ETV Bharat / international

ଚୀନ ସହ ନୂଆ ବାଣିଜ୍ୟିକ ଚୁକ୍ତିକୁ ଖାରଜ କଲେ ଟ୍ରମ୍ପ - ଡୋନାଲ୍ଡ ଟ୍ରମ୍ପ[

କୋରୋନା ସଂକ୍ରମଣର ସର୍ବାଧିକ ପ୍ରଭାବ ଆମେରିକା ଉପରେ ଦେଖିବାକୁ ମିଳିଥିବାରୁ ଏଥିପାଇଁ ଚୀନକୁ ଦାୟୀ କରିଛନ୍ତି ଟ୍ରମ୍ପ । କେବଳ ସେତିକି ନୁହେଁ ଚୀନ ସହ ନୂଆ ବାଣିଜ୍ୟିକ ଚୁକ୍ତି ମଧ୍ୟ ଖାରଜ କରିଛନ୍ତି ଟ୍ରମ୍ପ ।

china-america trade deal, china-america relation, donald trump, trump slams china, ଚୀନ ସହ ଆମେରିକାର ବାଣିଜ୍ୟିକ ସମ୍ପର୍କ, ଚୀନ-ଆମେରିକା ସମ୍ପର୍କ, ଡୋନାଲ୍ଡ ଟ୍ରମ୍ପ, ଚୀନକୁ ଟ୍ରମ୍ପଙ୍କ ଟାର୍ଗେଟ
ଚୀନ ସହ ନୂଆ ବାଣିଜ୍ୟିକ ଚୁକ୍ତିକୁ ଖାରଜ କଲେ ଟ୍ରମ୍ପ
author img

By

Published : Jul 12, 2020, 12:40 AM IST

ୱାଶିଂଟନ: ସାରା ବିଶ୍ବରେ ଉତ୍କଟ ରୂପ ଧାରଣ କରିଥିବା କୋରୋନା ସଂକ୍ରମଣ ପାଇଁ ପୁଣି ଚୀନ ଉପରକୁ ଆଙ୍ଗୁଳି ଉଠାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମୁଖ୍ୟତଃ ଏହି ସଂକ୍ରମଣର ସର୍ବାଧିକ ପ୍ରଭାବ ଆମେରିକା ଉପରେ ଦେଖିବାକୁ ମିଳିଥିବାରୁ ଏଥିପାଇଁ ଚୀନକୁ ଦାୟୀ କରିଛନ୍ତି ଟ୍ରମ୍ପ । କେବଳ ସେତିକି ନୁହେଁ ଚୀନ ସହ ନୂଆ ବାଣିଜ୍ୟିକ ଚୁକ୍ତି ମଧ୍ୟ ଖାରଜ କରିଛନ୍ତି ଟ୍ରମ୍ପ ।

ଶୁକ୍ରବାର ବାୟୁସେନାକୁ ସମ୍ବୋଧନ କରିବା ସମୟରେ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଥିଲେ ଟ୍ରମ୍ପ । ସେ କହିଥିଲେ କି କୋରୋନା ସଂକ୍ରମଣର ଭୟାବହତା ପାଇଁ ଆମେରିକା ଓ ଚୀନ ମଧ୍ୟରେ ସମ୍ପର୍କ ଗଭୀର ଭାବେ ପ୍ରଭାବିତ ହୋଇଛି । ସେପଟେ ବର୍ତ୍ତମାନ ସମୟରେ ଦେଶର ସ୍ଥିତିକୁ ନଜରରେ ରଖି ଚୀନ ସହ ଦ୍ବିତୀୟ ବାଣିଜ୍ୟିକ ଚୁକ୍ତି ସ୍ବାକ୍ଷର କରିବା ଅପେକ୍ଷା ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ରହିଛି ବୋଲି ଟ୍ରମ୍ପ ସଫେଇ ଦେଇଥିଲେ ।

କେବଳ ସେତିକି ନୁହେଁ ଚୀନ ପ୍ରତି ଥିବା ନିଜ କ୍ରୋଧ ଭାବକୁ ମଧ୍ୟ ପୁଣି ଗଣମାଧ୍ୟମ ଆଗରେ ଓଗାଳିଛନ୍ତି ଟ୍ରମ୍ପ । ସେ କହିଛନ୍ତି କି ଚୀନ ଚାହିଁଥିଲେ ସଂକ୍ରମଣକୁ ପ୍ରାଥମିକସ୍ତରରେ ରୋକି ପାରିଥାଆନ୍ତା । ଚୀନ ଚାହିଁଥିଲେ ସଂକ୍ରମଣକପ ସାରା ବିଶ୍ବରେ ବ୍ୟାପିବାରୁ ମଧ୍ୟ ରୋକି ପାରିଥାଆନ୍ତା । ହେଲେ ସେ ଏହା କଲା ନାହିଁ । ଯାହା ଅତି ଦୁଃଖର ବିଷୟ । ତେଣେ ଏସବୁ ପଛରେ ଉହାନର ଲ୍ୟାବରୁ ସଂକ୍ରମଣର ସୃଷ୍ଟି ଗତବର୍ଷ ଡିସେମ୍ବର ମାସରୁ ହୋଇଥିବା ନେଇ ମଧ୍ୟ ଟ୍ରମ୍ପ ଆରୋପ ଲଗାଇଥିଲେ ।

ସୂଚନା ମୁତାବକ ଗତ ଜାନୁଆରୀ ମାସରେ ଚୀନ ସହ ଆମେରିକା ପ୍ରଥମ ପର୍ଯ୍ୟାୟ ବାଣିଜ୍ୟିକ ଚୁକ୍ତି ସ୍ବାକ୍ଷରିତ କରିଥିଲା । ଯାହା ଆମେରିକାରୁ କୃଷି ଭିତ୍ତିକ ସାମଗ୍ରୀ ଓ ଶକ୍ତି ସାମଗ୍ରୀ ସମେତ ଆହୁରି ଅନେକ ସାମଗ୍ରୀର ରପ୍ତାନୀ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଥିଲା । ତେବେ ଦ୍ବିତୀୟ ପର୍ଯ୍ୟାୟ ବାଣିଜ୍ୟିକ ସମ୍ପର୍କ ପାଇଁ ଟ୍ରମ୍ପ ମନା କରି ଦେଇଥିବା ବେଳେ ଏହା ପ୍ରଥମ ଥର ନୁହେଁ ଯେବେ ସର୍ବସମ୍ମୁଖରେ ଟ୍ରମ୍ପ ଚୀନକୁ ଆକ୍ଷେପ କରିଥିଲେ । କିଛି ଦିନ ତଳେ ଟ୍ରମ୍ପ କୋରୋନା ସଂକ୍ରମଣ ପାଇଁ ଚୀନକୁ ଦାୟୀ କହିବା ସହ କୋଭିଡ-19କୁ ‘କୁଙ୍ଗ ଫ୍ଲୁ’ ଓ ‘ଚାଇନିଜ ଭାଇରସ’ ବୋଲି ସମ୍ବୋଧନ କରିଥିଲେ । ସେପଟେ କେବଳ ଟ୍ରମ୍ପ ନୁହେଁ ରାଜ୍ୟ ସଚିବ ମଇକ ପୋମ୍ପେଓ ମଧ୍ୟ କୋଭିଡ-19କୁ ‘ଉହାନ ଭାଇରସ’ ଭାବେ ସମ୍ବୋଧନ କରିଥିବା ଦେଖାଯାଇଥିଲା ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.