ୱାଶିଂଟନ: କୋରୋନା ଭୟରେ ଟ୍ରମ୍ପ 2 ଥର କୋଭିଡ ଟେଷ୍ଟ କରିସାରିଲେଣି । 2 ଥର ଯାକ ରିପୋର୍ଟ ନେଗେଟିଭ ରହିଛି । କୋଭିଡରୁ ବଞ୍ଚିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ ମ୍ୟାଲେରିଆ ଔଷଧ HCQ ବ୍ୟବହାର କରୁଛନ୍ତି । ଦେଢ ସପ୍ତାହ ଧରି ଏହି ବଟିକା ସେବନ କରୁଥିବା ନେଇ ସେ ନିଜେ ହ୍ବାଇଟ ହାଉସରେ ପ୍ରକାଶ କରିଛନ୍ତି ।
ଟ୍ରମ୍ପଙ୍କ ଏହି HCQ ସେବନକୁ ନେଇ ତାଙ୍କ ନିଜସ୍ବ ସରକାର ମଧ୍ୟ ବାରଣ କରିଛନ୍ତି । ଏହି ଔଷଧ କେବଳ କୋଭିଡ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ କିମ୍ବା ରିସର୍ଚ୍ଚ ପାଇଁ ବ୍ୟକ୍ତି ପାଇଁ ବୋଲି କୁହାଯାଇଛି ।
ଅପରପକ୍ଷେ ଟ୍ରମ୍ପ କହିଛନ୍ତି, ସେ ଏହି ମେଡିସିନ ଗତ ଦେଢ ସପ୍ତାହ ହେବ ନେଉଛନ୍ତି । କୋଭିଡ ରିପୋର୍ଟ ନେଗେଟିଭ ବାହାରିବା ପର ଠାରୁ ହ୍ବାଇଟ ହାଉସ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ନିୟମିତ ଏହି ବଟିକା ସେବନ କରୁଛନ୍ତି । ତାଙ୍କୁ ଏହି ହାଇଟ୍ରୋକ୍ସି-କ୍ଲୋରକୁଇନ ବଟିକା ଭଲ ଲାଗେ ବୋଲି ସେ କହିଛନ୍ତି ।ସେପଟେ, ଗତ ମାସରେ FDA ମଧ୍ୟ ଏହି ଔଷଧ ବ୍ୟବହାର ଉପରେ ରୋକ ଲଗାଇଛି ।
ସୂଚନାଯୋଗ୍ୟ, ଗତ ମାସରେ ଭାରତ କୋଭିଡ ଆକ୍ରାନ୍ତଙ୍କ ପାଇଁ ଆମେରିକାକୁ ହାଇଡ୍ରୋକ୍ସି-କ୍ଲୋରୋକୁଇନ ରପ୍ତାନୀ କରିଥିଲା । ବର୍ତ୍ତମାନ ଆମେରିକାରେ 14 ଲକ୍ଷ 96 ହଜାର 509 ଜଣ ସଂକ୍ରମିତ ହୋଇଛନ୍ତି । 89 ହଜାର 874 ଜଣ ମୃତ୍ୟୁବରଣ କରିସାରିଲେଣି ।
@ANI