ETV Bharat / international

ପୋର୍ଟଲାଣ୍ଡରୁ ଫେଡେରାଲ ଫୋର୍ସ ପ୍ରତ୍ୟାହାର କରିବ ଟ୍ରମ୍ପ ପ୍ରଶାସନ

ପୋର୍ଟଲାଣ୍ଡ ସମେତ ଓରିଗୋନରୁ ଫେଡେରାଲ ଫୋର୍ସ ପ୍ରତ୍ୟାହାର କରିଛି ଟ୍ରମ୍ପ ପ୍ରଶାସନ । ବିଗତ କିଛି ସପ୍ତାହ ଧରି ଆନ୍ଦୋଳନକାରୀଙ୍କ ସହିତ ସଂଘର୍ଷମୟ ସ୍ଥିତି ଲାଗି ରହିଥିବା ଯୋଗୁଁ ଏପରି ନିଷ୍ପତ୍ତି ନେଇଛି ଟ୍ରମ୍ପ ପ୍ରଶାସନ ।

federal force in portland, trump administration to revoke federal force, federal force revoked from portland, trump administration, ପୋର୍ଟଲାଣ୍ଡରେ ଫେଡେରାଲ ଫୋର୍ସ, ଟ୍ରମ୍ପ ପ୍ରଶାସନର ଫେଡେରାଲ ଫୋର୍ସ ମୁତୟନ, ପୋର୍ଟଲାଣ୍ଡରୁ ଫେଡେରାଲ ଫୋର୍ସ ପ୍ରତ୍ୟାହାର, ଟ୍ରମ୍ପ ପ୍ରଶାସନ
ପୋର୍ଟଲାଣ୍ଡରୁ ଫେଡେରାଲ ଫୋର୍ସ ପ୍ରତ୍ୟାହାର କରିବ ଟ୍ରମ୍ପ ପ୍ରଶାସନ
author img

By

Published : Jul 31, 2020, 6:46 AM IST

ୱାଶିଂଟନ: ପୋର୍ଟଲାଣ୍ଡ ସମେତ ଓରିଗୋନରୁ ଫେଡେରାଲ ଫୋର୍ସ ପ୍ରତ୍ୟାହାର କରିଛି ଟ୍ରମ୍ପ ପ୍ରଶାସନ । ବିଗତ କିଛି ସପ୍ତାହ ଧରି ଆନ୍ଦୋଳନକାରୀଙ୍କ ସହିତ ସଂଘର୍ଷମୟ ସ୍ଥିତି ଲାଗି ରହିଥିବା ଯୋଗୁଁ ଏପରି ନିଷ୍ପତ୍ତି ନେଇଛି ଟ୍ରମ୍ପ ପ୍ରଶାସନ । ଘରୋଇ ସୁରକ୍ଷା ସଚିବ ଚାଡ ୱୁଲଫ ଏନେଇ ବୁଧବାର କହିଥିଲେ କି ଏହି ନିଷ୍ପତ୍ତି କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ କେବଳ ଲାଗୁ କରାଯାଇଛି । ଯେପରିକି ସମ୍ପୃକ୍ତ ସ୍ଥାନମାନଙ୍କରେ ରହିଥିବା ଫେଡେରାଲ ବିଲ୍ଡିଂ ସଂଘର୍ଷମୟ ସ୍ଥିତି ମୂଳ କାରଣ ରହିଥିବାରୁ ଏଠାରେ ଏହି ନିଷ୍ପତ୍ତିକୁ ସର୍ତ୍ତମୂଳକ ରଖାଯାଇଥିବା ସ୍ପଷ୍ଟ କରିଛନ୍ତି ।

