ETV Bharat / international

ଚୂଡାନ୍ତ ବିତର୍କ: ଟ୍ରମ୍ପ କହିଲେ ସପ୍ତାହ ମଧ୍ୟରେ ଆସିବ କୋଭିଡ ଟୀକା, ଜୋରଦାର ବର୍ଷିଲେ ବାଇଡେନ

author img

By

Published : Oct 23, 2020, 10:05 AM IST

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଚୂଡାନ୍ତ ବିତର୍କ ଆୟୋଜିତ ହୋଇଯାଇଛି । ଯେଉଁଠି ଟ୍ରମ୍ପ ସପ୍ତାହେ ମଧ୍ୟରେ କୋରୋନା ଟୀକା ଆସିବ ବୋଲି ଟ୍ରମ୍ପ ଘୋଷଣା କରିବା ପରେ ତାଙ୍କ ଉପରେ ଜୋରଦାର ବର୍ଷିଛନ୍ତି ବାଇଡେନ । ସମ୍ପୂର୍ଣ୍ଣ ପଢନ୍ତୁ...

ଚୂଡାନ୍ତ ବିତର୍କ:  ଟ୍ରମ୍ପ କହିଲେ ସପ୍ତାହ ମଧ୍ୟରେ ଆସିବ କୋଭିଡ ଟୀକା, ଜୋରଦାର ବର୍ଷିଲେ ବାଇଡେନ
ଚୂଡାନ୍ତ ବିତର୍କ: ଟ୍ରମ୍ପ କହିଲେ ସପ୍ତାହ ମଧ୍ୟରେ ଆସିବ କୋଭିଡ ଟୀକା, ଜୋରଦାର ବର୍ଷିଲେ ବାଇଡେନ

ୱାଶିଂଟନ: ନଭେମ୍ବର 3 ରେ ହେବାକୁ ଯାଉଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ବେଳେ ଆଜି ହୋଇଯାଇଛି ଶେଷ ବିତର୍କ । ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ବାଇଡେନଙ୍କ ମଧ୍ୟ 90 ମିନିଟ୍‌ ଧରି ବିତର୍କ ହୋଇଛି । ବିତର୍କ ଆରମ୍ଭରୁ କୋରୋନା ବିରୋଧରେ ଲଢେଇ କିପରି ରହିଛି ଏନେଇ ଟ୍ରମ୍ପ କହିଥିଲେ । ସପ୍ତାହେ ମଧ୍ୟରେ କୋରୋନା ଟୀକା ଆସିବ ବୋଲି ଟ୍ରମ୍ପ ଘୋଷଣା କରିବା ପରେ ତାଙ୍କ ଉପରେ ଜୋରଦାର ବର୍ଷିଛନ୍ତି ବାଇଡେନ ।

