ETV Bharat / international

କୋରୋନା ଆତଙ୍କରେ ବି ଘୁଞ୍ଚିବନି ଆମେରିକା ରାଷ୍ଟ୍ରପତି ନିର୍ବାଚନ

author img

By

Published : Apr 28, 2020, 1:40 PM IST

କୋରୋନା ପ୍ରତିକାର ବ୍ୟତୀତ ଯଦି 2020 ରେ ବିଶ୍ବ ଆଉ କେଉଁଥି ପାଇଁ ଅପେକ୍ଷା କରିଛି, ତେବେ ତାହା ହେଉଛି ଆମେପରିକାର ରାଷ୍ଟ୍ରପତି ନିର୍ବାଚନ ।

Trump
ଆମେରିକାର ରାଷ୍ଟ୍ରପତି ନିର୍ବାଚନ

ୱାସିଂଟନ: କୋରୋନା ପ୍ରତିକାର ବ୍ୟତୀତ ଯଦି 2020 ରେ ବିଶ୍ବ ଆଉ କେଉଁଥି ପାଇଁ ଅପେକ୍ଷା କରିଛି, ତେବେ ତାହା ହେଉଛି ଆମେପରିକାର ରାଷ୍ଟ୍ରପତି ନିର୍ବାଚନ । ଆମେରିକାରେ କୋରୋନା ଜନିତ ବିପର୍ଯ୍ୟୟ ଏତେ ଅଧିକ ଯେ ଏଥର ରାଷ୍ଟ୍ରପତି ନିର୍ବାଚନ ଆଗକୁ ହେବ କି ନାହିଁ ସେ ନେଇ ଆମେରିକାବାସୀ ଚିନ୍ତାରେ । କିନ୍ତୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ନିର୍ବାଚନ ଯେଉଁ ଦିନ ସ୍ଥିର ହୋଇଛି ସେହି ଦିନ ହିଁ ଅନୁଷ୍ଠିତ ହେବ ଏବଂ ନିର୍ବାଚନ ଘୁଞ୍ଚାଇବା ନେଇ କୌଣସି ଧାରଣା ନାହିଁ ।

ହ୍ବାଇଟ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଟ୍ରମ୍ପ । ସେ କହିଛନ୍ତି, ନିର୍ବାଚନ ତାରିଖ ଘୁଞ୍ଚାଇବା ନେଇ ମୁଁ ଏଯାଏଁ ସ୍ଥିର କରିନି । ନଭେମ୍ବର 3ରେ ହିଁ ନିର୍ବାଚନ ହେବ । ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ମୁଁ କାହିଁକି ନିର୍ବାଚନ ଘୁଞ୍ଚାଇବା , ନଭେମ୍ବର 3 ଏକ ଭଲ ତାରିଖ । କୋରୋନା ପାଇଁ ଆମେରିକାର ସ୍ଥିତି ଲଗାତାର ଅଣାୟତ ହେବାରେ ଲାଗିଛି । ଏଠାରେ ପ୍ରାୟ 10 ଲକ୍ଷ ସଂକ୍ରମିତ ହୋଇଥିବା ବେଳେ 56 ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ଆଗକୁ ହେବାକୁ ଥିବା ନିର୍ବାଚନ ଏବେର କୋରୋନାକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ପଦକ୍ଷେପର ଫଳାଫଳ ହେବ ବୋଲି ବିଶେଷଜ୍ଞ ମାନେ କହିଛନ୍ତି । ଯଦି ଲୋକମାନେ ଟ୍ରମ୍ପଙ୍କ କାର୍ଯ୍ୟରେ ଖୁସି ହେବେ, ତେବେ ଟ୍ରମ୍ପ ବହୁ ସଂଖ୍ୟକ ଭୋଟ୍ ପାଇପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.