ନ୍ୟୁୟର୍କ: କିଛିଦିନ ବ୍ୟବଧାନରେ ଆମେରିକାକୁ ଫେରିଲା ଗୁଳିକାଣ୍ଡ ଘଟଣା । କାର୍ଲିଫର୍ଣ୍ଣିଆରେ ଚାଲିଥିବା ଫୁଡ ଫେଷ୍ଟିଭାଲରେ ଏକ ଅଜଣା ଆତତାୟୀ କରିଛି ଗୁଳିବର୍ଷଣ । ଗୁଳିକାଣ୍ଡରେ ଏପର୍ଯ୍ୟନ୍ତ 3 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।
ଗତକାଲି ରାତି 11ଟାରେ ଏହି ଗୁଳିକାଣ୍ଡ ହୋଇଥିବା ଜଣାପଡିଛି । ଫେଷ୍ଟିଭାଲରେ ଭାଗ ନେବାକୁ ଶହ ଶହ ଲୋକ ଏକାଠି ହୋଇଥିଲେ । ଏହି ସମୟରେ ହଠାତ ଜଣେ ଅଜଣା ବନ୍ଧୁକଧାରୀ ପହଞ୍ଚି ଭିଡ ଉପରକୁ ଅନ୍ଧାଧୁନ ଗୁଳି ଚଳାଇଥିଲା । ଏଥିରେ 3 ଜଣକର ମୃତ୍ୟୁ ହେବା ସହ 11 ଜଣ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରେ ଅନେକ ପିଲା ରହିଛନ୍ତି । ଗୁଳି ଶବ୍ଦରେ ଅନେକ ଧାଁ ଦୌଡ କରିବାରୁ ଆହତଙ୍କ ସଂଖ୍ୟା ବଢିଥିବାର ଅନୁମାନ କରାଯାଉଛି ।
ତେବେ ସର୍ବଶେଷ ସମ୍ବାଦ ଅନୁସାରେ ବନ୍ଧୁକଧାରୀ ପୋଲିସ ଗୁଳିରେ ନିହତ ହୋଇଥିବା ଜଣାପଡିଛି । ଦୀର୍ଘ ସମୟ ଧରି ଏନକାଉଣ୍ଟର ପରେ ପୋଲିସ ତାହାକୁ ମାରି ଦେଇଥିବା ସୂଚନା ରହିଛି । ଘଟଣା ପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏହାକୁ କୌଣସି ଆତଙ୍କବାଦୀ ଆକ୍ରମଣ ସହ ତୁଳନା କରିବାକୁ ସ୍ଥାନୀୟ ପ୍ରଶାସନ ମନା କରିଛି । ଘଟଣାର ତଦନ୍ତ କରାଯାଉଛି । ବନ୍ଧୁକଧାରୀର ପରିଚୟ ଖୋଜା ଚାଲିଛି । ଏହି ଘଟଣା ଲାଗି ଏପର୍ଯ୍ୟନ୍ତ କେହି ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିନାହାଁନ୍ତି ।