ଟ୍ରମ୍ପ କହିଛନ୍ତି ଯେ, ଆମର ଏକ ଟୀକା ଅଛି ଯାହା ଖୁବଶୀଘ୍ର ଆସୁଛି । ଏହା ପ୍ରସ୍ତୁତ ଅଛି । ସପ୍ତାହେ ମଧ୍ୟରେ ଏହା ଘୋଷଣା କରାଯିବ ବୋଲି । ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ, କୋରୋନା କାଳରେ ଆମେ ଯାହା ବି କରିପାରିଛୁ ସେଥିପାଇଁ ଅନ୍ୟ ରାଷ୍ଟ୍ର ପ୍ରମୁଖ ମତେ ଅଭିନନ୍ଦନ ଜଣାଇଛନ୍ତି । ଟ୍ରମ୍ପଙ୍କ ଏହି ବୟାନ ପରେ ବାଇଡେନ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ଏବେ ପର୍ଯ୍ୟନ୍ତ କୋରୋନା ବିରୋଧରେ ଲଢିବା ପାଇଁ ଟ୍ରମ୍ପଙ୍କ ପାଖରେ କୌଣସି ଯୋଜନା ନାହିଁ । କୋରୋନା ପ୍ରତି ଟ୍ରମ୍ପଙ୍କ ଆଭିମୁଖ୍ୟ ଅତ୍ୟନ୍ତ ଦୁଃଖ ଦାୟକ ବୋଲି କହିଛନ୍ତି ବାଇଡେନ । ଏହାସହ ସେ ଆହୁରୀ ମଧ୍ୟ କହିଛନ୍ତି ଯେ ଏକ ନାମୀଦାମୀ ପତ୍ରିକା ମଧ୍ୟ କୋରୋନା ସଙ୍କଟ ସମୟରେ ଟ୍ରମ୍ପଙ୍କ ଆଭିମୁଖ୍ୟକୁ ଅତି ଦୁଃଖର ବିଷୟ ବୋଲି କହିଛି । ଆମେରିକାରେ କୋରୋନାରେ 220,000 ଲୋକଙ୍କ ମୃତ୍ୟୁ ହେବା ପରେ ଟ୍ରମ୍ପ ରାଷ୍ଟ୍ରପତି ହେବା ପାଇଁ ଆଯୋଗ୍ୟ ବୋଲି କହିଛନ୍ତି ବାଇଡେନ ।

ଏନବିସିର କ୍ରିଷ୍ଟେନ ୱେଲକରଙ୍କ ଦ୍ବାରା ପରିଚାଳିତ ଟେନେସିର ନାଶଭିଲର ବେଲମୋଣ୍ଟ ୟୁନିଭରସିଟିରେ ଅନ୍ତିମ ବିତର୍କ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ବାଇଡେନଙ୍କ ମଧ୍ୟରେ ଏହି ବିତର୍କ 15 ଅକ୍ଟୋବରରେ ହେବାର ଥିଲା । କିନ୍ତୁ ଅକ୍ଟୋବର ପ୍ରାରମ୍ଭରେ ଟ୍ରମ୍ପ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଏହାକୁ ବାତିଲ କରାଯାଇଥିଲା ।

ପ୍ରଥମ ବିତର୍କରେ ପ୍ରବଳ କଥା କଟାକଟି ହୋଇଥିଲା, ବିଶେଷତଃ ଟ୍ରମ୍ପ୍ ପ୍ରତିଦ୍ବନ୍ଦ୍ବୀଙ୍କ କଥାରେ ବାଧା ସୃଷ୍ଟି କରିଥିଲେ । ସ୍ଥିତି ଏମିତି ହୋଇଥିଲା ଯେ ଉଭୟ ପରସ୍ପରର କଥା କାଟି ନିଜ କଥା କହିବାରେ ଲାଗିଥିଲେ ଏବଂ ଶେଷରେ ବାଇେଡନ୍ ରାଷ୍ଟ୍ରପତିଙ୍କୁ ‘ଚୁପ୍ ରହନ୍ତୁ’ ବୋ ଲିକହିଥିଲେ । ରାଷ୍ଟ୍ରପତି ଟ୍ରମ୍ପ୍ କୋରୋନାଭାଇରସ୍ ସଂକ୍ରମିତ ବୋଲି ଜଣାପଡ଼ିବା ପରେ ଏବଂ ଭର୍ଚୁଆଲ ବିତର୍କରେ ଭାଗ ନେବାକୁ ମନା କରିଦବା ପେର, ଯୋଜନା ମୁତାବକ ସ୍ଥିରୀକୃତ ଦ୍ବିତୀୟ ବିତର୍କ ଆୟୋଜିତ ହୋଇନଥିଲା । ଏହା ବଦଳେର ଉଭୟ ବାଇେଡନ୍ ଓ ଟ୍ରମ୍ପ, ଟାଉନ୍ ହଲରେ ଏବଂ ପ୍ରତିଯୋଗିତାରେ ବ୍ୟସ୍ତ ବିଭିନ୍ନ ଟେଲିଭିଜନ ନେଟୱାର୍କ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.