ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦମ୍ପତିଙ୍କୁ କୋରୋନା ପଜେଟିଭ ଚିହ୍ନଟ ହେବା ପରେ ତାଙ୍କ କିଶୋର ପୁଅ ବାରୋନ ମଧ୍ୟ କୋରୋନା ପଜେଟିଭ ହୋଇଥିବା ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ପ୍ରକାଶ କରିଛନ୍ତି । ସେ ହ୍ବାଇଟ ହାଉସ ୱେବସାଇଟର ଏକ ବ୍ଲଗରେ ଏବାବଦରେ ଉଲ୍ଲେଖ କରି ସୂଚନା ଦେଇଛନ୍ତି । ତାଙ୍କ 14 ବର୍ଷୀୟ ପୁଅ ବାରୁନ କୋରୋନା ଭାଇରସ ସଂସ୍ପର୍ଶରେ ଆସିଥିବା ସେ କହିଛନ୍ତି ।
ସେ ବ୍ଲଗରେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ପ୍ରଥମେ ଟ୍ରମ୍ପଙ୍କ ବ୍ୟକ୍ତିଗତ ପରାମର୍ଶଦାତା ହୋପ ହିକ୍ସ ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ ଓ ମେଲାନିଆ ଟ୍ରମ୍ପଙ୍କ କୋରୋନା ଟେଷ୍ଟ କରାଯାଇଥିଲା। ଯେଉଁଥିରେ ଉଭୟଙ୍କ ରିପୋର୍ଟ ପଜେଟିଭ ଆସିଥିଲା ।
ସେମାନଙ୍କ ପାଖରେ ଆଶିଂକ କୋରୋନା ଲକ୍ଷଣ ରହିଥିଲା । ଯେଉଁଥିପାଇଁ ରାଷ୍ଟ୍ରପତିଙ୍କୁ ଚିକିତ୍ସା ପାଇଁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିବାବେଳେ ପତ୍ନୀ ମେଲାନିଆ ହୋମ କ୍ବାରେଣ୍ଟାଇନରେ ରହିଥିଲେ ।
ତେବେ ଟ୍ରମ୍ପ ଦମ୍ପତିଙ୍କୁ କୋରୋନା ହେବାପରେ ପୁଅ ବାରୋନ ମଧ୍ୟ ନିଜେ ହ୍ବାଇଟ ହାଉସରେ କିଛିଟା ଦୂରତ୍ବ ପାଳନ କରୁଥିଲେ । ହେଲେ ତାଙ୍କର ପରେ ପଜେଟିଭ ଆସିଥିଲା ଓ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ମେଲାନିଆ ସୂଚନା ଦେଇଛନ୍ତି ।