ETV Bharat / international

‘ଆଇଏସ ଆତଙ୍କବାଦୀଙ୍କୁ ଖୋଜି ଖୋଜି ନିପାତ କରାଯିବ’ - ଡୋନାଲଡ୍‌ ଟ୍ରମ୍ପ

ଆଇଏସ ନିଜର ସମସ୍ତ କ୍ଷମତା ଓ ଗୌରବ ହରାଇଛି । ଏବେ ଇରାକ ଓ ସିରିୟା ଆଇଏସ ମୁକ୍ତ ହୋଇଥିବାବେଳେ ଆଗକୁ ଏହାର ସମସ୍ତ ସ୍ଲିପର ସେଲ୍‌ଙ୍କୁ ଖୋଜି ଖୋଜି ନିପାତ କରାଯିବ । ଅନଲାଇନରେ ସମର୍ଥନ ଯେଗାଡ କରୁଥିବା ଆତଙ୍କବାଦୀଙ୍କୁ ସମ୍ପୂର୍ଣ୍ଣ ନିପାତ କରାଯିବ ବୋଲି ଟ୍ରମ୍ପ କହିଛନ୍ତି ।

ଫାଇଲ ଫଟୋ
author img

By

Published : Mar 25, 2019, 2:24 PM IST

ୱାଶିଂଟନ: ଶନିବାର ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ୍‌(ଆଇଏସ)କୁ ସିରିୟାରୁ ମୂଳପୋଛ କରିଛି ଆମେରିକା ନେତୃତ୍ବାଧୀନ ମିଳିତ ବାହିନୀ । ଅନେକ ବର୍ଷ ଧରି ଏଠାରେ ଆଇଏସ ସାମ୍ରାଜ୍ୟ ବିସ୍ତାର କରିଥିଲା । ହେଲେ ଗତ ସାଢେ 4 ବର୍ଷ ଧରି ଆମେରିକା ପକ୍ଷରୁ ଚାଲିଥିଲା ସାମରିକ ଅପରେସନ । ଯାହା ଶନିବାର ଶେଷ ହେବା ସହ ଆଇଏସ ସାମ୍ରାଜ୍ୟର ମୂଳପୋଛ ହୋଇଛି ।

ତେବେ ଏହି ବିଜୟକୁ ବିରାଟ ବିଜୟ କହିବା ସହ ଆତଙ୍କବାଦୀ ବିରୋଧରେ ଏହି ଲଢେଇ ଜାରି ରହିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ କହିଛନ୍ତି । ଏହି ଅପରେସନ ପରେ ହ୍ବାଇଟ୍‌ ହାଉସରୁ ଜାରି ଏକ ବିବୃତିରେ ଟ୍ରମ୍ପ ଏପରି ମନ୍ତବ୍ୟ ଦେଇଛନ୍ତି । ଏହା ଆତଙ୍କବାଦ ବିରୋଧରେ ଏକ ବଡ ବିଜୟ । ଆଇଏସ ବିରୋଧରେ ବିଶ୍ବବ୍ୟାପୀ ଚାଲିଥିବା ଲଢେଇ ଆଗକୁ ଜାରି ରହିବ । ଏହି ସଙ୍ଗଠନକୁ ସମୂଳେ ବିନାଶ କରାଯିବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି ।

ଆଇଏସ ନିଜର ସମସ୍ତ କ୍ଷମତା ଓ ଗୌରବ ହରାଇଛି । ଏବେ ଇରାକ ଓ ସିରିୟା ଆଇଏସ ମୁକ୍ତ ହୋଇଥିବାବେଳେ ଆଗକୁ ଏହାର ସମସ୍ତ ସ୍ଲିପର ସେଲ୍‌ଙ୍କୁ ଖୋଜି ଖୋଜି ନିପାତ କରାଯିବ । ଅନଲାଇନରେ ସମର୍ଥନ ଯେଗାଡ କରୁଥିବା ଆତଙ୍କବାଦୀଙ୍କୁ ସମ୍ପୂର୍ଣ୍ଣ ନିପାତ କରାଯିବ ବୋଲି ଟ୍ରମ୍ପ କହିଛନ୍ତି । ଆମେରିକା ସବୁବେଳେ ଏହାର ସହଯୋଗୀ ଦେଶଙ୍କୁ ସାହାଯ୍ୟ କରିଆସିଛି । ଆଗକୁ ମଧ୍ୟ ଏପରି କାର୍ଯ୍ୟରେ ଆମେରିକା ନେତୃତ୍ବରେ ସାମରିକ ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି ।

ଏହି ବିବୃତିରେ ସେ ଅପରେସନରେ ସାମିଲ ସମସ୍ତ ସେନାଙ୍କୁ ଧନ୍ୟବାଦ ଦେବା ସହ ଶୁଭେଚ୍ଛା ଜଣାଇଥିଲେ । ଆତ୍ମସମର୍ପଣ କରିଥିବା ଆଇଏସ ଆତଙ୍କୀଙ୍କ ମଧ୍ୟରେ ଅନେକ ଯୁବକ ରହିଛନ୍ତି । ଏମାନଙ୍କୁ ଧ୍ବଂସର ରାସ୍ତା ଛାଡି ଉତ୍ତମ ଭବିଷ୍ୟତ ବିଷୟରେ ଚିନ୍ତା କରିବାକୁ ଟ୍ରମ୍ପ ପରାମର୍ଶ ଦେଇଛନ୍ତି ।

24.3.19 Brahmagiri, Debashish Das
ଅଳ୍ପକେ ବର୍ତିଲେ ସ୍କୁଲ ଛାତ୍ରଛାତ୍ରୀ, ଇଲେକ୍ଟ୍ରି ତାର ସସ୍ପଂରେ ପିକ୍ନିକ ବସ।
ବ୍ରହ୍ମଗିରିସ୍ଥ ମା ବାଲି ହରଚଣ୍ଡୀ ପୀଠକୁ ବସ ଯୋଗେ 70/80 ସ୍କୁଲ ଛାତ୍ର ଛାତ୍ରୀ ବଣଭୋଜି କରିଵା ପାଈଁ ଯାଉଥିବା ସମୟରେ ଚଣ୍ଡୀପୁଟ ଗ୍ରାମରେ ଇଲେକ୍ଟ୍ରି ତାର ସସ୍ପଂରେ ଆସି ବସଟି ଦୁର୍ଘଟଣା ଗ୍ରସ୍ତ ହୋଇଛି।
ଫଳରେ 2ଟି ଇଲେକ୍ଟ୍ରି ଖୁଣ୍ଟ ଭାଙ୍ଗି ଗୋଟାଏ ବସ ଉପରେ ପଡିଥିବା ବେଳେ ଅନ୍ୟଟି ଗୋଟାଏ ଘର ଉପରେ ପଡ଼ି ରହିଛି।ଇଲେକ୍ଟ୍ରି କର୍ମଚାରୀ ଘଟଣା ସ୍ଥଳରେ ନ ପହଞ୍ଚି ବାରୁ ସେଠାରେ ଉତେଜନା ଲାଗିରହିଛି।
ବସ ଟି ପୂରୀ ଜିଲ୍ଲା ସାକ୍ଷୀଗୋପାଳରୁ ସ୍କୁଲ ପିଲାଙ୍କୁ ନେଇ ଆସିଥିବା ବେଳେ ସମସ୍ତ ପିଲା ସୁରକ୍ଷିତ ଅଛନ୍ତି।
Visual send by what's up.

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.