ETV Bharat / international

ମଙ୍ଗଳ ଗ୍ରହରେ ଅନୁସନ୍ଧାନ ଦୂଷିତ କରିବ ନାହିଁ ଏହାର ପରିବେଶ

author img

By

Published : May 13, 2020, 1:06 AM IST

ନିକଟରେ ନେଚର ଆଷ୍ଟ୍ରୋନୋମି ଜର୍ଣ୍ଣାଲରେ ଏନେକ ପ୍ରକାଶିତ ହୋଇଥିଲା ତଥ୍ୟାବଳୀ । ଏଥିରେ ଲେଖାଥିଲା କି ମଙ୍ଗଳ ଗ୍ରହରେ ଜଳ ବିନ୍ଦୁ କ୍ଷଣିକ ମଧ୍ୟରେ ବରଫ ପାଲଟିବ କିମ୍ବା ବାଷ୍ପରେ ପରିଣତ ହେବ । ଏହାର କାରଣ ହେଉଛି ମଙ୍ଗଳ ଗ୍ରହର କମ ତାପମାତ୍ରା ।

planet mars, new findings on mars, terrestrial life on mars, research on mars, space news, ମଙ୍ଗଳ ଗ୍ରହ, ମଙ୍ଗଳ ଗ୍ରହକୁ ନେଇ ନୂଆ ତଥ୍ୟ, ମଙ୍ଗଳ ଗ୍ରହରେ ଜୀବନ ସତ୍ତା, ମଙ୍ଗଳ ଗ୍ରହକୁ ନେଇ ଗବେଷଣା, ମହାକାଶ ଖବର
ମଙ୍ଗଳ ଗ୍ରହରେ ଅନୁସନ୍ଧାନ ଦୂଷିତ କରିବ ନାହିଁ ଏହାର ପରିବେଶ

ନ୍ୟୁୟର୍କ: ମଙ୍ଗଳ ଗ୍ରହକୁ ନେଇ ଅନୁସନ୍ଧାନ ଗବେଷଣା ମହାକାଶ ବୈଜ୍ଞାନିକମାନଙ୍କ ପାଇଁ ଏକ ପସନ୍ଦର ବିଷୟ । ମଙ୍ଗଳ ଗ୍ରହରେ ଜୀବନ ସତ୍ତା ଓ ଜଳୀୟ ପଦାର୍ଥର ଅବସ୍ଥିତି ନେଇ ପୂର୍ବରୁ ଅନେକ ଗବେଷଣା ସରିଛି । ଏଥିରେ ଜଣା ପଡିଥିଲା କି ମଙ୍ଗଳ ଗ୍ରହରେ ଜୀବନର ସତ୍ତା କେବଳ ଯେ କଷ୍ଟକର ତାହା ନୁହେଁ, ଏହା ଅସମ୍ଭବ ପ୍ରାୟ । ଏମିତିରେ ନିକଟରେ ପ୍ରକାଶିତ ତଥ୍ୟ ମୁତାବକ ମଙ୍ଗଳ ଗ୍ରହରେ ଅନୁସନ୍ଧାନ କରିବା ଦ୍ବାରା ଏହାର ପରିବେଶରେ କୌଣସି କ୍ଷତି ପହଞ୍ଚିବ ନାହିଁ । ହେଲେ ଏଥିପାଇଁ କିଛି ବିଶେଷ ବିଷୟ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ହେବ ।

ନିକଟରେ ନେଚର ଆଷ୍ଟ୍ରୋନୋମି ଜର୍ଣ୍ଣାଲରେ ଏନେକ ପ୍ରକାଶିତ ହୋଇଥିଲା ତଥ୍ୟାବଳୀ । ଏଥିରେ ଲେଖାଥିଲା କି ମଙ୍ଗଳ ଗ୍ରହରେ ଜଳ ବିନ୍ଦୁ କ୍ଷଣିକ ମଧ୍ୟରେ ବରଫ ପାଲଟିବ କିମ୍ବା ବାଷ୍ପରେ ପରିଣତ ହେବ । ଏହାର କାରଣ ହେଉଛି ମଙ୍ଗଳ ଗ୍ରହର କମ ତାପମାତ୍ରା । କିନ୍ତୁ ଯଦି ଜଳ ବିନ୍ଦୁରେ ଲୁଣ ଅଂଶ ରୁହେ ତେବେ ଏହା ବାଷ୍ପୀଭୂତ କିମ୍ବା ବରଫ ପାଲଟିବାରେ ସାଧା ଜଳ ଅପେକ୍ଷା ଅଧିକ ସମୟ ନେବ । ମଙ୍ଗଳ ଗ୍ରହରେ ଲୁଣର ସ୍ଥିତି ନେଇ ପୂର୍ବରୁ ବୈଜ୍ଞାନିକମାନେ ସନ୍ଧାନ କରିସାରିଛନ୍ତି ।

