ETV Bharat / international

ଆମେରିକାରେ ଖୋଲିଲା ରେସ୍ତୋରାଁ ଏବଂ ଦୋକାନ - ଆମେରିକାରେ ଖୋଲିଲା ରେସ୍ତୋରାଁ ଏବଂ ଦୋକାନ

ଆମେରିକାରେ ଖୋଲିଲା ରେସ୍ତୋରାଁ ଏବଂ ଦୋକାନ । କିନ୍ତୁ ଲୋକେ ମାନିବେ ସାମାଜିକ ଦୂରତା । ଅଧିକ ପଢନ୍ତୁ...

ଆମେରିକାରେ ଖୋଲିଲା ରେସ୍ତୋରାଁ ଏବଂ ଦୋକାନ
ପ୍ରତିକାତ୍ମକ ଫଟୋ
author img

By

Published : May 3, 2020, 7:03 AM IST

ୱାଶିଂଟନ: ସାରା ବିଶ୍ବକୁ ଆତଙ୍କିତ କରିଥିବା ମହାମାରୀ କୋରୋନା ଆମେରିକୁ ମଧ୍ୟ ଅଧିକ ପ୍ରଭାବିତ କରିଥିଲା । ତେବେ ବର୍ତ୍ତମାନ ଆମେରିକାରେ କିଛି ଦୋକାନ ଏବଂ ରେସ୍ତୋରାଁ ଖୋଲାଯାଇଛି । ଲକ ଡାଉନ କଟକଣା କୋହଳ ହୋଇଥିବା ସ୍ଥାନରେ ରେସ୍ତୋରାଁ ଏବଂ ଦୋକାନ ଖୋଲିବା ନେଇ ମିଳିଛି ଅନୁମତି ।

ଲୋଇସିଆନା ଓ ମାଇନେ ଭଳି ରାଜ୍ୟରେ କିଛି ମାତ୍ରାରେ କୋହଳ କରାଯାଇଛି ଲକ ଡାଉନ ନିୟମ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଯଦି ଆପଣ ରେସ୍ତୋରାଁରେ ଖାଉଛନ୍ତି ଅନ୍ୟ ଜଣଙ୍କ ଠାରୁ ଦୂରତା ରକ୍ଷା କରିବେ ।

ରେସ୍ତୋରାଁରେ ଥିବା ପ୍ରତି ଟେବଲ ମଧ୍ୟରେ 10 ମିଟର ବ୍ୟବଧାନ ରଖାଯିବାର ବ୍ୟବସ୍ଥା କରାଯାଇଛି । ଏହାବେଳେ ଅଧିକ ଲୋକେ ରେସ୍ତୋରାଁରେ ଖାଇପାରିବେ ନାହିଁ । କିଛି ରାଜ୍ୟରେ ଚର୍ଚ୍ଚ ମଧ୍ୟ ଖୋଲାଯାଇଛି । କିନ୍ତୁ ଏଠାରେ ମଧ୍ୟ ସାମାଜିକ ଦୂରତା ବଜାୟ ରଖିବା ନେଇ ନିର୍ଦ୍ଦେଶ ଦିଆଯାଇଛି ।

ବର୍ତ୍ତମାନସୁଦ୍ଧା ବିଶ୍ବସ୍ତରରେ କୋରୋନା ପ୍ରାୟ 230,000 ଲୋକଙ୍କ ପ୍ରାଣ ନେଇଥିବା ବେଳେ ଆମେରିକାରେ 64 ହଜାର ମୁଣ୍ଡ ନେଇଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.