ETV Bharat / international

500 କର୍ମଚାରୀଙ୍କୁ ବିତାଡିତ କଲା ଡାଟା ଷ୍ଟୋରେଜ କମ୍ପାନୀ ସିଗେଟ ଟେକ୍ନୋଲୋଜି

author img

By

Published : Jun 6, 2020, 7:55 AM IST

ଆମେରିକୀୟ ଡାଟା ଷ୍ଟୋରେଜ କମ୍ପାନୀ ସିଗେଟ ଟେକ୍ନୋଲୋଜି କୋରୋନା ସମୟରେ କମ୍ପାନୀର 500 କର୍ମଚାରୀଙ୍କୁ ଛଟେଇ କରିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ସାରା ବିଶ୍ବରେ 12ଟି ଦେଶରେ କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମଧ୍ୟରେ ମାତ୍ର 1 ପ୍ରତିଶତକୁ ଚାକିରୀରୁ ବହିଷ୍କାର କରାଯାଇଛି ।

lay off in seagate, 500 employess laid off in seagate, seagate technology, latest technology news, ସିଗେଟରେ ଛଟେଇ, ସିଗେଟରେ 500 କର୍ମଚାରୀଙ୍କ ଛଟେଇ, ସିଗେଟ ଟେକ୍ନୋଲୋଜି, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌, ଲକଡାଉନରେ ଛଟେଇ
500 କର୍ମଚାରୀଙ୍କୁ ବିତାଡିତ କଲା ଡାଟା ଷ୍ଟୋରେଜ ଫର୍ମ ସିଗେଟ

ସାନ ଫ୍ରାନ୍ସିସ୍କୋ: ଆମେରିକୀୟ ଡାଟା ଷ୍ଟୋରେଜ କମ୍ପାନୀ ସିଗେଟ ଟେକ୍ନୋଲୋଜି କୋରୋନା ସମୟରେ କମ୍ପାନୀର 500 କର୍ମଚାରୀଙ୍କୁ ଛଟେଇ କରିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ସାରା ବିଶ୍ବରେ 12ଟି ଦେଶରେ କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମଧ୍ୟରେ ମାତ୍ର 1 ପ୍ରତିଶତକୁ ଚାକିରୀରୁ ବହିଷ୍କାର କରାଯାଇଛି । ଏନେଇ ସିଲିକନ ଭ୍ୟାଲେ ବିଜିନେସ ଜର୍ଣ୍ଣାଲରେ ରିପୋର୍ଟ ପ୍ରକାଶ ପାଇଥିବା ବେଳେ କେଉଁ ସ୍ଥାନରୁ କର୍ମଚାରୀଙ୍କୁ ଛଟେଇ କରାଯାଇଛି ତାହା ସ୍ପଷ୍ଟ ହୋଇପାରିନାହିଁ ।

ତେବେ ଏହା ପଛରେ କାରଣ ଦର୍ଶାଯାଇ କୁହାଯାଇଛି କି, କମ୍ପାନୀ ନିଜ କାର୍ଯ୍ୟ ଦକ୍ଷତା ଓ ବର୍ତ୍ତମାନ ସମୟରେ ଲୋକଙ୍କ ଆବଶ୍ୟକତାକୁ ଦେଖି ସମସ୍ତ କାର୍ଯ୍ୟରେ କୁଶଳୀ କର୍ମଚାରୀଙ୍କୁ ଅଧିକ ସୁଯୋଗ ଦେବା ପାଇଁ ଇଚ୍ଛା ପ୍ରକାଶ କରିଛି । ବର୍ତ୍ତମାନ ସମୟରେ ମାସ କାପାସିଟି ଷ୍ଟୋରେଜ ଓ ଏଣ୍ଡ ପଏଣ୍ଟରୁ ଏଜ୍‌ ଟୁ କୋର ପର୍ଯ୍ୟନ୍ତ ଡାଟା ମ୍ୟାନେଜମେଣ୍ଟର ଆବଶ୍ୟକତା ରହିଥିବାରୁ ଏହାକୁ ନଜରରେ ରଖି ଏପରି ପଦକ୍ଷେପ ନିଆଯାଇଛି ।

ଆଗାମୀ ଭବିଷ୍ୟତରେ କମ୍ପାନୀର ବିକାଶକୁ ସୁଦୃଢ କରିବା ସହ କମ୍ପାନୀକୁ ଏକ ନୂଆ ସ୍ଥାନରେ ପହଞ୍ଚାଇବା ଲକ୍ଷ୍ୟ ନେଇ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ବଢାଇବା ଦିଗରେ ଗୁରୁତ୍ବ ଦିଆଯାଉଛି । ସେହିପରି ଅନ୍ୟ ଏକ ଷ୍ଟୋରେଜ କମ୍ପାନୀ ହିତାଚୀ ଭାନତାରା ମଧ୍ୟ ନିଜ 151 ଜଣ କର୍ମଚାରୀଙ୍କୁ ଛଟେଇ କରିଥିବା ଜଣା ପଡିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.