ETV Bharat / international

ଆଫଗାନିସ୍ତାନରେ ରହିବ ଆମେରିକା ସେନା, ସମର୍ଥନ ଜଣାଇଲା ତାଲିବାନ

author img

By

Published : Aug 26, 2021, 1:27 PM IST

ଆଫଗାନିସ୍ତାନରେ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଆମେରିକା ସେନା ରହିବାର ସମୟସୀମା ଧାର୍ଯ୍ୟ କରାଯାଇଥିଲା । ମାତ୍ର ଏହି ସମୟସୀମା ପରେ ମଧ୍ୟ ଆଫଗାନିସ୍ତାନରେ ଆମେରିକା ସେନା ରହିବାକୁ ନେଇ ସମର୍ଥନ ଜଣାଇଛି ତାଲିବାନ । ଅଧିକ ପଢନ୍ତୁ...

ଅଗଷ୍ଟ ୩୧ ପରେ ଆଫଗାନିସ୍ତାନରେ ରହିବ US ସେନା, ସମର୍ଥନ ଜଣାଇଲା ତାଲିବାନ

ୱାଶିଂଟନ: ଅଗଷ୍ଟ ୩୧ ତାରିଖରେ ସମୟସୀମା ଅବଧି ଶେଷ ହେଉଥିଲେ ମଧ୍ୟ ଆଫଗାନିସ୍ତାନରେ ଆମେରିକାର ସେନା । ତାଲିବାନୀମାନେ ଆମେରିକା ସେନାଙ୍କୁ ଏହି ନିର୍ଦ୍ଦିଷ୍ଟ ସମୟ ପରେ ରହିବାକୁ ଅନୁମତି ଦେଇଛନ୍ତି । ଏ ସମ୍ପର୍କରେ ଗତ ବୁଧବାର ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ସୂଚନା ଦେଇଛନ୍ତି । ପୂର୍ବରୁ ଆଫଗାନିସ୍ତାନରୁ ଆମେରିକା ସେନାକୁ ଫେରାଇ ନେବା ପାଇଁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରିଥିଲେ ବାଇଡ଼େନ ସରକାର ।

ପୂର୍ବରୁ ଏହି ସମୟସୀମା ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ସମୟ ଅବଧି ମଧ୍ୟରେ ସମସ୍ତ ଆମେରିକା ନାଗରିକଙ୍କୁ ସ୍ବଦେଶ ଫେରାଇ ଆଣିବାରେ ସକ୍ଷମ ହୋଇନଥିଲା ଆମେରିକା । ଏଥିଲାଗି ପୁଣି ଏକ ଘୋଷଣା କରିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡ଼େନ । ତେବେ ଆଫଗାନିସ୍ତାନରୁ ସମସ୍ତ ନାଗରିକଙ୍କୁ ସ୍ଥାନାନ୍ତରଣ ନ କରାଯିବା ପର୍ଯ୍ୟନ୍ତ ଆଫଗାନିସ୍ତାନରେ ରହିବେ ଆମେରିକାର ସେନା । ତେବେ ବାଇଡ଼େନ ସରକାରଙ୍କ ଏହି ନିଷ୍ପତ୍ତିକୁ ତାଲିବାନ ସମର୍ଥନ ଜଣାଇଛି । ଆମେରିକା ନାଗରିକଙ୍କୁ ସୁରକ୍ଷିତ ପହଞ୍ଚାଇବାରେ ତାଲିବାନ ସହଯୋଗ କରିବ ବୋଲି କହିଛି ।

ସେଠାରେ ନାଗରିକଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଆମେରିକାର ସେନାଙ୍କୁ ମୁତୟନ କରାଯାଇଛି । ଆଫଗାନିସ୍ତାନରେ ମୋଟ ୬୦୦୦ ନାଗରିକ ରହୁଥିବା ବେଳେ ୪୫୦୦ ଜଣ ସ୍ବଦେଶ ଫେରିଛନ୍ତି । ବର୍ତ୍ତମାନ ବାକି ୧୫୦୦ ନାଗରିକଙ୍କୁ ସ୍ବଦେଶ ଫେରାଇ ଆଣିବା ପ୍ରକ୍ରିୟା ଜାରି ରଖିଛି ଆମେରିକା । ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ସାବଧାନ ସହକାରେ କରାଯାଉଛି ବୋଲି କହିଛନ୍ତି ବ୍ଲିଙ୍କେନ । ଆଫଗାନିସ୍ତାନ ସମ୍ପୂର୍ଣ୍ଣ ଭାବରେ ତାଲିବାନଙ୍କ ଅଧୀନରେ ରହିଛି, ଏଠାରେ ISIS ଆକ୍ରମଣ ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.