ୱାଶିଂଟନ: ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବା ନେଇ ଯୋଜନା କରୁଛି । କୌଣସି ସମୟରେ ବି ଋଷ ଯୁକ୍ରେନ ଉପରେ ଆକ୍ରମଣ କରିପାରେ । ୟୁକ୍ରେନରେ ସମସ୍ତ ଯୁଦ୍ଧ ସରଞ୍ଜାମ ସହ ସୈନ୍ୟବାହିନୀ ପ୍ରସ୍ତୁତ ଅଛନ୍ତି । ଏନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେସ୍କିଙ୍କ ସହ କଥା ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଯଦି ଋଷ ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ସେମାନେ ସହଯୋଗୀଙ୍କ ସହ ଜବାବ ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ବାଇଡେନ ।
ଜୋ ବିଡେନ ଏବଂ ଭୋଲୋଡିମିର ଜେଲେସ୍କିଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମୟରେ ବାଇଡେନ ୟୁକ୍ରେନର ସାର୍ବଭୌମତ୍ବ ତଥା ଆଞ୍ଚଳିକ ଅଖଣ୍ଡତା ପ୍ରତି ଆମେରିକାର ପ୍ରତିବଦ୍ଧତାକୁ ଦର୍ଶାଇ ହ୍ବାଇଟହାଉସର ଏକ ବିବୃତ୍ତିରେ ରଖିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଆମେରିକା ଗତ ବର୍ଷ ୟୁକ୍ରେନର ବିକାଶ ଏବଂ ମାନବିକ ସହାୟତା ପାଇଁ ବିଲିୟନ ଡଲାରରୁ ଅଧିକ ଦେଇଛି। ୟୁକ୍ରେନ ସୀମାରେ ଋଷର ସୃଷ୍ଟି ହୋଇଥିବା ଉତ୍ତେଜନା ମଧ୍ୟରେ ୟୁକ୍ରେନର ଅର୍ଥନୀତିକୁ ସମର୍ଥନ କରିବା ପାଇଁ ଆମେରିକା ଅତିରିକ୍ତ ଆର୍ଥିକ ସହାୟତା ଲୋଡିଛି ବୋଲି କହିଛନ୍ତି ବାଇଡେନ ।
ଆମେରିକାର ଦୂତାବାସ କର୍ମଚାରୀଙ୍କ ସଦସ୍ୟଙ୍କ ବିଦାୟ ସତ୍ତ୍ବେ କ୍ବିଭିରେ ଆମେରିକାର ଦୂତାବାସ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ବୋଲି ବାଇଡେନ ସ୍ପଷ୍ଟ କରିଛନ୍ତି । ରାଷ୍ଟ୍ରପତି ବାଇଡେନ ନର୍ମାଣ୍ଡି ବିବାଦର ସମାଧାନ ପାଇଁ ଆମେରିକାର ସମର୍ଥନ କରିଥିଲେ । ସେମାନେ ଆଶା ପ୍ରକଟ କରିଛନ୍ତି ଯେ ଜୁଲାଇ 2020ର ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ଉଭୟ ପକ୍ଷର 26 ଜାନୁଆରୀ ପ୍ରତିବଦ୍ଧତା ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବାରେ ସହାୟକ ହେବ ।
ଏହା ବି ପଢନ୍ତୁ...Ukraine crisis: ବଢିଲା ଯୁଦ୍ଧା ଆଶଙ୍କା, ଯୁରୋପ ଗଲା ନାଟୋ ଯୁଦ୍ଧ ସରଞ୍ଜାମ
ପ୍ରକାଶ ଥାଉ କି, ଏହି କିଛି ଦିନ ହେବ ୟୁକ୍ରେନ ଓ ଋଷ ମଧ୍ୟରେ ଯୁ୍ଦ୍ଧର ବାଦଲ ବହୁଛି । ୟୁକ୍ରେନ ସୀମାରେ ଋଷ ଏକ ଲକ୍ଷରୁ ଅଧିକ ସେନା ସହ ଟ୍ୟାଙ୍କ, ତୋପ ଓ ହତିଆର ସହିତ ସୀମାରେ ନିୟୋଜିତ କରିଛି । ଋଷ ଉପରେ ଚାପ ପକାଇବା ପାଇଁ ନାଟୋ ସହ ପୂର୍ବ ୟୁରୋପ ସୁରକ୍ଷା ପାଇଁ ସଜବାଜ ହୋଇଛନ୍ତି ସୁରକ୍ଷାବାହିନୀ । ଜେଟ, ଯୁଦ୍ଧ ବିମାନ ସହ ସମସ୍ତ ସରଞ୍ଜାମ ସଜାଡି ନାଟୋ ବାହିନୀ ମଧ୍ୟ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଅଧିକରୁ ଅଧିକ ଜାହାଜ ଓ ଯୁଦ୍ଧ ବିମାନକୁ ଷ୍ଟାଣ୍ଡବାଏରେ ରଖାଯାଇଥିବା ନାଟୋ ପକ୍ଷରୁ ସୂଚନା ମିଳିଛି (North Atlantic Treaty Organisation) ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