ୱାଶିଂଟନ: ଟ୍ବିଟରରେ ନିକଟରେ ଲିକ୍ ହୋଇଥିବା ଖବରକୁ ନେଇ ଚହଳ ସୃଷ୍ଟି ହୋଇଥିଲା । ଏକ ଗ୍ରୁପ ପକ୍ଷରୁ ଏଠାରେ ଆମେରିକା ପୋଲିସ ସମ୍ପର୍କରେ କିଛି ସମ୍ବେଦନଶୀଳ ତଥ୍ୟ ପ୍ରକାଶ ପାଇଥିଲା । ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା । ପରେ କାର୍ଯ୍ୟାନୁଷ୍ଠାନ ନେଇ ଟ୍ବିଟର ଏହି ଗ୍ରୁପକୁ ସ୍ଥାୟୀ ଭାବେ ବ୍ୟାନ କରିଛି ।
ଏହି ଗ୍ରୁପର ନାମ ଡିଷ୍ଟ୍ରିବ୍ୟୁଟେଡ୍ ଡେନିଆଲ ଅଫ୍ ସିକ୍ରେଟ୍ସ(ଡିଡିଓଏସ) ବୋଲି ଜଣାପଡିଛି । ଗ୍ରୁପକୁ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଟ୍ବିଟର ବ୍ୟାନ କରିଛି । ଗତ ସପ୍ତାହରେ ଏହା ଆମେରିକା ପୋଲିସର ଗୁରୁତ୍ବପୂର୍ଣ୍ଣ ତଥା ସମ୍ବେଦନଶୀଳ 270 ଜିବିର ଡାଟା ଅନଲାଇନରେ ଲିକ୍ କରିଥିଲା । ଏହି ଲିକ୍ ପ୍ରକ୍ରିୟାକୁ ବ୍ଲୁଲିକ୍ କୁହାଯାଏ ଯାହା ସମ୍ପର୍କରେ ଉକ୍ତ ଗ୍ରୁପ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ଲୋକଙ୍କୁ ନିଜ ୟୁଆରଏଲ ବ୍ୟବହାର ନକରିବା ପାଇଁ ଡିଡିଓଏସ ସତର୍କ କରିଦେଇଛି । କାରଣ ଏହାକୁ ବ୍ୟବହାର କଲେ ଟ୍ବିଟର ଉକ୍ତ ଲୋକର ଆକାଉଣ୍ଟକୁ ଡିଲିଟ୍ କରିବାର ସମ୍ଭାବନା ରହିଛି ।
ପ୍ରଥମେ ଏହି ଲିକ୍ ଟେକ୍ସାସ କମ୍ପାନୀ ନେଟ୍ସେନସିଆଲ ଦ୍ବାରା ହୋଇଥିଲା । ଏହାପରେ ଡିଡିଓଏସ ଏହାକୁ ଏକ ଡେଡିକେଟ୍ ୱେବସାଇଟ୍ ଦ୍ବାରା ଲିକ୍ କରିଥିଲେ । ଏପରିକି ଟ୍ବିଟରରେ ନିଜ ଲିକ୍ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଏହା ସମ୍ପୂର୍ଣ୍ଣ ତଥ୍ୟ ଦେଇଥିଲା । ଏଥିରେ 200 ପୋଲିସ ବିଭାଗର 10 ବର୍ଷର ତଥ୍ୟ ସମେତ ଅନେକ ଆଇନକାନୁନ ସମ୍ବନ୍ଧୀୟ ଗୁରୁତ୍ବପୂର୍ଣ୍ଣ ଲେଖା ଥିଲା । କମ୍ପାନୀ କହିଛି ଯେ ଏହି ତଥ୍ୟ ଲିକ୍ ପୂର୍ବରୁ ଏହା ପ୍ରାୟ 50 ଜିବି ଡାଟା କମ କରିଦେଇଥିଲା । ସ୍ବାସ୍ଥ୍ୟସେବା, ଅପରାଧ, ଶିଶୁ, ପୀଡିତା, ପ୍ରାଇଭେଟ୍ ବିଜିନେସ୍ ଭଳି ପ୍ରସଙ୍ଗ ସମ୍ପର୍କରେ ଏହା ଅନେକ ତଥ୍ୟ ସଂଗ୍ରହ କରିଥିଲା । ହେଲେ ଷ୍ଟୋରେଜର ଅଭାବ ଯୋଗୁଁ ଅଧା ଡାଟା ଲିକ୍ କରିବା ଆଗରୁ ଡିଲିଟ୍ କରିବାକୁ ପଡିଥିଲା ।
ବର୍ତ୍ତମାନ ଟ୍ବିଟର କେବଳ ଡିଡିଓଏସକୁ ବ୍ୟାନ କରିନାହିଁ ଏହାର ସମସ୍ତ ତଥ୍ୟ ସେୟାର କରିବା ଉପରେ ବ୍ୟାନ ଲଗାଇଛି । ଏହି ଲିକ୍ ତଥ୍ୟ ଅନେକ ଲୋକଙ୍କୁ ବିପଦରେ ପକାଇବାର ସମ୍ଭାବନା ରହିଛି । ସେଥିପାଇଁ କମ୍ପାନୀର ନିୟମ ଅନୁସାରେ ଏହି ସବୁ ତଥ୍ୟ ବ୍ୟାନ କରାଯାଉଛି । ଯିଏ ବି ଏହାର ପ୍ଲାଟଫର୍ମରେ ଏହାକୁ ସେୟାର କରିବେ ସେମାନଙ୍କ ଆକାଉଣ୍ଟକୁ ବ୍ୟାନ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟ୍ବିଟର କହିଛି ।
ଅନଲାଇନରେ ଆମେରିକା ପୋଲିସର ତଥ୍ୟ ଲିକ୍, ଗ୍ରୁପକୁ ଟ୍ବିଟରର ବ୍ୟାନ୍ - ଡିଷ୍ଟ୍ରିବ୍ୟୁଟେଡ୍ ଡେନିଆଲ ଅଫ୍ ସିକ୍ରେଟ୍ସ
ଟ୍ବିଟରରେ ନିକଟରେ ଲିକ୍ ହୋଇଥିବା ଖବରକୁ ନେଇ ଚହଳ ସୃଷ୍ଟି ହୋଇଥିଲା । ଏକ ଗ୍ରୁପ ପକ୍ଷରୁ ଏଠାରେ ଆମେରିକା ପୋଲିସ ସମ୍ପର୍କରେ କିଛି ସମ୍ବେଦନଶୀଳ ତଥ୍ୟ ପ୍ରକାଶ ପାଇଥିଲା । ଅଧିକ ପଢନ୍ତୁ....