ତେବେ ଏହି ତଥ୍ୟ ପ୍ରକାଶ ପାଇବା ପରେ ବୈଜ୍ଞାନିକମାନେ ବର୍ତ୍ତମାନ ମଙ୍ଗଳପୃଷ୍ଠରେ ଏପରି ସ୍ଥାନର ସନ୍ଧାନ ଆରମ୍ଭ କରିଛନ୍ତି ଯେଉଁଠାରେ ସ୍ଥଳୀୟ ଜୀବ ପହଞ୍ଚି ଜଳୀୟ ପଦାର୍ଥର ତାପମାତ୍ରା ଓ ଏଠାରେ ପହଞ୍ଚିବାର କ୍ଷମତା ପରୀକ୍ଷା କରିପାରିବ । ଏଥିସହ ଏଠାରେ ଜୀବନସତ୍ତାର ସମ୍ଭାବନା ମଧ୍ୟ ପରୀକ୍ଷା କରିବା ପାଇଁ ବୈଜ୍ଞାନିକମାନେ ଯୋଜନା କରୁଛନ୍ତି । ଏନେଇ ମାର୍ସିଆନ ପାଣିପାଗକୁ ବୁଝିବା ପାଇଁ ଉଭୟ ପାଣିପାଗ ତଥ୍ୟ ଓ ସ୍ପେସକ୍ରାଫ୍ଟ ଉପଲବ୍ଧିକୁ ମିଶାଇ ଏକ ଆର୍ଟିଫିସିଆଲ ମଡେଲ ପ୍ରସ୍ତୁତ କରାଯାଇଛି ।

ଏହି ମଡେଲରୁ ସ୍ପଷ୍ଟ ହୋଇଛି ମଙ୍ଗଳ ଗ୍ରହରେ ଥିବା ଲବଣ ପରିବେଶ ପାଇଁ ଖାଲ ଢିପ ସ୍ଥାନରେ ଜୀବନ ସତ୍ତା ସମ୍ଭବ ନୁହେଁ । କାରଣ ଏହି ସ୍ଥାନ ଗୁଡିକରେ ତାପମାତ୍ରା ଅନ୍ୟ ସ୍ଥାନ ତୁଳନାରେ କମ ରହିବା ସହ ଏଠାରେ ଜଳ ଖୁବ ଶୀଘ୍ର ବରଫ ପାଲଟିଯାଏ । ଯାହା ମାନବସତ୍ତାର ସମ୍ଭାବନାକୁ ବିରୋଧ କରେ । ଏନେଇ ବୈଜ୍ଞାନିକମାନେ ମତ ଦେଇଛନ୍ତି କି ମଙ୍ଗଳ ଗ୍ରହର ପରିବେଶରେ ଲବଣରୁ ପ୍ରସ୍ତୁତ ବ୍ରାଇନ ବା ଲବଣ ପିଣ୍ଡ ଦ୍ବାରା ମଙ୍ଗଳ ପୃଷ୍ଠରେ 40 ପ୍ରତିଶତ ଜଳ ତରଳ ଅବସ୍ଥାରେ ରହିପାରିବ । କିନ୍ତୁ ଏହା ମଙ୍ଗଳଗ୍ରହର ମାର୍ସିଆନ ଇୟରର ମାତ୍ର 2 ପ୍ରତିଶତ ସମୟରେ ଦେଖିବାକୁ ମିଳେ ।

ତେଣୁ ଏହି ସନ୍ଧାନ ଆଗାମୀ ଦିନରେ ମଙ୍ଗଳ ଗ୍ରହକୁ ଅଧିକ ଭଲ ଭାବେ ବୁଝିବାରେ ନିଶ୍ଚୟ ସାହାଯ୍ୟ କରିବା ସହ ମଣିଷ ଏହାର ପୃଷ୍ଠରେ କିପରି ସୁରକ୍ଷିତ ଭାବେ ପହଞ୍ଚିପାରିବ ସେ ଦିଗରେ ଗବେଷଣାକୁ ମଧ୍ୟ ସାହାଯ୍ୟ କରିବ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.