ETV Bharat / international

କିମ୍‌ ଜଙ୍ଗ ଉନ୍‌ ବିଷୟରେ ଅବଗତ ଅଛନ୍ତି ଟ୍ରମ୍ପ, କହିବାକୁ ଅରାଜି - କିମ୍‌ ଜଙ୍ଗ ଉନ୍‌ ବିଷୟରେ ଅବଗତ ଅଛନ୍ତି ଟ୍ରମ୍ପ

ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜୋଙ୍ଗ ଉନଙ୍କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ କିମ କିପରି ଅଛନ୍ତି ତାହା ସେ ଜାଣିଛନ୍ତି, କିନ୍ତୁ ସବିଶେଷ ତଥ୍ୟ ଦେବାକୁ ମନା କରି ଦେଇଛନ୍ତି । ଏ ବିଷୟରେ କଥାବାର୍ତ୍ତା ହୋଇପାରିବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି ।

Trump
Trump
author img

By

Published : Apr 28, 2020, 9:55 PM IST

ୱାଶିଂଟନ: ଉତ୍ତର କୋରିଆର ଏକଛତ୍ର ଶାସକ କିମ ଜଙ୍ଗ ଉନଙ୍କୁ ନେଇ ଗତ କିଛି ଦିନ ହେଲା ସାରା ବିଶ୍ବରେ ଚର୍ଚ୍ଚା ଜାରି ରହିଛି । ଅନ୍ତର୍ଜାତୀୟ ମିଡିଆରେ ସସପେନ୍ସ ପାଲଟିଛି କିମଙ୍କ ଖବର । ଏହା ଭିତରେ ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜୋଙ୍ଗ ଉନଙ୍କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ କିମ କିପରି ଅଛନ୍ତି ତାହା ସେ ଜାଣିଛନ୍ତି, କିନ୍ତୁ ସବିଶେଷ ତଥ୍ୟ ଦେବାକୁ ମନା କରି ଦେଇଛନ୍ତି । ଏ ବିଷୟରେ କଥାବାର୍ତ୍ତା ହୋଇପାରିବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି ।

ଟ୍ରମ୍ପ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ହ୍ବାଇଟ ହାଉସରେ କହିଛନ୍ତି ଯେ, ମୁଁ ଭଲ ଭାବେ ଜାଣିଛି, କିନ୍ତୁ ବର୍ତ୍ତମାନ ସମୟରେ ମୁଁ ଏହା ବିଷୟରେ କହିପାରିବି ନାହିଁ । ମୁଁ ତାଙ୍କ ଆରୋଗ୍ୟ କାମନା କରୁଛି । କିମଙ୍କ ସହ ମୋର ବହୁତ ଭଲ ସମ୍ପର୍କ ଅଛି ବୋଲି ସେ କହିଛନ୍ତି ।

ସେ ଆହୁରି କହିଥିଲେ, 'ମୁଁ ଆଶା କରୁଛି ସେ ଭଲରେ ଅଛନ୍ତି । ମୁଁ ଜାଣେ ସେ କିପରି ଅଛନ୍ତି । ଆପଣ ବୋଧହୁଏ ଖୁବ ଶୀଘ୍ର ଏ ସମ୍ପର୍କରେ ଜାଣିବେ । କିନ୍ତୁ ପରେ ଟ୍ରମ୍ପ କହିଛନ୍ତି ଯେ ସେ କେଉଁଠାରେ ଅଛନ୍ତି ତାହା କେହି ଜାଣନ୍ତି ନାହିଁ।

ଏପ୍ରିଲ୍ 21ରେ, ଆମେରିକାର ରାଷ୍ଟ୍ରପତି କିମଙ୍କ ଅବସ୍ଥା ଗୁରୁତର ଥିବା ଖବର ସତ କି ନାହିଁ ସେ ନେଇ ଆମେରିକା ପାଖରେ ସୂଚନା ନାହିଁ ।

ସୂଚନାଯୋଗ୍ୟ ଯେ, ଏପ୍ରିଲ୍ 15 ରେ ତାଙ୍କ ସ୍ବର୍ଗତ ଜେଜେ ତଥା ଉତ୍ତରକୋରିଆ ପ୍ରତିଷ୍ଠାତା କିମ୍ ଇଲ୍-ସୁଙ୍ଗଙ୍କ ଜନ୍ମବାର୍ଷିକୀ ପାଳନ ପରଠାରୁ କିମ୍ ଅଦୃଶ୍ୟ ରହିଛନ୍ତି । ଯାହାକୁ ନେଇ ଏବେ ନାନା କଳ୍ପନାଜଳ୍ପନା ଜାରି ରହିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.