ସୂଚନା ଅନୁଯାୟୀ ଏହି ଫୋର୍ସ ପ୍ରତ୍ୟାହାର କେବେ ହେବ ତାହା ସ୍ପଷ୍ଟ ହୋଇନାହିଁ । ଏନେଇ ୱୁଲଫ ଓ ଓରିଗୋନ ଡେମୋକ୍ରାଟ ରାଜ୍ୟପାଳ କେଟ ବ୍ରାଉନ ଏକ ମିଳିତ ଯୋଜନା ପାଇଁ ସହମତି ପ୍ରକାଶ କରିଥିଲେ । ଏହି ଯୋଜନା ଅନୁଯାୟୀ ପୋର୍ଟଲାଣ୍ଡରେ ଫେଡେରାଲ ଫୋର୍ସ ମୁତୟନ ନେଇ ଆରମ୍ଭ ହୋଇଥିବା ସଂଘର୍ଷମୟ ପରିସ୍ଥିତିକୁ କିପରି ମୁକାବିଲା କରାଯାଇପାରିବ ସେନେଇ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିରେ ମୁଖ୍ୟତଃ ଓରିଗୋନ ରାଜ୍ୟ ପୋଲିସକୁ ପୋର୍ଟଲାଣ୍ଡର ଡାଉନଟାଉନରେ ମୁତୟନ କରିବା ନେଇ ମଧ୍ୟ ଯୋଜନା ସାମିଲ ରହିଛି ।

ଏଥିସହ ଏସମସ୍ତ ଅଞ୍ଚଳରେ ରାଜ୍ୟ ତଥା ଆଞ୍ଚଳିକ ସୁରକ୍ଷାକର୍ମୀଙ୍କ ଅଧିକରୁ ଅଧିକ ମାତ୍ରାରେ ମୁତୟନ କରାଯାଇ ସରକାରୀ ସମ୍ପତ୍ତି, ରାସ୍ତାଘାଟ ଓ ମୁଖ୍ୟତଃ ଫେଡେରାତ ସମ୍ପତ୍ତି ଚାରିପାଖେ କଡା ପହରା ଦିଆଯିବା ନେଇ ବ୍ୟବସ୍ଥା ହେଉଛି । ଏନେଇ ବ୍ରାଉନ ଟ୍ବିଟରରେ ସୂଚନା ଦେଇ କହିଛନ୍ତି କି ୟୁଏସ ମାର୍ଶଲ ସର୍ଭିସ ଓ ଫେଡେରାଲ ପ୍ରୋଟେକ୍ଟିଭ ସର୍ଭିସର ଫେଡେରାଲ ଅଧିକାରୀମାନେ ପୋର୍ଟଲାଣ୍ଡ ଓ ଓରିଗୋନର କୋର୍ଟ ହାଉସରେ ଉପସ୍ଥିତ ରହିବେ ।

ପ୍ରକାଶ ଥାଉ କି ଗତ ଜୁଲାଇ 4 ତାରିଖରେ ପୋର୍ଟଲାଣ୍ଡରେ ଫେଡେରାଲ ଅଧିକାରୀଙ୍କୁ ମୁତୟନ କରିଥିଲା ଟ୍ରମ୍ପ ପ୍ରଶାସନ । ଏହା ପୂର୍ବରୁ ଜାତିଆଣ ବିରୋଧୀ ଆନ୍ଦୋଳନକାରୀମାନେ ସେଠାରେ ଥିବା କେତେକ ଫେଡେରାଲ ବିଲ୍ଡିଂରେ ଭଙ୍ଗାରୁଜା କରିଥିଲେ । ତେବେ ବିକ୍ଷୋଭକାରୀଙ୍କଠାରୁ ଫେଡେରାଲ ସମ୍ପତ୍ତିକୁ ରକ୍ଷା ଦେବା ପାଇଁ ଏହି ଫେଡେରାଲ ଅଧିକାରୀଙ୍କୁ ମୁତୟନ କରାଯାଇଥିଲା । ଯାହାକୁ ନେଇ ରାଜ୍ୟପାଳ ବ୍ରାଉନ ଓ ମେୟର ଟେଡ ହ୍ବିଲର ବିରୋଧ କରି ଏହା ଶାନ୍ତି କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ କରିଥିଲେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.