ଠା କରାଯିବ। ଯାହା ଦ୍ବାରା ବହୁ ସଂଖ୍ୟକ କୋରୋନା ଭାଇରସ ଟେଷ୍ଟିଂ ଓ ମନିଟରିଂ କରାଯାଇ ପାରିବ ବୋଲି ପାକିସ୍ତାନ ଗଣମାଧ୍ୟମ ଡନ୍ ପ୍ରକାଶ କରିଛି।

ଖବର ଥାଉକି, କୋରୋନା ଭାଇରସ ପାକିସ୍ତାନ ଅର୍ଥବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ଏଭଳି ସ୍ଥିତିରେ ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ ବା ଆଇଏମଏଫ୍ ଗୁରୁବାର 1.3 ବିଲିୟନ ଡଲାର ସହାୟତା ରାଶି ପାକିସ୍ତାନରେ ଆର୍ଥିକ ମାନ୍ଦାବସ୍ଥାକୁ ଲକ୍ଷ୍ୟ କରି ପ୍ରଦାନ କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.