ETV Bharat / international

ତାରିଖ ନୁହେଁ ଡାଟା ଓ ବିଜ୍ଞାନ ଆଧାରରେ କୋହଳ ହେଉ କଟକଣା

ରାଜ୍ୟରେ କୋରୋନା ସ୍ଥିତି ଓ ଲକଡାଉନ ସମ୍ପର୍କରେ ଅଧିକ ସୂଚନା ଦେଇ କହିଛନ୍ତି କି ରାଜ୍ୟବାସୀଙ୍କ ସମର୍ଥନରେ ବେଶ ସଫଳତାର ସହ ଆଗେଇ ଚାଲିଛି ଲକଡାଉନ ନିୟମ କୋହଳ ପ୍ରକ୍ରିୟା । ଆସନ୍ତା ମେ’ 31ରେ ରାଜ୍ୟରେ ଲାଗୁ ହୋଇଥିବା କଟକଣା ନିୟମ ଅବଧି ଶେଷ ହେବାକୁ ଥିବା ବେଳେ ଆଗାମୀ ପଦକ୍ଷେପ ଉପରେ ଆଲୋଚନା ଜାରି ରହିଛି ।

author img

By

Published : May 23, 2020, 6:52 PM IST

lockdown restriction in washington, reopening of washington, washington governor, corona in washington, ୱାଶିଂଟନରେ ଲକଡାଉନ କଟକଣା, ୱାଶିଂଟନରେ ନିୟମ କୋହଳ, ୱାଶିଂଟନ ରାଜ୍ୟପାଳ, ୱାଶିଂଟନରେ କୋରୋନା
ତାରିଖ ନୁହେଁ ଡାଟା ଓ ବିଜ୍ଞାନ ଆଧାରରେ କୋହଳ ହେଉ କଟକଣା

ୱାଶିଂଟନ: ପର୍ଯ୍ୟାୟକ୍ରମେ ୱାଶିଂଟନରେ କୋହଳ ହେବାରେ ଲାଗିଛି ଲକଡାଉନ କଟକଣା । ରାଜ୍ୟର ଯେଉଁ ସ୍ଥାନରେ କୋରୋନା ସଂକ୍ରମଣର ସ୍ଥିତିରେ ସୁଧାର ରହିଛି ସେହି ସ୍ଥାନରେ କୋହଳ ହୋଇଛି କଟକଣା । ଏପରି ଭାବେ ପର୍ଯ୍ୟାୟକ୍ରମେ ନିୟମ କୋହଳ ହେଉଥିବାରୁ ବର୍ତ୍ତମାନ ଦ୍ବିତୀୟ ସ୍ତରରେ ପହଞ୍ଚିଛି ୱାଶିଂଟନର ଲକଡାଉନ କୋହଳ ପର୍ଯ୍ୟାୟ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟପାଳ ଜୟ ଇନସଲି ।

ସେ ରାଜ୍ୟରେ କୋରୋନା ସ୍ଥିତି ଓ ଲକଡାଉନ ସମ୍ପର୍କରେ ଅଧିକ ସୂଚନା ଦେଇ କହିଛନ୍ତି କି ରାଜ୍ୟବାସୀଙ୍କ ସମର୍ଥନରେ ବେଶ ସଫଳତାର ସହ ଆଗେଇ ଚାଲିଛି ଲକଡାଉନ ନିୟମ କୋହଳ ପ୍ରକ୍ରିୟା । ଆସନ୍ତା ମେ’ 31ରେ ରାଜ୍ୟରେ ଲାଗୁ ହୋଇଥିବା କଟକଣା ନିୟମ ଅବଧି ଶେଷ ହେବାକୁ ଥିବା ବେଳେ ଆଗାମୀ ପଦକ୍ଷେପ ଉପରେ ଆଲୋଚନା ଜାରି ରହିଛି । ତେବେ ବର୍ତ୍ତମାନର ସ୍ଥିତି ଦେଖି ଆହୁରି 4ଟି ପ୍ରାନ୍ତ ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ନିୟମ କୋହଳକୁ ଅଗ୍ରସର ହେବା ନେଇ ରାଜ୍ୟପାଳ ସବୁଜ ସଙ୍କେତ ଦେଇଛନ୍ତି ।

ସେ ସବିଶେଷ ତଥ୍ୟ ଦେଇ କହିଛନ୍ତି କି ତାରିଖ ବା ଅବଧି ଆଧାରରେ ଲକଡାଉନ ନିୟମ କୋହଳ ନକରି ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ମୁତାବକ ନିଷ୍ପତ୍ତି ନିଆଯାଉଛି । ତେବେ ଏହି ନିଷ୍ପତ୍ତି ପାଇଁ 4ଟି ବର୍ଗରେ ଅନୁଧ୍ୟାନ କରାଯାଉଛି । ସେ ହେଉଛି ଯେ କୌଣସି ପ୍ରାନ୍ତରେ ସ୍ବାସ୍ଥ୍ୟ ସେବାର ସ୍ଥିତି, ଟେଷ୍ଟିଂ ସୁବିଧା ଓ କ୍ଷମତା, କେସ ଓ କଣ୍ଟାକ୍ଟ ଅନୁସନ୍ଧାନ ଓ ବିପଦରେ ଥିବା ଜନସଂଖ୍ୟାକୁ ସୁରକ୍ଷିତ ରଖିବା ।

ଇନସଲି ଏହା ମଧ୍ୟ କହିଛନ୍ତି କି ରାଜ୍ୟରେ ଏବେ ବି କିଛି ଏପରି ପ୍ରାନ୍ତ ରହିଛି ଯେଉଁଠାରେ ଆକ୍ରାନ୍ତ ସଂଖ୍ୟା ଅଧିକ ରହିବା ସହ ସେଠାରେ ବିପଦ ଘନେଇ ରହିଛି । ତେଣୁ ଏହି ଅଞ୍ଚଳ ଗୁଡିକରେ ଲକଡାଉନ କଟକଣା ଆଗାମୀ ନିର୍ଦ୍ଦେଶ ନ ଆସିବା ଯାଏଁ ବଳବତ୍ତର ରହିବ । ଏଥିସହ ନିୟମ କୋହଳ ହେଉଥିବା ସ୍ଥାନଗୁଡିକରେ ଲୋକେ ଖାମଖିଆଲି ନହୋଇ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କର ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.