ETV Bharat / international

ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପରେ ଗୁଳି ଫୁଟାଇ ଖୁସି ମନାଇଲେ ତାଲିବାନୀ

author img

By

Published : Aug 31, 2021, 11:39 AM IST

ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନରୁ ଆମେରିକୀୟ ସେନା ପ୍ରତ୍ୟାହାର ହେବା ପରେ ଆକାଶ ମାର୍ଗକୁ ଗୁଳି ଚଳାଇ ଖୁସି ମନାଇଲେ ତାଲିବାନ ଆତଙ୍କବାଦୀ। ଅଧିକ ପଢନ୍ତୁ...

ଆମେରିକା ଆଫଗାନ ଛାଡିବା ପରେ ଗୁଳି ଫୁଟାଇ ଖୁସି ମନାଇଲେ ତାଲିବାନ

ଓ୍ବାସିଂଟନ: ଖୁସି ମନାଉଛି ତାଲିବାନ । ଦୀର୍ଘ ୨୦ ବର୍ଷ ପରେ ଆମେରିକୀୟ ସେନା ଆଫଗାନିସ୍ତାନ ମାଟି ଛାଡିବା ପରେ ଫାଙ୍କା ଗୁଳିଚାଳନା କରି ଖୁସି ମନାଇଛନ୍ତି ତାଲିବାନ ଆତଙ୍କବାଦୀ। ଗତକାଲି ମଧ୍ୟରାତ୍ରରୁ କାବୁଲରୁ ସି-୧୭ ବିମାନ ଉଡାଣ ଆରମ୍ଭ କରିବା ପରେ କାବୁଲର କିଛି ସ୍ଥାନରେ ତାଲିବାନୀ ଗୁଳି ଫୁଟାଇ ବିଜୟ ଉତ୍ସବ ମନାଇଥିଲେ ।

ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ହୋଇଥିବା ନେଇ ପେଣ୍ଟାଗନ ତରଫରୁ ଆମେରିକାର ସେଣ୍ଟ୍ରାଲ କମାଣ୍ଡର ମୁଖ୍ୟ ଜେନେରାଲ କେନେଥ ମେଙ୍କେଜି ସୂଚନା ଦେଇଥିଲେ । ସେ କହିଥିଲେ ଯେ ଗତକାଲି ଅପରାହ୍ନ ୩ଟା ୨୯ ମିନିଟରେ କାବୁଲ ଏୟାରପୋର୍ଟରୁ ସି-୧୭ ବମାନ ଉଡାଣ ଆରମ୍ଭ କରିବା ପରେ ଆଫଗାନିସ୍ତାନରୁ ଆମେରିକା ସେନା ଓ ଆମେରିକାବାସୀ ସମ୍ପୂର୍ଣ୍ଣ ସ୍ଥାନାନ୍ତର ହୋଇଛନ୍ତି ।

ଏନେଇ ତାଲିବାନର ମୁଖପାତ୍ର କହିଥିଲେ ଯେ ଆଫଗାନ ସମୟ ଅନୁସାରେ ଗତକାଲି ରାତି ୯ଟା ସମୟରେ ଆମେରିକା ସେନା କାବୁଲରୁ ସମ୍ପୂର୍ଣ୍ଣ ହଟିଯାଇଛନ୍ତି । ଆମେ ଏବେ ସ୍ବାଧୀନ । ତେବେ ଆମେରିକୀୟ ସୈନ୍ୟ ପ୍ରତ୍ୟାହାରକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ସୂଚନା ଦେଇ କହିଛନ୍ତି, ଆମେରିକୀୟ ସେନା ଆଫଗାନ ଛାଡିବା ପରେ ଦେଖାଦେଇଥିବା ଅସ୍ଥିରତା ଯୋଗୁ ବହୁ ଦେଶ ଯୁକ୍ତରାଷ୍ଟ୍ର ଆମେରିକାକୁ ସମାଲୋଚନା କରୁଛନ୍ତି। ହେଲେ ଆଉ ଆମେରିକୀୟଙ୍କ ଜୀବନହାନୀ ହେବାକୁ ଦିଆଯିବନି । ଆମେ ଆଫଗାନିସ୍ତାନ କାହିଁକି ଛାଡିଲୁ ସେନେଇ ଦେଶବାସୀଙ୍କୁ ଅବଗତ କରିବୁ ।

ପ୍ରକାଶ ଥାଉକି, ୨୦୦୧ରେ ଆମେରିକା ଆଫଗାନିସ୍ତାନ ମାଟିରେ ପାଦ ଦେଇଥିଲା । ସେପଟେ ଦେଖିବାକୁ ବାକି ରହିଲା ଆମେରିକା ସେନା ଆଫଗାନିସ୍ତାନ ଛାଡ଼ିବା ପରେ ତାଲିବାନ କି ଋଣନୀତି ଆପଣାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.